ଦେଶ

ଭୂମିକମ୍ପ ଆସିବା ପୂର୍ବରୁ ସତର୍କ କରିବ ଆଣ୍ଡ୍ରଏଡ୍ ଫୋନ୍, ଖୁବଶୀଘ୍ର ଭାରତରେ ଆରମ୍ଭ ହେବ ଏହି ସେବା – Ibnodisha

[ad_1]

ନୂଆଦିଲ୍ଲୀ:  ଭୂମିକମ୍ପ ଏପରି ଏକ ଦୈବୀ ଦୁର୍ବିପାକ ଯାହାକୁ ବୁଝିବା ଓ ଏହାର ପୂର୍ବାନୁମାନ କରିବା ମଣିଷ ପାଇଁ ଏପର୍ଯ୍ୟନ୍ତ କଷ୍ଟକର ହୋଇ ରହିଛି । ଯଦି ଭୂମିକମ୍ପର ଆଗୁଆ ପୂର୍ବାନୁମାନ କରାଯାଇପାରନ୍ତା, ତେବେ ଅନେକ ଜୀବନ ରକ୍ଷା ପାଇପାରନ୍ତା । ତେବେ ଗୁଗୁଲ ଏହାର ଏକ ସମାଧାନ ଆଣି ଦେଇଛି, କିନ୍ତୁ ସମାଧାନଟି କେତେ କାମ କରିବ ତାହା ସମୟ କହିବ ।

ଏହି ଟେକନଲୋଜୀ ଆଣ୍ଡ୍ରଏଡ ଫୋନରେ କାମ କରିଥାଏ । ଖୁବଶୀଘ୍ର ଭାରତରେ ବି ଏହି ଭୂମିକମ୍ପ ଆଲର୍ଟ ସିଷ୍ଟମ ଉପଲବ୍ଧ ହେବ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ବୁଧବାର ଏକ ବ୍ଲଗରେ ଗୁଗଲ ସୂଚନା ଦେଇଛି । ଭାରତରେ ଏହି ଆଲର୍ଟ ସିଷ୍ଟମ ଲାଗୁ କରିବାକୁ ପାଇଁ ଗୁଗଲ୍ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଏବଂ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ସହିତ ପରାମର୍ଶ କରୁଛି। ଗୁଗୁଲର ବ୍ଲଗ୍ ପୋଷ୍ଟ ଅନୁଯାୟୀ, ଭୂମିକମ୍ପର ଝଟକା ଆରମ୍ଭ ହେବା ପୂର୍ବରୁ ଏହାର ଟେକ୍ନୋଲୋଜି ସତର୍କ ସୂଚନା ପଠାଇବା ପାଇଁ କାମ କରିବ। ଆଗାମୀ ସପ୍ତାହରେ ଆଣ୍ଡ୍ରଏଡ-୫ ଓ ତାହାର ଉପର ଭର୍ସନଗୁଡ଼ିକରେ ଉପଲବ୍ଧ ହେବ ।

ଗୁଗୁଲ କହିଛି ଯେ ଏହି ସିଷ୍ଟମ ଆପଣଙ୍କ ସ୍ମାର୍ଟଫୋନକୁ ମିନି ଭୂମିକମ୍ପ ଡିଟେକ୍ଟରରେ ପରିଣତ କରିଥାଏ । ଭୂକମ୍ପ ସତର୍କତା ପ୍ରଣାଳୀ ଫୋନରେ ଥିବା ଆକ୍ସିଲେରୋମିଟରକୁ ସିସ୍ମୋଗ୍ରାଫ୍ ଭାବରେ ବ୍ୟବହାର କରିଥାଏ । ଯେତେବେଳେ ଆପଣଙ୍କ ଫୋନ୍ ଚାର୍ଜିଂ ହେଉନାହିଁ ଏବଂ ଗତିଶୀଳ ହେଉନାହିଁ, ଏହା ଭୂମିକମ୍ପର ପ୍ରାରମ୍ଭିକ ସଙ୍କେତକୁ ଚିହ୍ନିପାରେ | ଯଦି ଏକାଧିକ ଫୋନ୍ ଏକାସାଙ୍ଗରେ ଭୂମିକମ୍ପକୁ ଚିହ୍ନିବ, ତେବେ ଗୁଗଲର ସର୍ଭର ତାହାକୁ ଜାଣିପାରିବ ଓ ଲୋକମାନଙ୍କୁ ସତର୍କ କରିବ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button