ଅପରାଧ

ରାଉରକେଲା ଏନଆଇଟିରୁ ୪ ନକଲି ପରୀକ୍ଷାର୍ଥୀ ଗିରଫ – Ibnodisha

[ad_1]

ରାଉରକେଲା : ରାଉରକେଲା ସ୍ଥିତ ଏନଆଇଟିରେ ଜୁନିଅର ଆସିଷ୍ଟାଣ୍ଟ ନିଯୁକ୍ତି ପାଇଁ ପରୀକ୍ଷା ଚାଲୁଥିବା ବେଳେ ଧରାପଡ଼ିଲେ ୪ ନକଲି ପରୀକ୍ଷାର୍ଥୀ। ଏହି ଚାରି ଅଭିଯୁକ୍ତ ହେଉଛନ୍ତି- ପୁନିତ ସିଂହ, ଗୌରବ ଚୌହାନ, ମନିଷ କୁମାର ଏବଂ ସୁନୀଲ। ଏମାନେ ହରିୟାଣା ରାଜ୍ୟର।ଗତକାଲି ପରୀକ୍ଷା ଚାଲିଥିବା ବେଳେ ଏହି ୪ଜଣଙ୍କୁ ସନ୍ଦେହ କରି ଏନଆଇଟି କର୍ତ୍ତୃପକ୍ଷ ଅଟକ ରଖିଥିଲେ। ପରେ ଏନଆଇଟି କର୍ତ୍ତୃପକ୍ଷ ଏନେଇ ସେକ୍ଟର-୩ ଥାନାରେ ଅଭିଯୋଗ କରିଥିଲେ।ଅଭିଯୋଗ ପାଇବା ପରେ ପୁଲିସ୍ ୪ ଅଭିଯୁକ୍ତଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରିବା ପରେ ଆଜି ଗିରଫ କରିଛି। ତେବେ ସେମାନେ କେଉଁ ପ୍ରାର୍ଥୀଙ୍କ ପାଇଁ ପରୀକ୍ଷା ଦେବାକୁ ଆସିଥିଲେ, ବଦଳ ପରୀକ୍ଷାର୍ଥୀ ହେବା ପାଇଁ ସେମାନଙ୍କୁ କେତେ ଟଙ୍କା ମିଳିଥିଲା, ସେ ନେଇ ପୁଲିସ କିଛି କହି ନାହିଁ। ଏ ସବୁ ଦିଗରେ ତଦନ୍ତ ଜାରି ରହିଛି ବୋଲି ରାଉରକେଲା ଡିଏସ୍‌ପି ପୁଷ୍ପାଞ୍ଜଳି ଲିଙ୍ଗି କହିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button