ଫେଲ୍ ମାରିଲା ରୁଷିଆ ଚନ୍ଦ୍ର ଅଭିଯାନ – Ibnodisha

[ad_1]
ବ୍ୟୁରୋ : ରୁଷର ମିଶନ ମୁନ ‘ଲୁନା-୨୫’ରେ ଯାନ୍ତ୍ରିକ ତ୍ରୁଟି । ଏହି ସ୍ପେସ୍କ୍ରାପ୍ଟ ଅବତରଣ କରିବା ପୂର୍ବରୁ ଜରୁରୀକାଳିନ ସ୍ଥିତିର ସମ୍ମୁଖୀନ ହୋଇଥିବା ଜଣାପଡିଛି । ଏନେଇ ରୁଷିଆ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି । ରୁଷର ମିଶନ ମୁନକୁ ଶକ୍ତ ଝଟକା ଚନ୍ଦ୍ରରେ ଓହ୍ଲାଇବ ପୂର୍ବରୁ କ୍ରାସ | ରୁଷିଆର ମହାକାଶ ଯାନ ଲୁନା -୨୫ କ୍ରାସ ହୋଇଥିବା ସୂଚନା | ଚନ୍ଦ୍ରର କକ୍ଷ ପଥରେ ଭାରସାମ୍ୟ ହରାଇ କ୍ରାସ ହୋଇଥିବା ସୂଚନା | ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ କ୍ରାସ ସୂଚନା | ଅଗଷ୍ଟ ୧୦ ତାରିଖରେ ଉତକ୍ଷେପଣ ହୋଇଥିଲା ଲୁନା -୨୫ | ମସ୍କୋ ଟାଇମ ଅନୁସାରେ ରାତି ୨ଟା ୧୦ ମିନିଟରେ ସ୍ପେସକ୍ରାପ୍ଟର କାର୍ଯ୍ୟ କରିବାରେ ବାଧା ସୃଷ୍ଟି ହୋଇଥିଲା । ଲୁନା-୨୫ ପ୍ରି-ଲ୍ୟାଣ୍ଡିଂ ଅରବିଟକୁ ସ୍ଥାନାନ୍ତର ହେବାକୁ ସଙ୍କେତ ଦେଇଥିଲା ।କିନ୍ତୁ ଏହି ସମୟରେ ସ୍ୱୟଂଚାଳିତ ଷ୍ଟେସନରେ ଏମରଜେନ୍ସି ସ୍ଥିତି ଦେଖାଦେଇଥିଲା । ୪୭ବର୍ଷର ବ୍ୟବଧାନ ପରେ ମହାକାଶରେ ପୁଣି ନିଜ ଶକ୍ତି ଦେଖାଇବାକୁ ପ୍ରୟାସ କରିଥିଲା ରୁଷ । ହେଲେ ଚନ୍ଦ୍ରର କକ୍ଷ ପଥରେ ଭାରସାମ୍ୟ ହରାଇ କ୍ରାସ ହୋଇଥିବା ସୂଚନା ମିଳିଛି |
[ad_2]