ଦେଶ

ଛିଡା ହୋଇଥିବା ଟ୍ରକକୁ ପଛରୁ ପିଟିଲା କାର, ୬ ମୃତ – Ibnodisha

[ad_1]

ଚଣ୍ଡିଗଡ: ହରିୟାଣାର ଭବାନୀ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଛି । ଗତକାଲି ରାତିରେ ଭବାନୀ-ବାହଲ ରାସ୍ତାରେ ଅଟକି ରହିଥିବା ଏକ ଟ୍ରକକୁ ପଛପଟୁ ଏକ ଦ୍ରୁତଗାମୀ କାର ଧକ୍କା ଦେଇଥିଲା । ଏଥିରେ କାରରେ ଥିବା ୫ ଜଣ ଓ ଅଟକି ରହିଥିବା ଟ୍ରକର ଜଣେ ଶ୍ରମିକଙ୍କୁ ମିଶାଇ ମୋଟ ୬ ଜଣ ପ୍ରାଣ ହରାଇଛନ୍ତି । ଘଟଣାସ୍ଥଳରେ ୫ ଜଣ ଓ ହସ୍ପିଟାଲ ନେବା ରାସ୍ତାରେ ଜଣଙ୍କର ମୃତ୍ୟୁ ହୋଇଥିଲା । ସ୍ଥାନୀୟ ପୋଲିସ ପହଞ୍ଚି ସମସ୍ତ ମୃତଦେହ ଉଦ୍ଧାର କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସମସ୍ତ ମୃତକ ଭବାନୀ ଜିଲ୍ଲାର ଭୁଙ୍ଗଲା ଗ୍ରାମର ବାସିନ୍ଦା ଭାବେ ଚିହ୍ନଟ ହୋଇଛନ୍ତି । ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୦ଟା ବେଳେ ଶେର୍ଲା ଗ୍ରାମ ନିକଟରେ ଘଟିଛି । କୌଣସି କାରଣରୁ ରାସ୍ତାକଡରେ ଟ୍ରକଟି ଅଟକି ରହିଥିଲା । ଟ୍ରକ ତଳେ ଜଣେ ଶ୍ରମିକ କିଛି ସଫା କରୁଥିଲେ । ଏହି ସମୟରେ ଦ୍ରୁତଗତିରେ ଆସୁଥିବା କାରଟି ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ସମ୍ପୂର୍ଣ୍ଣ କାରଟି ଚୂରମାର ହୋଇଯାଇଥିଲା । ସ୍ଥାନୀୟ ଲୋକେ ଉଦ୍ଧାର ଅପରେସନ ଆରମ୍ଭ କରିବା ସହ ସ୍ଥାନୀୟ ଥାନାକୁ ମଧ୍ୟ ଅବଗତ କରିଥିଲେ । ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା ।

ଏଥିରେ କାରରେ ଥିବା ୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଅନ୍ୟ ଜଣଙ୍କୁ ହସ୍ପିଟାଲ ନେବା ରାସ୍ତାରେ ମୃତ୍ୟୁ ହୋଇଛି । ପ୍ରାଥମିକ ଭାବେ କାରଟିର ଦ୍ରୁତଗତି ଓ ଅନ୍ଧାର କାରଣରୁ ରାସ୍ତାକଡରେ ଛିଡା ହୋଇଥିବା ଟ୍ରକକୁ ଦେଖି ନପାରିବା କାରଣରୁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ପୋଲିସ ପହଞ୍ଚି ସମସ୍ତ ମୃତଦେହ ଜବତ କରିବା ସହ ନିକଟସ୍ଥ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏକ ମାମଲା ରୁଜୁ କରି ଦୁଇଟି ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରାଯାଇଛି । ମୃତକଙ୍କ ପରିଜନ ହସ୍ପିଟାଲରେ ପହଞ୍ଚିଛନ୍ତି । ଆଜି ସକାଳେ ସ୍ଥାନୀୟ ଜନପ୍ରତିନିଧିମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିବା ସହ ହସ୍ପିଟାଲରେ ମୃତକଙ୍କ ପରିଜନକୁ ମଧ୍ୟ ସାକ୍ଷାତ କରିଛନ୍ତି । ଶୀତଦିନେ ଘନକୁହୁଡି କାରଣରୁ ଏକାଧିକ ଉତ୍ତର ଭାରତୀୟ ରାଜ୍ୟରେ ମାତ୍ରାଧିକ ଦୁର୍ଘଟଣା ଘଟିଥାଏ । ଦୃଶ୍ୟମାନ୍ୟତା ହ୍ରାସ ପାଇବା ଫଳରେ ଦୁର୍ଘଟଣା ଘଟିଥାଏ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button