ମନୋରଞ୍ଜନ

ପତ୍ନୀଙ୍କ ବିନା ଜନ୍ମଦିନ ପାଳିଲେ ରଣବୀର ! ମା’ଙ୍କ ସହ କାଟିଲେ କେକ୍ – Ibnodisha

[ad_1]

ମୁମ୍ବାଇ: ଆଜି ବଲିଉଡ ଅଭିନେତା ରଣବୀର କପୁରଙ୍କ ଜନ୍ମଦିନ। ସେ ଆଜି ତାଙ୍କର ୪୧ତମ ଜନ୍ମଦିନ ପାଳନ କରୁଛନ୍ତି। ରଣବୀରଙ୍କ ଜନ୍ମଦିନରେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଆନିମଲ’ର ଟିଜର ମଧ୍ୟ ରିଲିଜ ହୋଇଛି, ଯାହାକୁ ଖୁବ ପସନ୍ଦ କରୁଛନ୍ତି ଦର୍ଶକ। ତେବେ ରଣବୀର ନିଜର ଏହି ସ୍ବତନ୍ତ୍ର ଦିନକୁ ନିଜ ମା’ଙ୍କ ସହ ପାଳନ କରିଥିବା ଦେଖାଯାଇଛି। ରଣବୀରଙ୍କ ମା’ ନୀତୁ କପୁର ଜନ୍ମଦିନରେ ପୁଅକୁ ଶୁଭେଚ୍ଛା ଜଣାଇବା ସହ ପାଳନର ଏକ ଝଲକ ମଧ୍ୟ ଦେଖାଇଛନ୍ତି। ନିଜ ଜନ୍ମଦିନରେ ରଣବୀର କାଟିଥିବା କେକ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।

ଜନ୍ମଦିନ ପାଳନ ସମୟରେ ପତ୍ନୀ ଆଲିଆ ଭଟ୍ଟ କପୁର ଉପସ୍ଥିତ ନଥିବା କୁହାଯାଉଛି। କାରଣ ଆଲିଆ, ରଣବୀରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ ବି ଜନ୍ମଦିନ ପାଳନ ସମୟର କୌଣସି ଫଟୋ ସେୟାର କରିନାହାନ୍ତି।

www.abplive.com

ତେବେ ନୀତୁ କପୁର ପୁଅର ଜନ୍ମଦିନ ପାଳନ କରି ଫଟୋ ସେୟାର କରିବା ସହ ଲେଖିଛନ୍ତି, ମୋର ସବୁଠାରୁ ଗୁରୁତ୍ବପୁର୍ଣ୍ଣ ମଣିଷ ସହ ଜନ୍ମଦିନ ପାଳନ। ଏହା ସହ ଟେବୁଲ ଉପରେ ଦୁଇଟି କେକ୍ ରଖାଯାଇଥିବା ଫଟୋରେ ଦେଖିବାକୁ ମିଳିଛି। ଗୋଟିଏ କେକ୍ ଉପରେ ଆଲିଆ-ରଣବୀରଙ୍କ ବିବାହ ଫଟୋ ରଖାଯାଇଥିବାବେଳେ ଅନ୍ୟ କେକ୍ ଉପରେ ଲେଖା ଅଛି – ‘ଜନ୍ମଦିନର ଶୁଭେଚ୍ଛା ରାହାଙ୍କ ବାପା।’

ଅନ୍ୟପକ୍ଷରେ ଆଲିଆ ରଣବୀରଙ୍କ ସହ ବିତାଇଥିବା ସମୟର ଫଟୋ ସେୟାର କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିବା ଦେଖାଯାଇଛି। ଫଟୋ ସେୟାର କରି ସେ ଲେଖିଛନ୍ତି, ମୋର ପ୍ରେମ, ମୋର ସର୍ବୋତ୍ତମ ବନ୍ଧୁ, ମୋର ସବୁଠୁ ଖୁସିର ସ୍ଥାନ… ଯେହେତୁ ତୁମେ ମୋ ପାଖରେ ବସିଛ ଏବଂ ତୁମର ଗୁପ୍ତ ଆକାଉଣ୍ଟରୁ ଏହି କ୍ୟାପସନ୍ ପଢ଼ୁଛ … ମୁଁ କେବଳ ଏହା କହିବାକୁ ଚାହେଁ ଯେ, ଜନ୍ମଦିନର ଶୁଭେଚ୍ଛା ବେବି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button