ଖେଳ

ଦିନିକିଆ ର‌୍ୟାଙ୍କିଙ୍ଗ୍‌: ବାବର୍‌ଙ୍କ ନିକଟତର ଗିଲ୍‌; ଷଷ୍ଠକୁ ଉଠିଲେ କିଙ୍ଗ୍ କୋହଲି – Ibnodisha

[ad_1]

ଦୁବାଇ: ଆଇସିସି ପକ୍ଷରୁ ପ୍ରକାଶିତ ଦିନିକିଆ ବ୍ୟାଟିଂ ର‌୍ୟାଙ୍କିଙ୍ଗ୍‌ରେ ଭାରତୀୟ ଓପ୍ନର୍ ଶୁବମନ୍ ଗିଲ୍ ଶୀର୍ଷ ସ୍ଥାନରେ ଥିବା ପାକିସ୍ତାନୀ କ୍ୟାପ୍‌ଟେନ୍ ବାବର୍ ଆଜମ୍‌ଙ୍କ ନିକଟତର ହୋଇଛନ୍ତି । ବାବର୍‌ଙ୍କ ରେଟିଂ ପଏଣ୍ଟ୍ ୮୨୯ ଥିବାବେଳେ ଗିଲ୍ ୮୨୩ ପଏଣ୍ଟ୍ ସହ ମାତ୍ର ୬ ପଏଣ୍ଟ୍ ପଛରେ ଦ୍ୱିତୀୟ ସ୍ଥାନରେ ରହିଛି । ଚଳିତ ବିଶ୍ୱକପ୍‌ରେ ପାଞ୍ଚଟି ମ୍ୟାଚ୍‌ରୁ ବାବର ମାତ୍ର ୧୫୭ ରନ୍ ସ୍କୋର୍ କରିଥିବା ବେଳେ ସ୍ୱାସ୍ଥ୍ୟଗତ କାରଣରୁ କେତୋଟି ମ୍ୟାଚ୍ ଖେଳିପାରି ନଥିବା ବେଳେ ତିନିଟି ମ୍ୟାଚ୍‌ରୁ ୯୫ ରନ୍ ସଂଗ୍ରହ କରିଛନ୍ତି । ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୨୪ ବର୍ଷୀୟ ଗିଲ୍ ଦ୍ରୁତତମ ବ୍ୟାଟର୍ ଭାବେ ଦିନିକିଆରେ ୨୦୦୦ ରନ୍ ପୂରଣ କରିଛନ୍ତି ।

ଅନ୍ୟପକ୍ଷରେ ବିଶ୍ୱକପ୍‌ର ପାଞ୍ଚଟି ମ୍ୟାଚ୍‌ରୁ ଦ୍ୱିତୀୟ ସର୍ବାଧିକ ୩୫୪ ରନ୍ ସଂଗ୍ରହ କରିଥିବା ବିରାଟ କୋହଲି ସଦ୍ୟ ର‌୍ୟାଙ୍କିଙ୍ଗ୍‌ରେ ତିନିଟି ସ୍ଥାନ ଉପରକୁ ଉଠି ଯୁଗ୍ମଭାବେ ଅଷ୍ଟ୍ରେଲିଆର ଡେଭିଡ୍ ୱାର୍ଣ୍ଣର୍‌ଙ୍କ ସହିତ ପଞ୍ଚମ ସ୍ଥାନରେ ରହିଛନ୍ତି । ୱାର୍ଣ୍ଣର୍‌ଙ୍କୁ ଦୁଇଟି ସ୍ଥାନର ଲାଭ ହୋଇଛି । ସେହିପରି ଚଳିତ ବିଶ୍ୱକପ୍‌ର ପାଞ୍ଚଟି ମ୍ୟାଚ୍‌ରୁ ତିନିଟି ଶତକ ହାସଲ କରିଥିବା ସାଉଥ୍ ଆଫ୍ରିକା ୱିକେଟ୍‌କିପର୍ ବ୍ୟାଟର୍ କ୍ୱିଣ୍ଟନ୍ ଡି କକ୍ ତୃତୀୟ ସ୍ଥାନରେ ରହିଛନ୍ତି । ସାଉଥ୍ ଆଫ୍ରିକାର ହେନ୍‌ରିକ୍ କ୍ଲାସେନ୍ ୭ଟି ସ୍ଥାନର ସୁଧାର ସହିତ କ୍ୟାରିୟର୍ ଶ୍ରେଷ୍ଠ ଚତୁର୍ଥରେ ପହଞ୍ଚିଛନ୍ତି । ଭାରତୀୟ କ୍ୟାପ୍‌ଟେନ୍ ରୋହିତ ଶର୍ମା ଅଷ୍ଟମ ସ୍ଥାନରେ ରହିଛନ୍ତି ।

