ଦେଶ

ହଜିଥିବା ଖେଳଣା ଫେରାଇବାକୁ ୯୪୬୨ କିମି ବିମାନ ଉଡାଇଲେ ପାଇଲଟ୍‌ – Ibnodisha

[ad_1]

ଟୋକିଓ: ୯ ବର୍ଷର୍ୀୟା ଶିଶୁକନ୍ୟାର ହଜିଯାଇଥିବା ଖେଳଣା ଫେରାଇବାକୁ ଆମେରିକାନ୍ ଏୟାରଲାଇନସର ଜଣେ ପାଇଲଟ୍ ଟୋକିଓରୁ ଟେକ୍ସାସ୍ ପର୍ଯ୍ୟନ୍ତ ପ୍ରାୟ ୯୪୬୨ କିମି ବିମାନ ଉଡାଇଥିବା ଜଣାପଡିଛି । ଖେଳଣା ଫେରିପାଇବା ପରେ ଶିଶୁକନ୍ୟା ଓ ତା’ ପରିବାର ଖୁସିରେ ଆତ୍ମହରା ହୋଇପଡିଥିବାବେଳେ ସଂପୃକ୍ତ ପାଇଲଟ୍‌ଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି । ଆମେରିକାର ଟେକ୍ସାସ୍ ସହରରେ ବାସ କରୁଥିବା ରୁଡି ଡୋମିନ୍‌ଗ୍ୱେଜ୍ ପତ୍ନୀ ଓ ୯ ବର୍ଷର କନ୍ୟା ଭାଲେଣ୍ଟିନାଙ୍କ ସହ ଇଣ୍ଡୋନେସିଆ ବୁଲିବାକୁ ଯାଇଥିଲେ । ଫେରିବାବାଟରେ ସେମାନେ ଟୋକିଓର ହାନେଦା ଏୟାରପୋର୍ଟରେ କିଛି ସମୟ ବିତାଇଥିଲେ । ତେବେ ଘରକୁ ଫେରିବାପରେ ଭାଲେଣ୍ଟିନାଙ୍କ ପ୍ରିୟ ଖେଳଣା (ଆମେରିକାନ୍ ଗାର୍ଲ ଡଲ୍‌-ବିଟ୍ରିସ୍‌) ହଜିଯାଇଥିବା ଲକ୍ଷ୍ୟ କରିଥିଲେ ।

ଯାତ୍ରା ସମୟରେ ନେଇଥିବା ବ୍ୟାଗ୍‌ଗୁଡିକୁ ବହୁତ ଖୋଜାଖୋଜି କରିବା ସତ୍ତ୍ୱେ ଖେଳଣାର ସନ୍ଧାନ ମିଳିନଥିଲା । ଖେଳଣା ବିନା ଝିଅ ଅତ୍ୟନ୍ତ ଭାଙ୍ଗିପଡିଥିବା ଲକ୍ଷ୍ୟ କରିବାପରେ ରୁଡି ଫେସ୍‌ବୁକ୍‌ରେ ବିଟ୍ରିସ୍‌ର ଏକ ଫଟୋ ଅପ୍‌ଲୋଡ କରିବା ସହ ଏହାର ସନ୍ଧାନ ପାଇଁ ଅନୁରୋଧ କରିଥିଲେ । ଆମେରିକାନ ଏୟାରଲାଇନ୍ସ ପାଇଲଟ୍ ଜେମ୍‌ସ ଡାନେନ୍‌ଙ୍କ ଦୃଷ୍ଟିକୁ ଏହା ଆସିଥିଲା । ସେ ହେନେଦା ଏୟାରପୋର୍ଟରେ ଥିବା ତୁର୍କୀ ଏୟାରଲାଇନ୍ସର ‘ଲଷ୍ଟ୍ ଆଣ୍ଡ୍ ଫାଉଣ୍ଡ୍‌’ ବିଭାଗ ସହ ଯୋଗସୂତ୍ର ରକ୍ଷାକରି ଖେଳଣାକୁ ଠାବ କରିଥିଲେ । ଟୋକିଓରୁ ଖେଳଣା ସଂଗ୍ରହ କରିବାପରେ ଜେମ୍‌ସ ସିଧାସଳଖ ବିମାନ ଉଡାଇ ଟେକ୍ସାସ୍‌ରେ ପହଞ୍ଚିବା ସହ ଅଗଷ୍ଟ ୨୧ରେ ଭାଲେଣ୍ଟିନାଙ୍କୁ ଏହା ହସ୍ତାନ୍ତର କରିଥିବା ଜଣାପଡିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button