ଦୁର୍ଘଟଣାରାଜ୍ୟ

ଶବ ଧରି ଷ୍ଟେସନ ଆଗରେ ବରିଷ୍ଠ ସାମ୍ବାଦିକ ,ପଢନ୍ତୁ ସମ୍ପୂର୍ଣ୍ଣ ବିଷୟ।

IBN ଓଡିଶା
(Report by pradip mohanty)
ଜେନାପୁର/ଯାଜପୁର:-ଲୋକଙ୍କ ସମସ୍ୟା ସମାଧାନ ଓ ଦାବି ପୁରଣ ପାଇଁ ଚର୍ଚ୍ଚାରେ ରହି ଆସିଥିବା ଧର୍ମଶାଳାର ଫାୟାରବ୍ରାଣ୍ଡ ଯୁବନେତା ସତୀଶ ବିଶ୍ୱାଳ ଆଜି ଜଣେ ମୃତ ଗରୀବ ଶ୍ରମିକଙ୍କ ଶବ ଧରି ଜେନାପୁର ଷ୍ଟେସନରେ ସମ୍ମୁଖରେ ଧାରଣାରେ ବସିଥିଲେ । ସତୀଶଙ୍କ ସହ ଏହି ଶ୍ରମିକଙ୍କ ପରିବାର ସହ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ୱ ଜନସାଧାରଣ ଧାରଣାରେ ସାମିଲ ହୋଇଥିଲେ । ତେବେ ରେଳବାଇ ପୋଲିସ ଏବଂ ବଭାଗୀୟ ଉଚ୍ଚ ଅଧିକାରୀଙ୍କ ଦାବି ପୁରଣ ନେଇ ଲିଖିତ ପ୍ରତିଶୃତି ପରେ ଏହି ଧାରଣା ପ୍ରତ୍ୟାହାର ହୋଇଛି ।
ଖବରରୁ ପ୍ରକାଶ, ଗତ ଜୁଲାଇ ୨୬ ତାରିଖରେ ଜେନାପୁର ରେଳ ଷ୍ଟେସନ ନିକଟରେ ରେଳବାଇ ଠିକା କାର୍ଯରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ନିକଟସ୍ଥ ଦହିପୁର ଗ୍ରାମର ଶ୍ରମିକ ତୋଫାନ ସ୍ୱାଇଁ ଗୁରୁତର ଆହତ ହୋଇଥିଲେ । ଆହତ ହେବା ପରେ ତାଙ୍କୁ କଟକ ବଡ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା । ଅବସ୍ଥା ସଂକଟାପନ୍ନ ହେବାରୁ ଏହାପରେ ଏକ ବେସରକାରୀ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇ ପୁନଶ୍ଚ ତୋଫାନଙ୍କୁ କଟକ ବଡ ଡାକ୍ତରଖାନାକୁ ଅଣାଯାଇ ଚିକିତ୍ସା କରାଯାଉ ଥିବା ବେଳେ ଗତକାଲି ୨୬ ତାରିଖ ବିଳମ୍ବିତ ରାତିରେ ମୃତ୍ୟୁ ହୋଇଥିଲା । ତେବେ ଦୁର୍ଘଟଣା ପରେ ଶ୍ରମିକ ଭାବେ ତାଙ୍କୁ କୌଣସି ଚିକିତ୍ସା ସହାୟତା ସରକାରଙ୍କ ତରଫରୁ କିମ୍ବା ଠିକା ସଂସ୍ଥା ତରଫରୁ ନମଳିବାରୁ ଅର୍ଥାଭାବରୁ ଅଧିକ ଉନ୍ନତ ଚିକିତ୍ସା ସେବା ମିଳି ନଥିଲା । ଏହାର ପ୍ରତିବାଦରେ ଶ୍ରମିକଙ୍କ ପରିବାର ତରଫରୁ କେନ୍ଦ୍ରିୟ ଲେବର କମିଶନ, ଅନୁଗୁଳ,  ଷ୍ଟେସନ ମାଷ୍ଟର ଜେନାପୁରଙ୍କୁ ଲିଖିତ ଅଭିଯୋଗ କରାଯିବା ସହ ଯାଜପୁରରୋଡ ରେଳବାଇ ପୋଲିସ ନିକଟରେ ଘଟଣା ନେଇ ଏତଲା ଦିଆଯାଇଥିଲା । ହେଲେ ଘଟଣାକୁ ଏକ ମାସ ବିତିଥିଲେ ମଧ୍ୟ ଅଦ୍ୟାବଧି ଏତଲା ରୁଜୁ ନହେବା, ଶ୍ରମିକଙ୍କ ଚିକିତ୍ସା ପାଇଁ କୌଣସି ସହାୟତା ନମିଳିବା ପ୍ରତିବାଦରେ ଆଜି ସତୀଶଙ୍କ ନେତୃତ୍ୱରେ ଏହି ଧାରଣା ଦିଆଯାଇଥିଲା । ଧାରଣାସ୍ଥଳରୁ ସତୀଶ ଏଥିନେଇ କେନ୍ଦ୍ର ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାପରେ ତୁରନ୍ତ ବିଭାଗୀୟ ଅଧିକାରୀମାନେ ଘଟଣା ସ୍ଥଳରେ ପଂହଚି ସତୀଶଙ୍କ ସହ ଆଲୋଚନା କରିଥିଲେ । ସତୀଶଙ୍କ ଦାବି ଅନୁସାରେ ଆଜି ଏଥିନେଇ ଏତଲା ରୁଜୁ ସହ କ୍ଷତିପୁରଣ ପଦାନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ଲିଖିତ ପ୍ରତିଶୃତି ଦିଆଯାଇଛି । ଏଥିରେ ରେଳ ବିଭାଗର ଭଦ୍ରଖର ସିନିୟର ସେକ୍ସନ ଇଂଜିନିୟର ଶ୍ରୀ ଏସ.କେ.ମହାପାତ୍ର, ରେଲୱେ ପ୍ରୋଟେକ୍ସନ ଫୋର୍ସର ଇନିସିପ୍ଟେର ଶ୍ରୀ ଆର.କେ.ବେହେରା, ରେଲୱେ ଆଉଟ ପୋଷ୍ଟ ଯାଜପୁରରୋଡର ଅଧିକାରୀ ଶ୍ରୀ ପପୁ କୁମାର ନାୟକ, ଜେନାପୁର ଷ୍ଟେସନ ମାଷ୍ଟର ଶ୍ରୀ ଆର.କେ. ମତଗଜସିଂଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ହୋଇଥିବା ବୁଝାବଣାପତ୍ରରେ ସ୍ୱାକ୍ଷର କରିଛନ୍ତି । ଗରୀବ ଶ୍ରମିକଙ୍କ ସମସ୍ୟା ନେଇ ରେ ରେଳ ବିଭାଗ ଏବଂ କେନ୍ଦ୍ରୀୟ ଶ୍ରମ ବିଭାଗ ଯତ୍ନବାନ ହେବାକୁ ସତୀଶ ଦାବି କରିଛନ୍ତି ।     

Related Articles

Leave a Reply

Your email address will not be published. Required fields are marked *

Back to top button