ଦେଶ

ଅପରାଧିକରଣ ହେଉ ପରକୀୟା ପ୍ରୀତି: କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛି ସ୍ବରାଷ୍ଟ୍ର ମନ୍ତ୍ରାଳୟର ସଂସଦୀୟ କମିଟି – Ibnodisha

[ad_1]

ବ୍ୟୁରୋ : ଅପରାଧିକରଣ ହେଉ ପରକୀୟା ପ୍ରୀତି। ଏନେଇ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛି ସ୍ବରାଷ୍ଟ୍ର ମନ୍ତ୍ରାଳୟର ସଂସଦୀୟ କମିଟି। ବିବାହ ଏକ ପବିତ୍ର ବ୍ଯବସ୍ଥା ଏବଂ ଏହାକୁ ସୁରକ୍ଷିତ ରଖିବା ଜରୁରୀ ବୋଲି ଭାରତୀୟ ନ୍ୟାୟ ସଂହିତା ବିଲ୍ ଉପରେ ଏକ ରିପୋର୍ଟରେ ଏହି କମିଟି ସୁପାରିଶ କରିଛି। ସଂଶୋଧିତ ବ୍ୟଭିଚାର ଆଇନକୁ ଲିଙ୍ଗ ନିରପେକ୍ଷ ଭାବେ ଅପରାଧ ବିବେଚନା କରାଯିବା ଏବଂ ଉଭୟ ପକ୍ଷରୁ ଉତ୍ତରଦାୟୀ କରାଯିବାକୁ ଏହି ରିପୋର୍ଟରେ ଯୁକ୍ତି ବଢାଯାଇଛି। ଯଦି କମିଟିର ରିପୋର୍ଟକୁ ସରକାର ଗ୍ରହଣ କରନ୍ତି ତେବେ ଏହା ୨୦୧୮ରେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ପରକୀୟା ପ୍ରୀତି ଅପରାଧ ନୁହେଁ ବୋଲି ଦେଇଥିବା ଐତିହାସିକ ରାୟର ପରିପନ୍ଥୀ ହେବ। ଗତ ଅଗଷ୍ଟରେ ସ୍ବରାଷ୍ଟ୍ର ମନ୍ତ୍ରମାଳୟର ଷ୍ଟାଣ୍ଡିଂ କମିଟିକୁ ଏହି ରିପୋର୍ଟ ପଠାଯାଇଥିଲା ।ପୂର୍ବରୁ ଆଇପିସି ଧାରା ୪୯୭ ଅନୁସାରେ ପରକୀୟା ପ୍ରୀତିକୁ ଅପରାଧ ବିବେଚନା କରାଯାଉଥିଲା। ଏଥିରେ କୁହାଯାଇଥିଲା ଯଦି କୌଣସି ପୁରୁଷ କୌଣସି ବିବାହିତା ମହିଳାଙ୍କ ସହ ତାଙ୍କ ସହମତିରେ ଶାରୀରିକ ସମ୍ପର୍କ ରଖନ୍ତି ଏପରି ମାମଲାରେ ମହିଳାଙ୍କ ସ୍ବାମୀଙ୍କ ଅଭିଯୋଗ ଆଧାରରେ ସଂପୃକ୍ତ ପୁରୁଷଙ୍କ ବିରୋଧରେ ମକଦ୍ଦମା ଚାଲିପାରୁଥିଲା। ହେଲେ ଜଣେ ବିବାହିତ ପୁରୁଷ କୌଣସି ଅବିବାହିତା ଯୁବତୀ କିମ୍ବା ବିଧବା ମହିଳାଙ୍କ ସହ ସହମତିରେ ଶାରୀରିକ ସମ୍ପର୍କ ରଖୁଥିଲେ ତାହାକୁ ଏହି ଆଇନ ଅନୁସାରେ ଅପରାଧ ବିବେଚନା କରାଯାଉନଥିଲା। ସେହିପରି ସଂପୃକ୍ତ ମହିଳାଙ୍କୁ ମଧ୍ୟ ଏଥିରେ କେବେ ଦୋଷୀ ମନେ କରାଯାଉନଥିଲା। ଧାରା ୪୯୭ ଅନୁସାରେ ଦୋଷୀ ସାବ୍ୟସ୍ତ ହେଉଥିବା ପୁରୁଷଙ୍କୁ ୫ ବର୍ଷ ଜେଲଦଣ୍ଡ ଏବଂ ଜରିମାନାର ପ୍ରାବଧାନ ଥିଲା। କିନ୍ତୁ ୨୦୧୮ରେ ସୁପ୍ରିମକୋର୍ଟ ଏହି ଧାରାକୁ ଅକାମୀ କରିଦେଇଥିଲା।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button