ଅପରାଧ
ମିଥ୍ୟା ଦୁଷ୍କର୍ମ ମାମଲା ରୁଜୁ କରିଥିବା ୨ ମହିଳା ଗିରଫ – Ibnodisha

[ad_1]
ପାଣାଜୀ: ମିଥ୍ୟା ଦୁଷ୍କର୍ମ ମାମଲା ରୁଜୁ କରି ଲୋକଙ୍କୁ ବ୍ଲାକ୍ମେଲ କରୁଥିବା ଅଭିଯୋଗରେ ଗୋଆ ପୁଲିସ ମଙ୍ଗଳବାର ପାଣାଜୀ ସହରରୁ ୨ ଜଣ ମହିଳାଙ୍କୁ ଗିରଫ କରିଛି । ଦୁଇ ଅଭିଯୁକ୍ତ ମହିଳା ଗୋଆରେ ୩ଟି ଓ ଗୁଜରାଟରେ ୨ଟି ଦୁଷ୍କର୍ମ ମାମଲା ଦାଏର କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏହି ମହିଳାମାନେ ଗୁଜରାଟ ବାସିନ୍ଦା ହୋଇଥିବାବେଳେ ପ୍ରତ୍ୟେକ ଦୁଷ୍କର୍ମ ଏତଲାରେ ସମାନ ସ୍ଥାନ ଓ ସମାନ କାରଣ ଦର୍ଶାଇଥିବାରୁ ପୁଲିସର ସନ୍ଦେହ ଘନୀଭୂତ ହୋଇଥିଲା । ଫଳରେ ଗୋଆ ପୁଲିସ ତୁରନ୍ତ ଗୁଜରାଟ ପୁଲିସ ସହ ଯୋଗସୂତ୍ର ସ୍ଥାପନ କରି ଏମାନଙ୍କୁ ଗିରଫ କରିଛି । ଭାରତୀୟ ପିଙ୍ଗଳ କୋଡ୍ର ଧାରା ୩୮୬ ଓ ୧୨୦(ଖ) ଅନୁଯାୟୀ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।
[ad_2]