ଦେଶ
ଗାଜା-ଇସ୍ରାଏଲ ଯୁଦ୍ଧ : ଚାଲିଗଲାଣି ୧୦,୦୦୦ରୁ ଅଧିକ ନିରୀହ ଶିଶୁଙ୍କ ଜୀବନ – Ibnodisha

[ad_1]
ଗାଜା: ଗାଜାରେ ଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ ଏବଂ ସ୍ଥଳ ଅପରେସନ ଯୋଗୁଁ ୧୦୦ ଦିନରେ ୧୦,୦୦୦ରୁ ଅଧିକ ଶିଶୁ ପ୍ରାଣ ହରାଇଛନ୍ତି ଏବଂ ହଜାର ହଜାର ପିଲା ନିଖୋଜ ଅଛନ୍ତି। ଇସ୍ରାଏଲ ଆକ୍ରମଣ ଯୋଗୁ ଗାଜାରେ ପିଲାମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ସେମାନଙ୍କୁ ପର୍ଯ୍ୟାପ୍ତ ଚିକିତ୍ସା ସେବା ମିଳୁନାହିଁ ଏବଂ ସେମାନେ ନିଜର ପିତାମାତା ଏବଂ ପ୍ରିୟଜନଙ୍କୁ ହରାଇବା ଭଳି ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଗାଜାରେ ପାଖାପାଖି ୧୦୦୦ ଶିଶୁ ଗୋଟିଏ କିମ୍ବା ଦୁଇଟି ଗୋଡ଼ ହରାଇଛନ୍ତି। ଗାଜାରେ ଇସ୍ରାଏଲର ଭୟଙ୍କର ଯୁଦ୍ଧ ଜାନୁଆରି ୧୪ରେ ୧୦୦ତମ ଦିନରେ ପ୍ରବେଶ କରିଥିଲା। ଗତ ବର୍ଷ ଅକ୍ଟୋବର ୭ରୁ ଇସ୍ରାଏଲ-ହମାସ ମଧ୍ୟରେ ଆରମ୍ଭ ହୋଇଥିବା ସଂଘର୍ଷରେ ପ୍ରାୟ ୨୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲାଣି। ଏଥିସହିତ ଗାଜାରେ ବ୍ୟାପକ କ୍ଷତି ହୋଇଛି।
[ad_2]




