ରାଜ୍ୟ

ଓଡ଼ିଶାରେ କମୁଛି ଦାରିଦ୍ର୍ୟ – Ibnodisha

[ad_1]

ଭୁବନେଶ୍ବର: ଓଡ଼ିଶାର ସାମଗ୍ରିକ ଅର୍ଥନୈତିକ ବିକାଶ ଘଟିଛି  l ପ୍ରଗତି ପଥରେ ଓଡ଼ିଶା ଆଗେଇ ଚାଲିଛି  l ଫଳରେ ଦାରିଦ୍ର୍ୟ ହ୍ରାସରେ ଓଡ଼ିଶା ଉଲ୍ଲେଖନୀୟ ପ୍ରଦର୍ଶନ କରୁଛି l  ରାଜ୍ୟରେ ଏକ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟ କବଳରୁ ମୁକ୍ତ ହୋଇଛନ୍ତି । ନୀତି ଆୟୋଗର ସଦ୍ୟତମ ରିପୋର୍ଟରେ ଏହା ପ୍ରକାଶ ପାଇଛି । ଦେଶରେ ଦାରିଦ୍ର୍ୟ ହାର ହ୍ରାସ ୧୧.୨୮ ପ୍ରତିଶତ ଥିବାବେଳେ ଓଡ଼ିଶାରେ ଏହା ୧୧.୦୭ ପ୍ରତିଶତ ରହିଛି ।

ସ୍ବାସ୍ଥ୍ୟ, ଶିକ୍ଷା, ଜୀବନ ଧାରଣର ମାନଦଣ୍ଡକୁ ଆଧାର କରି ରିପୋର୍ଟ ପ୍ରକାଶ ପାଇଛି । ଓଡ଼ିଶାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଓ ଜନକଲ୍ୟାଣକାରୀ ଯୋଜନା ଓ ବ୍ୟାପକ ନିଯୁକ୍ତି ଯୋଗୁ ଉଲ୍ଲେଖନୀୟ ଭାବେ ଦାରିଦ୍ର୍ୟ ହାର ହ୍ରାସ ଘଟିଛି । ରାଜ୍ୟର ଉଲ୍ଲେଖନୀୟ ସଫଳତା ଦେଶ ପାଇଁ ରୋଲ୍ ମଡେଲ ସାଜିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button