ପୁରୁଷ ହକି ଫାଇଭ୍ ବିଶ୍ୱକପ୍; କ୍ୱାର୍ଟର୍ ଫାଇନାଲ୍ରେ ହାରିଲା ଭାରତ – Ibnodisha

[ad_1]
ମସ୍କାଟ: ମହମ୍ମଦ ରାହିଲ୍ଙ୍କ ହ୍ୟାଟ୍ରିକ୍ ସତ୍ତ୍ୱେ ଓମାନ୍ ରାଜଧାନୀ ମସ୍କାଟ୍ରେ ଖେଳାଯାଉଥିବା ଏଫ୍ଆଇଏଚ୍ ପୁରୁଷ ହକି ଫାଇଭ୍ ବିଶ୍ୱକପ୍ର କ୍ୱାର୍ଟର୍ ଫାଇନାଲ୍ ମ୍ୟାଚ୍ରେ ଭାରତ ୪-୭ ଗୋଲ୍ରେ ନେଦରଲାଣ୍ଡ୍ସଠାରୁ ପରାଜିତ ହୋଇଛି । ଭାରତ ପକ୍ଷରୁ ରାହିଲ୍ ମ୍ୟାଚ୍ର ପ୍ରଥମ, ୭ମ ଏବଂ ୨୫ତମ ମିନିଟ୍ରେ ଏବଂ ମନ୍ଦୀପ୍ ମୋର୍ ଏକାଦଶ ମିନିଟ୍ରେ ଗୋଲ୍ ସ୍କୋର୍ କରିଥିଲେ । ନେଦରଲାଣ୍ଡ୍ସ ପକ୍ଷରୁ ସାଣ୍ଡ୍ର୍ ଡି ୱଜ୍ନ (୪ର୍ଥ, ୧୫ତମ), ଆଲେକ୍ଜାଣ୍ଡର ସ୍କପ୍ (୧୦ମ, ୨୬) ଦୁଇଟି ଏବଂ ଲୁକାସ୍ ମିଡେନ୍ଡର୍ପ (୧୨ଶ), ଜାମି ଭାନ୍ ଆର୍ଟ (୧୩ଶ) ଏବଂ ପେପିଜ୍ନ ରେୟେନ୍ଗା (୨୦ଶ) ଗୋଲ୍ଗୁଡ଼ିକ କରିଥିଲେ ।
ମ୍ୟାଚ୍ର ପ୍ରଥମ ମିନିଟ୍ରେ ରାହିଲ୍ ନିଜ କୌଶଳ ପ୍ରଦର୍ଶନ ସହ ଏକ ସ୍ମରଣୀୟ ଫିଲ୍ଡ ଗୋଲ୍ ଜରିଆରେ ଭାରତକୁ ଆଗୁଆ କରିଥିଲେ । ତେବେ ଚତୁର୍ଥ ମିନିଟ୍ରେ ୱିଜ୍ନ ଏହା ପରିଶୋଧ କରିଥିଲେ । ସ୍ଥିତି ବରାବର ପାଇଁ ଆକ୍ରମଣକୁ ଜୋରଦାର କରିବା ସହିତ ଅନ୍ୟ ଏକ ଗୋଲ୍ ଦେଇ ରାହିଲ୍ ସ୍ଥିତି ୨-୧ କରିଥିଲେ । ଏହାପରେ ସ୍କପ୍ ଗୋଲ୍ ଦେଇ ସ୍ଥିତି ବରାବର କରିଥିଲେ । ଅଗ୍ରଣୀ ପାଇଁ ଉଭୟ ଟିମ୍ ଉଦ୍ୟମ ଚଳାଇଥିବା ବେଳେ ମନଦୀପ୍ ଭାରତକୁ ପୁଣିଥରେ ଅଗ୍ରଣୀ କରିଥିଲେ । ତେବେ ନେଦରଲାଣ୍ଡ୍ସ ପକ୍ଷରୁ ମିଡେନ୍ଡର୍ପ ଓ ଭାନ୍ ଆର୍ଟ ଗୋଲ୍କରି ଟିମ୍ ସପକ୍ଷରେ ମ୍ୟାଚ୍କୁ ନେଇଥିଲେ ।
ହାଫ୍ଟାଇମ୍ ପୂର୍ବରୁ ୱିଜ୍ନ ଏକ ଗୁରୁତ୍ୱପୂର୍ଣ୍ଣ ଗୋଲ୍ କରି ଭାରତକୁ ପଛରେ ପକାଇଥିଲେ । ଦ୍ୱିତୀୟ ହାଫ୍ରେ ରେନେଙ୍ଗା ଓ ସ୍କପ୍ ନେଦରଲାଣ୍ଡ୍ସ ଅଗ୍ରଣୀକୁ ୭-୩ କରିଥିଲେ । ଏହାପରେ ରାହିଲ୍ ନିଜର ହ୍ୟାଟ୍ରିକ୍ ପୂରଣ କରିଥିଲେ ମଧ୍ୟ ବିଜୟ ପାଇଁ ଏହା ଯଥେଷ୍ଟ ନଥିଲା ଏବଂ ନେଦରଲାଣ୍ଡ୍ସ ୭-୪ରେ ମ୍ୟାଚ୍ ଜିତି ସେମିରେ ପ୍ରବେଶ କରିଥିଲା ।
[ad_2]