‘ଅଧିକ ଦିନ ହେଡ୍ କୋଚ୍ ରହିନପାରନ୍ତି ଗମ୍ଭୀର, ସେ ଚାପଲୁସି କରୁଥିବା ମଣିଷ ନୁହେଁ .ଜାଣନ୍ତୁ କିଏ କହିଲେ ଏଭଳି ?
ନୂଆଦିଲ୍ଲୀ,୪।୮: ୨୦୦୭ ଟି-୨୦ ବିଶ୍ବକପ୍ ଫାଇନାଲ୍ର ହିରୋ ଜୋଗିନ୍ଦର ଶର୍ମା ନିକଟରେ ଟିମ୍ ଇଣ୍ଡିଆର ହେଡ୍ କୋଚ୍ ଗୌତମ ଗମ୍ଭୀରକଙ୍କୁ ନେଇ ବଡ ବୟାନ ଦେଇଛନ୍ତି। ତାଙ୍କର କହିବା ଅନୁସାରେ, ଗମ୍ଭୀର ଅଧିକ ସମୟର ପର୍ଯ୍ୟନ୍ତ ଏହି ପଦରେ ରହିପାରିବେନି। ଗୌତମ ଗମ୍ଭୀର ଟି-୨୦ ବିଶ୍ବକପ୍ ୨୦୨୪ ପରେ ରାହୁଲ ଦ୍ରାଭିଡ୍ଙ୍କ ସ୍ଥାନ ନେଇଛନ୍ତି।
ଟି-୨୦ ସିରିଜ୍ରେ ଭାରତ ଶ୍ରୀଲଙ୍କାର ୩-୦ରେ କ୍ଲିନ୍ ସ୍ବିପ୍ କରିଥିଲା। ସେଭଳି ରୋହିତ ଶର୍ମାଙ୍କ ସହ ଗମ୍ଭୀର ନିଜର ପ୍ରଥମ ଆସାଇନମେଣ୍ଟରେ ଅଛନ୍ତି। ଯୋଗୀନ୍ଦର କହିଛନ୍ତି ଗୌତମ ଗମ୍ଭୀର ଚାପଲୁସି କରୁଥିବା ମଣିଷ ନୁହଁନ୍ତି। ତାଙ୍କର କିଛି ନିଷ୍ପତ୍ତି ପାଇଁ ଖେଳାଳିଙ୍କ ସହ ମତାନ୍ତର ହୋଇପାରେ।
ଶୁଭଙ୍କର ମିଶ୍ରାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଯୋଗିନ୍ଦର ଶର୍ମା ଗୌତମ ଗମ୍ଭୀରଙ୍କୁ କହିଛନ୍ତି, ଗମ୍ଭୀର ଟିମ୍କୁ ସମ୍ଭାଳିବାକୁ ଯାଉଛନ୍ତି,କିନ୍ତୁ ମୋ ମତରେ ସେ ଦୀର୍ଘ ସମୟ ରହିପାରିବେନି। ଏହାର କାରଣ ହୋଇପାରେ ଗମ୍ଭୀରଙ୍କ କିଛି ନିଷ୍ପତ୍ତି। କୌଣସି ଖେଳାଳିଙ୍କ ସହ ହୁଏତ ମତାନ୍ତର ବି ହୋଇପାରେ। ଗମ୍ଭୀରଙ୍କ ନିଷ୍ପତ୍ତି ବହୁବାର ଏଭଳି ଥାଏ ତାକୁ ଅନ୍ୟମାନେ ପସନ୍ଦ କରିନଥାନ୍ତି।
ଯୋଗିନ୍ଦର କହିଛନ୍ତି, ଗମ୍ଭୀର ସିଧାସଳଖ ଭାବରେ କଥା ହୁଅନ୍ତି। ସେ କାହା ପାଖକୁ ମଧ୍ୟ ଯାଇନଥାନ୍ତି। ଗମ୍ଭୀର ଚାପଲୁସି କରୁଥିବା ମଣିଷ ନୁହନ୍ତି। ସେ ନିଜର କାମ ଖୁବ୍ ଭଲ ଭାବରେ ଓ ହୃଦୟରୁ କରିଥାନ୍ତି। ଗମ୍ଭୀରଙ୍କ କନଟ୍ରାକ୍ଟ ଟିମ୍ ଇଣ୍ଡିଆ ସହିତ ହେଡ୍ କୋଚ୍ ଭାବରେ ୨୦୨୭ ପର୍ଯ୍ୟନ୍ତ ରହିଛି। ଏହି ସମୟରେ ଟିମ୍ ୨୦୨୫ ଚମ୍ପିଆନ୍ସ ଟ୍ରଫି, ୨୦୨୬ ଟି-୨୦ ଓ୍ବାର୍ଲ୍ଡକପ୍ ଓ ୨୦୨୭ ଓ୍ବାର୍ଲ୍ଡକପ୍ ଭଳି ତିନୋଟି ଆଇସିସି ଇଭେଣ୍ଟ ଖେଳିବ। ଏହାଛଡା ଆଇସିସି ଟେଷ୍ଟ ଚମ୍ପିଆନ୍ସିପର ଫାଇନାଲ ମଧ୍ୟ ଖେଳିପାରନ୍ତି।