ପର୍ଯ୍ୟଟନ
ଦେଓମାଳୀ ପର୍ବତର କଥା
ଦେଓମାଳୀ, ଓଡିଶାର ସର୍ବୋଚ୍ଚ ପର୍ବତଶୃଙ୍ଗ; ଦେଓମାଳୀର ଉଚ୍ଚତା ୧୭୬୨ ମିଟର | ଏହା ପୁର୍ବଘାଟ ପର୍ବତମାଳାର କ୍ରୋଡରେ ଅବସ୍ଥିତ | ପାହାଡ ଚଢାଳିଙ୍କ ପାଇଁ ଏହା ଏକ ପ୍ରକୃଷ୍ଠ ସ୍ଥାନ | ଦେଓମାଳୀ କୋରାପୁଟ ଠାରୁ ୬୦ କିମି ଦୁରରେ ଅବସ୍ଥିତ |
ପ୍ରାଚୀନ କିମ୍ବଦନ୍ତୀ ଓ ପୂର୍ବପୁରୁଷ ଙ୍କ କଥାନୁସାରେ ଦେଓମାଳୀର ସୃଷ୍ଟି ରାଜବଂଶରୁ, ଦେଓମାଳୀ ପର୍ବତ ଯେଉଁଭଳି ଆକର୍ଷଣୀୟ ପର୍ବତ ନାମକରଣ ମଧ୍ୟ ସେହିଭଳି ଅତ୍ୟନ୍ତ ମନ୍ତ୍ର ମୁଗ୍ଧକର l
ପୁରାତନ ଯୁଗରେ, ଜଣେ ରାଜାଙ୍କ ପୁତ୍ର ରାଗରେ ଘର ଛାଡି ଚାଲି ଯାଉଥିଲେ l ସେ ବାଟରେ ଯାଉଯାଉ ଏକ ଘଂଚ ଜଙ୍ଗଲ ପଡିଲା, ରାଜାପୁଅ ଜଙ୍ଗଲ ବାଟକୁ ନିର୍ଭୟରେ ପାର ହେବା ସମୟରେ କାଠ ସଂଗ୍ରହ ପାଇଁ ଜଙ୍ଗଲରେ ବୁଲୁଥିବା ଜଣେ ମାଳିପୁଅ ସହିତ ଭେଟ ହେଲା I ସାଙ୍ଗରେ ଚାଲୁ ଚାଲୁ ରାଜାପୁଅ ଓ ମାଳିପୁଅ ପରସ୍ପର ମଧ୍ୟରେ ବନ୍ଧୁତା ସୃଷ୍ଟି ହେଲା I ଦୁହେଁ ବୁଲୁ ବୁଲୁ ହଠାତ ସନ୍ଧ୍ୟା ହୋଇଗଲା I ତେଣୁ ଦୁହେଁ ମିଶି ମାଳି ପୁଅ ଘରକୁ ଗଲେ, ରଜାପୁଅକୁ ମାଳିଘର ଲୋକ ପଚାରିବାରୁ ରାଜାପୁଅ ଘରୁ ରାଗି ଚାଲି ଆସିବା ବିଷୟରେ ମାଳିପୁଅ କୁ କହିଲା ଏବଂ ସେହିଦିନ ଠାରୁ ରାଜାପୁଅ ମାଳି ଘରେ ରହିଲା I
ରାଜାପୁଅ ଓ ମାଳିପୁଅ ମଧ୍ୟରେ ଏଭଳି ଘନିଷ୍ଠ ବନ୍ଧୁତା ସୃଷ୍ଟି ହେଲା ଯେ, ଦୁହେଁ ଦୁହିଁଙ୍କୁ ଛାଡି ରହିପାରୁନଥିଲେ, ପୁଣି ଜଣକ ପାଇଁ ଜଣେ ଜୀବନ ଦେବାକୁ ମଧ୍ୟ ପ୍ରସ୍ତୁତ ଥିଲେ I ଦିନେ ରାଜାପୁଅ ଓ ମାଳିପୁଅ ଜାଳେଣି କାଠ ସଂଗ୍ରହ ପାଇଁ ଜଙ୍ଗଲରେ ବୁଲୁ ବୁଲୁ ରାଜାପୁଅ ଏକ ପର୍ବତ ଦେଖିଲେ, ସେ ଆଗରୁ କେବେ ପର୍ବତ ଦେଖିନଥିଲେ I ରାଜାପୁଅ ମାଳିପୁଅକୁ ପଚାରିଲେ, ସାଙ୍ଗ ଏହା କଣ, ଏତେବଡ ଦେଖାଯାଉଛି ? ମୁଁ ତୋ ଆଗରୁ କେବେ ଏମିତି କେବେ ଦେଖିନାହିଁ I
ମାଳିପୁଅ ହସିହସି ଉତ୍ତର ଦେଲା- ଏହା ହେଲା ପର୍ବତ ?
