ଦେଶ

ହ୍ରଦରେ ବୁଡ଼ିଗଲା ଡଙ୍ଗା, ୧୪ ଜଣଙ୍କ ମୃତ୍ୟୁ – Ibnodisha

[ad_1]

ଗାନ୍ଧୀନଗର: ଏକ ହ୍ରଦରେ ଡଙ୍ଗା ବୁଡ଼ି ଯିବାରୁ ୧୪ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୧୨ ଜଣ ଛାତ୍ରଛାତ୍ରୀ ଓ ୨ ଜଣ ଶିକ୍ଷକ ଥିବା ଜଣାପଡ଼ିଛି । ଜଣ ଛାତ୍ର ଛାତ୍ରୀ ଓ ଜଷଣ ଶିକ୍ଷକ ନିଖୋଜ ଅଛନ୍ତି । ଗୁଜରାଟର ବଡ଼ୋଦରାରେ ଏହି ଦୁର୍ଘଟଣା ଘଟିଛି । ଡଙ୍ଗାଟିରେ ୨୭ ଜଣ ଛାତ୍ରଛାତ୍ରୀ ଥିଲେ । ସେମାନେ ନ୍ୟୁ ସନ୍‌ରାଇଜ ନାମକ ଏକ ଘରୋଇ ସ୍କୁଲରେ ପଢ଼ନ୍ତି । ସ୍କୁଲ୍ ପକ୍ଷରୁ ସେମାନଙ୍କୁ ପିକ୍‌ନିକ୍‌ରେ ସେଠାକୁ ନିଆଯାଇଥିଲା । ତେବେ ଡଙ୍ଗାରେ ବସିଥିବା ବେଳେ ସେମାନେ କେହି ବି ଲାଇଫ୍ ଜ୍ୟାକେଟ୍ ପିନ୍ଧି ନଥିଲେ । ଗୁଜରାଟ ଶିକ୍ଷା ମନ୍ତ୍ରୀ କୁବେର ଡିଣ୍ଡୋର କହିଛନ୍ତି, ହ୍ରଦରେ ଡଙ୍ଗା ବୁଡ଼ି ଯିବାରୁ ୧୪ ଜଣଙ୍କ ମୃତ୍ୟୁ ଘଟିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆର୍‌ଏଫ୍ ଓ ଦମକଳ ବାହିନୀ ମିଳିତ ଭାବେ ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ବଡ଼ୋଦରା ଜିଲ୍ଲାପାଳ କହିଛନ୍ତି ଏବି ଗୋର କହିଛନ୍ତି ଯେ ଡଙ୍ଗାରେ ୨୭ ଜଣ ଛାତ୍ରଛାତ୍ରୀ ବସିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button