ବିଶ୍ୱକପ୍‌ର ପାଞ୍ଚଟି ମ୍ୟାଚ୍‌ରୁ ୬ଟି ୱିକେଟ୍ ହାସଲ କରିଥିବା ଭାରତୀୟ ଫାଷ୍ଟ୍ ବୋଲର୍ ମହମ୍ମଦ ସିରାଜ୍ ଗୋଟିଏ ସ୍ଥାନର ଉନ୍ନତି ସହିତ ବୋଲିଂ ର‌୍ୟାଙ୍କିଙ୍ଗ୍‌ର ଦ୍ୱିତୀୟ ସ୍ଥାନକୁ ଉଠିବା ସହିତ ଶୀର୍ଷରେ ଥିବା ଅଷ୍ଟ୍ରେଲୀୟ ଫାଷ୍ଟ୍ ବୋଲର୍ ଜୋସ୍ ହେଜଲ୍‌ଉଡ୍‌ଙ୍କ ନିକଟତର ହୋଇଛନ୍ତି । ଟୁର୍ଣ୍ଣାମେଣ୍ଟ୍‌ରେ ମୋଟ ୭ଟି ୱିକେଟ୍ ହାସଲ କରିଥିବା ସାଉଥ୍ ଆଫ୍ରିକା ବାମହାତୀ ସ୍ପିନର୍ କେଶବ ମହାରାଜ ଦୁଇଟି ସ୍ଥାନର ଉନ୍ନତି ସହ କ୍ୟାରିୟର୍ ବେଷ୍ଟ୍ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି । ଆଫଗାନିସ୍ତାନ ଭେଟେରାନ୍ ମହମ୍ମଦ ନବୀ ୪ଟି ସ୍ଥାନର ଉନ୍ନତି ସହିତ ଷଷ୍ଠ ଏବଂ ଅଷ୍ଟ୍ରେଲୀୟ ସ୍ପିନର୍ ଆଦାମ୍ ଜାମ୍ପା ଚାରିଟି ସ୍ଥାନର ଉନ୍ନତି ସହିତ ସପ୍ତମରେ ପହଞ୍ଚିଛନ୍ତି । ଦିନିକିଆ ଅଲ୍‌ରାଉଣ୍ଡର୍ ର‌୍ୟାଙ୍କିଙ୍ଗ୍‌ରେ ବାଂଲାଦେଶ କ୍ୟାପ୍‌ଟେନ୍ ସାକିବ୍ ଅଲ୍ ହସନ୍ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ଅନ୍ୟପକ୍ଷରେ ଏହି ର‌୍ୟାଙ୍କିଙ୍ଗ୍‌ରେ ସବ ଅଧିକ ଲାଭାନ୍ୱିତ ହୋଇଥିବା ସାଉଥ୍ ଆଫ୍ରିକାର ମାର୍କୋ ଜାନ୍‌ସେନ୍ ୨୩ ସ୍ଥାନ ଉପରକୁ ଉଠି ସ୍କଟ୍‌ଲାଣ୍ଡ୍‌ର ମାଇକେଲ୍ ଲିସ୍କଙ୍କ ସହିତ ଏକାଦଶ ସ୍ଥାନରେ ରହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button