ରାଜ୍ୟ

ଜାତୀୟ ପାରା ସନ୍ତରଣ: ଦ୍ବିତୀୟ ଦିନରେ ଓଡ଼ିଶାକୁ ୬ ସ୍ବର୍ଣ୍ଣ ସହ ୧୩ ପଦକ

ଭୁବନେଶ୍ବର: ଗୋଆରେ ଚାଲିଥିବା ଜାତୀୟ ପାରା ସନ୍ତରଣ ପ୍ରତିଯୋଗିତାରେ ଓଡ଼ିଶା ସନ୍ତରଣକାରୀଙ୍କ ଚମକ ଜାରି ରହିଛି। ପ୍ରଥମ ଦିନରେ ୩ (୧ ଲେଖାଏଁ ସ୍ବର୍ଣ୍ଣ, ରୌପ୍ୟ, କାଂସ୍ୟ) ପଦକ ଜିତିଥିବା ଓଡ଼ିଶା ସୋମବାର ଏଥିରେ ୧୩ (୬ ସ୍ବର୍ଣ୍ଣ, ୬ ରୌପ୍ୟ, ୧ କାଂସ୍ୟ) ପଦକ ଜିତିଛି। ଫଳରେ ଏହି ପ୍ରତିଯୋଗିତାରେ ଓଡ଼ିଶାର ପଦକ ସଂଖ୍ୟା ୧୬ରେ ପହଞ୍ଚିଛି।

୫୦ ମିଟର ବ୍ରେଷ୍ଟ୍ଷ୍ଟ୍ରୋକ୍ ଏସ୍-୪ରେ କମଳାକାନ୍ତ ନାୟକ (୧:୧୪.୬୮) ଏବଂ ଏସ୍-୧୦ରେ ଦିନେଶ ମୋହନ ମାଝୀ (୩୭.୦୬) ସ୍ବର୍ଣ୍ଣ ଜିତିଥିଲେ।

ଏସ୍-୫ରେ ଆକାଶ ବାଛୋର (୫୪.୫୧) ସ୍ବର୍ଣ୍ଣ ଓ ୫୦ ମିଟର ଫ୍ରିଷ୍ଟାଇଲ୍ରେ ୫୧.୯୧ ସେକେଣ୍ଡ ସହ ରୌପ୍ୟ ଜିତି ଯୁଗଳ ପଦକ କରାୟତ୍ତ କରିଥିଲେ। ଏସ୍-୪ ମହିଳା ୫୦ ମିଟର ବ୍ୟାକ୍ଷ୍ଟ୍ରୋକ୍ ଓ ୧୦୦ ମିଟର ଫ୍ରିଷ୍ଟାଇଲ୍ରେ କବିତା ଦଳାଇ ୨ ରୌପ୍ୟ ଜିତିଥିଲେ। ଏସ୍-୧୨ ମହିଳା ୫୦ ମିଟର ବ୍ୟାକ୍ଷ୍ଟ୍ରୋକ୍ରେ ରିଙ୍କି ବେହେରା (୧:୦୪.୯୧) ସ୍ବର୍ଣ୍ଣ ପାଇଥିଲେ। ଏସ୍-୫ ୧୦୦ ମିଟର ବ୍ରେଷ୍ଟ୍ଷ୍ଟ୍ରୋକ୍ରେ କାହ୍ନା ପାତ୍ର (୧:୫୨.୮୬) ସ୍ବର୍ଣ୍ଣ ଏବଂ ନରହରି ବେହେରା ରୌପ୍ୟ ପଦକ ପାଇଥିଲେ। ୫୦ ମିଟର ଫ୍ରିଷ୍ଟାଇଲ୍ରେ ନରହରିଙ୍କୁ (୪୫.୨୫) ସ୍ବର୍ଣ୍ଣ ପଦକ ମିଳିଥିଲା। ୫୦ ମିଟର ବ୍ରେଷ୍ଟ୍ଷ୍ଟ୍ରୋକ୍ ମହିଳା ଏସ୍-୯ରେ ଭାନୁମତି ବେହେରା ଓ ପୁରୁଷ ଏସ୍-୧୧ରେ ରଂଜନ କୁମାର ହାଁସ୍ଦା ରୌପ୍ୟ ପଦକ ଜିତିଥିଲେ। ଏସ୍-୧୧ ୧୦୦ ମିଟର ବ୍ରେଷ୍ଟ୍ଷ୍ଟ୍ରୋକ୍ରେ ପୁରନ୍ଦର ରୋହିଦାସ କାଂସ୍ୟ ପାଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button