ଦେଶ

ଡବ୍ଲ୍ୟୁପିଏଲ୍ ପାଇଁ ୧୬୫ ଖେଳାଳିଙ୍କ ପଞ୍ଜୀକରଣ – Ibnodisha

[ad_1]

ମୁମ୍ବାଇ: ଆସନ୍ତା ଡିସେମ୍ବର ୯ରେ ମୁମ୍ବାଇରେ ହେବ ମହିଳା ପ୍ରିମିୟର ଲିଗ୍ (ଡବ୍ଲ୍ୟୁପିଏଲ୍‌) ଦ୍ୱିତୀୟ ସଂସ୍କରଣ ପାଇଁ ଖେଳାଳି ନିଲାମ । ଏଥିପାଇଁ  ୧୬୫ ଜଣ ଖେଳାଳି ନିଲାମୀ ପ୍ରକ୍ରିୟାରେ ସାମିଲ ହେବା ପାଇଁ ପଞ୍ଜୀକରଣ କରିଛନ୍ତି । ପାଞ୍ଚଟି ଫ୍ରାଞ୍ଚାଇଜ ମଧ୍ୟରେ ସର୍ବାଧିକ ୩୦ଟି ସ୍ଥାନ ଉପଲବ୍ଧ ହେବ । ଏହି ୩୦ଟି ସ୍ଥାନ ମଧ୍ୟରୁ କେବଳ ୯ଟି ସ୍ଥାନ ବିଦେଶୀ ଖେଳାଳିଙ୍କ ପାଇଁ ଖାଲି ପଡ଼ିଛି । ୧୬୫ ଖେଳାଳିଙ୍କ ମଧ୍ୟରୁ ୧୦୪ ଜଣ ଭାରତୀୟ ଏବଂ ଅବଶିଷ୍ଟ ୬୪ ଜଣ ଖେଳାଳିଙ୍କ ମଧ୍ୟରୁ ୧୫ ଜଣ ସହଯୋଗୀ ରାଷ୍ଟ୍ରର ଖେଳାଳିଙ୍କୁ ଦ୍ୱିତୀୟ ଖେଳାଳି ନିଲାମ ପାଇଁ ଚୟନ କରାଯାଇଛି ।

ଖେଳାଳି ନିଲାମ ପାଇଁ ୱେଷ୍ଟଇଣ୍ଡିଜର ପୂର୍ବତନ ଅଲରାଉଣ୍ଡର ଡିଆଣ୍ଡ୍ରା ଡୋଟିନ୍ ଏବଂ ଅଷ୍ଟ୍ରେଲିଆର କିମ୍ ଗାର୍ଥ ନିଲାମ ପାଇଁ ୫୦ ଲକ୍ଷ ଟଙ୍କାର ସର୍ବାଧିକ ମୂଳ ମୂଲ୍ୟରେ ନାମ ପଞ୍ଜୀକରଣ କରିଛନ୍ତି । ଦ୍ୱିତୀୟ ସର୍ବାଧିକ ବେସ୍ ପ୍ରାଇସ୍ ୪୦ ଲକ୍ଷ ଟଙ୍କା ରହିଛି, ଯେଉଁଥିରେ ଚାରି ଜଣ ଖେଳାଳି (ସମସ୍ତ ବିଦେଶୀ) ତାଲିକାଭୁକ୍ତ ହୋଇଛନ୍ତି । ସେମାନେ ହେଲେ ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଆନାବେଲ୍ ସଦରଲାଣ୍ଡ ଓ ଜର୍ଜିଆ ବେୟାରହାମ, ପ୍ରଥମ ସଂସ୍କରଣରେ ୟୁପି ୱାରିୟର୍ସ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଶବନିମ ଇସମଲ ଓ ଇଂଲଣ୍ଡ ୱିକେଟ କିପର ଏମି ଜୋନ୍ସ । ସଦରଲ।।ଣ୍ଡ ଓ ଗାର୍ଥଙ୍କ ପୂର୍ବରୁ ଡବ୍ଲ୍ୟୁପିଏଲ୍‌ରେ ଖେଳିବାର ଅଭିଜ୍ଞତା ରହିଛି । ଗତବର୍ଷ ଉଦ୍‌ଘାଟନୀ ସଂସ୍କରଣରେ ସଦରଲାଣ୍ଡ ଗୁଜରାଟ ଜାଏଣ୍ଟସ୍  ପକ୍ଷରୁ ଖେଳିଥିଲେ । ଡଟିନଙ୍କୁ ମଧ୍ୟ ଜାଏଣ୍ଟସ୍ ଚୟନ କରିଥିଲା କିନ୍ତୁ ଫିଟନେସ୍ ପ୍ରମାଣପତ୍ରକୁ ନେଇ ବିବାଦ ପରେ ସେ ଓହରି ଯାଇଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button