ଦେଶ

ଭାରତରେ ଆସି ବିଦେଶୀ କରିବେ ରାଜକୀୟ ବିବାହ ; ‘ଡେଷ୍ଟିନେସନ୍ ୱେଡିଙ୍ଗ’ ପାଇଁ ସରକାର ଆରମ୍ଭ କଲେ ନୂଆ ଅଭିଯାନ – Ibnodisha

[ad_1]

ବ୍ୟୁରୋ : ଭାରତରେ ଡେଷ୍ଟିନେସନ୍ ୱେଡିଙ୍ଗର କ୍ରେଜ୍ ଦ୍ରୁତ ଗତିରେ ବଢିବାରେ ଲାଗିଛି । କେବଳ ଦେଶର ନୁହେଁ ବିଦେଶୀ ନାଗରିକ ମଧ୍ୟ ଭାରତ ଆସି ରାଜକୀୟ ଢଙ୍ଗରେ ବିବାହ କରି ନିଜ ବିବାହ ଦିନକୁ ସ୍ମରଣୀୟ କରିବାକୁ ଚାହୁଁଛନ୍ତି । ଏହାକୁ ଦୃଷ୍ଟିରେ ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛନ୍ତି । ଭାରତରେ ୱେଡିଙ୍ଗ ଇଣ୍ଡଷ୍ଟ୍ରିକୁ ବଢାଇବାକୁ  ପୟାସ ଆରମ୍ଭ କରିଛନ୍ତି । ଏହି କ୍ରମରେ ୱେଡିଙ୍ଗ ପ୍ଲାନର ସହ ଡିଜିଟାଲ ମାର୍କେଟିଙ୍ଗ, ସୋସିଆଲ ମିଡିଆରେ କ୍ୟାମ୍ପେନ୍ , ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ କ୍ଷେତ୍ରରେ କାମ କରିବା ଉପରେ ଗୁରୁତ୍ୱ ଦେଇଛି  ପର୍ଯ୍ୟଟନ ମନ୍ତ୍ରଣାଳୟ ।ଏହି ଅଭିଯାନରେ , ସମୁଦ୍ରକୂଳରେ ବିବାହ ଉତ୍ସବ, ପ୍ରାକୃତିକ ପରିବେଶରେ ବିବାହ, ରାଜକୀୟ ଢଙ୍ଗରେ ବିବାହ ଏବଂ ହିମାଳୟନ୍ ୱେଡିଙ୍ଗ ଉପରେ ମୁଖ୍ୟ ଫୋକସ୍ ରହିବ । ଏହି କ୍ୟାମ୍ପେନରେ ଦେଶର ୨୫ଟି ସ୍ଥାନକୁ ଚିହ୍ନଟ କରାଯାଇଛି ।ଏହା ସଫଳ ହେଲେ ଦେଶର ପର୍ଯ୍ୟଟନ ମାଧ୍ୟମରେ ଭଲ ଆୟ ହେବ ବୋଲି ଆଶା କରାଯାଉଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button