ସ୍ୱାମୀ ଆଖିରେ କଇଁଚି ଭୁସି ଫେରାର୍ ସ୍ତ୍ରୀ; କାହିଁକି ଜାଣନ୍ତୁ…. – Ibnodisha
[ad_1]
ବାଗପତ: ସ୍ୱାମୀ କପେ ଚା ମାଗିବାରୁ ସ୍ତ୍ରୀ ତାଙ୍କ ଆଖିକୁ କଇଁଚିରେ ଭୁସି ଘଟଣାସ୍ଥଳରୁ ଫେରାର୍ ହୋଇଯାଇିଛି । ଏଭଳି ହ୍ୟଦୟ ବିଦାରକ ଘଟଣା ଉତ୍ତର ପ୍ରଦେଶର ବାଗପତ ଅଞ୍ଚଳରେ ଘଟିଛି । କଇଁଚି ଭୁସା ଯୋଗୁଁ ସ୍ୱାମୀଙ୍କ ଆଖିରୁ ରକ୍ତ ଝରୁଥିବା ବେଳେ ପୁଲିସ ଭୟରେ ସ୍ତ୍ରୀ ଘରୁ ଫେରାର ହୋଇଯାଇଛନ୍ତି । ସୂଚନା ଅନୁସାରେ, ୩ ବର୍ଷ ତଳେ ସ୍ୱାମୀ ଅଙ୍କିତ ଉକ୍ତ ମହିଳାଙ୍କୁ ବିବାହ କରିଥିଲେ । କିନ୍ତୁ, ବାହାଘରର ଅଳ୍ପ କେଇ ଦିନ ପରେ ପାରିବାରିକ କଥା ନେଇ ଦୁହେଁ ସବୁବେଳେ ଝଗଡ଼ା ଲାଗୁଥିଲେ ।
ପୁଲିସ କହିଛି, କଇଁଚି ଭୁସା ଘଟଣାର ତିନି ଦିନ ପୂର୍ବରୁ ଅଙ୍କିତଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ ଦାଏର କରିଥିଲେ । ତାଙ୍କୁ ମାରଧର କରୁଛନ୍ତି ବୋଲି ସେ ସ୍ୱାମୀ ଅଙ୍କିତ ଓ ଶାଶୂଘରର ଅନ୍ୟ ଲୋକମାନଙ୍କ ନାଁରେ ଅଭିଯୋଗ କରିଥିଲେ । ସେଦିନ ଅଙ୍କିତ କପେ ଚା ମାଗିବାରୁ ତାଙ୍କ ସ୍ତ୍ରୀ ରାଗିଯାଇ ଗୋଟାଏ କଇଁଚିରେ ତାଙ୍କ ଆଖିକୁ ଭୁସି ପକାଇଲେ । ଚିତ୍କାର ଓ ପାଟିତୁଣ୍ଡ ଶୁଣି ଅଙ୍କିତଙ୍କ ଭାଉଜ ଓ ପିଲାମାନେ ଆସି ସେଠାରେ ହାଜର ହେଲେ । ତା’ପରେ ସେମାନେ ଫୋନ୍ କରି ପୁଲିସକୁ ଘଟଣା ସଂକ୍ରାନ୍ତରେ ଜଣାଇଲେ । କିନ୍ତୁ, ପୁଲିସ ଆସି ପହଞ୍ଚିବା ପୂର୍ବରୁ କ୍ଷତାକ୍ତ ଅଙ୍କିତଙ୍କୁ ଛାଡ଼ି ସ୍ତ୍ରୀ ଘଟଣାସ୍ଥଳରୁ ଫେରାର୍ ହୋଇଗଲେ । ଆହତ ଅଙ୍କିତଙ୍କୁ ପୁଲିସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ତାଙ୍କୁ ମରିଟ୍ ଡାକ୍ତରଖାନାକୁ ରେଫର୍ କରାଗଲା । ଘଟଣାର ତଦନ୍ତ ଆରମ୍ଭ କରାଯିବା ସହିତ ଫେରାର୍ ସ୍ତ୍ରୀଙ୍କୁ ଧରିବା ଲାଗି ପୁଲିସ କେତୋଟି ଟିମ୍ ଗଠନ କରିଛି ।
[ad_2]