ପର୍ବତ ଚଡିନଥିବା ରାଜାପୁଅ ଦୋୖଡିଦୌଡ଼ି ପର୍ବତ ନିକଟକୁ ଯାଇ ତା ଉପରେ ଚଢିଲେ I ପର୍ବତ ଚଢିବା ବେଳେ ଅଧାବାଟରେ ହଠାତ ରାଜାପୁଅର ମୁଣ୍ଡ ବୁଲାଇ ଛାତିରେ ଯନ୍ତ୍ରଣା ହେଲା ଏବଂ ଉପରୁ ଖସି ସେ କିଛି ଦୂରରେ କଚାଡି ହୋଇ ପଡିଗଲେ I ରାଜାପୁଅର ଚିତ୍କାର ଶୁଣି ମାଳିପୁଅ ଚମକି ପଡି ଦୌଡ଼ି ଦୌଡ଼ି ରାଜାପୁଅ ପାଖକୁ ଗଲେ ଏବଂ ସାଙ୍ଗର ଏଭଳି ଅବସ୍ଥା ଦେଖି ବହୁତ ବ୍ୟସ୍ତ ହୋଇଗଲେ I ମାଳିପୁଅ ସମସ୍ତଙ୍କୁ ପାଟିକରି ଡାକିଲେ I ରାଜାପୁଅଙ୍କୁ ମାଳିପୁଅ ପଚାରିଲେ, ସାଙ୍ଗ ତୁମର କଣ ହେଲା ଉଠ?
ରକ୍ତ ଜୁଡୁବୁଡୁ ରାଜାପୁଅ କୁ ମାଳିପୁଅ ଜଂଗଲରେ ଥିବା ଔଷଧୀୟ ଗଛର ପତ୍ର ଆଣି ଲଗେଇଲେ, କିନ୍ତୁ ରକ୍ତ ବନ୍ଦ ହେଲାନାହିଁ I
ପାଖରେ ଥିବା ଛୋଟିଆ ଝରଣାରୁ ଆଞ୍ଜୁଳାଏ ପାଣି ଆଣି ରାଜାପୁଅ ମୁହଁରେ ଛାଟିଲେ, କିଛି ସମୟ ପରେ ରାଜାପୁଅ ଆଖି ଖୋଲିକି ଉତ୍ତରଦେଲେ- ସାଙ୍ଗ, ବର୍ତ୍ତମାନ ମୋର ଶେଷ ସମୟ ଚାଲି ଆସିଛି I ଏପଟେ ମାଳିପୁଅର ଡାକରେ ବହୁ ଲୋକ ଆସି ସେଠାରେ ଜମା ହୋଇଗଲେ, କିନ୍ତୁ ରାଜାପୁଅର ମୃତ୍ୟୁ ହୋଇଗଲା I
ସାଙ୍ଗର ଏଭଳି ଅବସ୍ଥା ଦେଖି, ରାଜାପୁଅର ମୃତ୍ୟୁର ଦାରୁଣ ଦୁଃଖରେ ମାଳିପୁଅର ମଧ୍ୟ ଜୀବନ ଚାଲିଗଲା I ରାଜାପୁଅ ଓ ମାଳିପୁଅ ଦୁଇବନ୍ଧୁଙ୍କ ମୃତ୍ୟୁ ହୋଇଗଲା I
ପ୍ରାଚୀନ କାଳରେ ତଥା ରାଜାରାଜୁଡ଼ା ଶାସନ ସମୟରେ ରାଜା ମାନଙ୍କ ପୁଅ ତଥା ରଜାପୁଅଙ୍କୁ “ଦେଓ” ବୋଲି କୁହାଯାଉଥିଲା I ତେଣୁ ଦୁଇ ବନ୍ଧୁ ତଥା ରାଜାପୁଅ ଓ ମାଳିପୁଅର ନାମାନୁସାରେ ଏହି ପର୍ବତର ନାମକୁ “ଦେଓମାଳୀ” ନାମରେ ନାମିତ କରାଗଲା I
ବନ୍ଧୁତ୍ୱ ସୃଷ୍ଟି କରୁଥିବା ପର୍ବତ, ଦୁଃଖୀର ଦୁଃଖ ଦୂର ଏବଂ ସୁଖୀକୁ ସୁଖ ଓ ଶାନ୍ତି ପ୍ରଦାନ କରୁଥିବା ଏହି ଦେଓମାଳୀ ପର୍ବତ ଓଡିଶା ପାଇଁ ଏକ ସୌନ୍ଦର୍ୟ ପର୍ଯ୍ୟଟନସ୍ଥଳୀ ଅଟେ I