ସ୍ୱାସ୍ଥ୍ୟ

ଏହି ୬ଟି ଲକ୍ଷଣ ରହିଥିଲେ ହୋଇଯାଆନ୍ତୁ ସାବଧାନ! ହୋଇ ଥିବ ବ୍ଲଡ୍ କ୍ୟାନ୍ସରର ଲକ୍ଷଣ, ଅଣଦେଖା କଲେ ପସ୍ତେଇବେ

ବଦଳୁଥିବା ଲାଇଫଷ୍ଟାଇଲ୍, ଖାଦ୍ୟପେୟରେ ଅନିୟମିତତା ଏବଂ ବ୍ୟସ୍ତବହୁଳ ଜୀବନ ହେତୁ ଆଜିକାଲି ଲୋକମାନଙ୍କୁ ବହୁ ପ୍ରକାର ସମସ୍ୟାର ସାମ୍ନା କରିବାକୁ ପଡୁଛି । ଆଜ୍ଞା ହଁ, ଛୋଟ ମୋଟ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଠାରୁ ଆରମ୍ଭ କରି ରକ୍ତ କର୍କଟ ଭଳି ଭୟଙ୍କର ରୋଗର ମଧ୍ୟ ଆମ୍ଭକୁ ସାମ୍ନା କରିବାକୁ ପଡୁଛି । ତେବେ, ରକ୍ତ କର୍କଟ ଭଳି ରୋଗକୁ ପ୍ରାଥମିକ ପର୍ଯ୍ୟାୟରେ ହିଁ ଚିହ୍ନଟ କରିବା ନିହାତି ଦରକାର ଅଟେ । ଆସନ୍ତୁ ଜାଣିବା ବ୍ଲଡ କ୍ୟାନ୍ସରର ପୂର୍ବରୁ ଶରୀରରେ ଦେଖା ଦେଉଥିବା କିଛି ଲକ୍ଷଣ ଗୁଡିକ ବିଷୟରେ…

୧. ରକ୍ତ କର୍କଟ ହେବାର ପ୍ରାଥମିକ ପର୍ଯ୍ୟାୟରେ ଗଳା କିମ୍ବା କାଖ ତଳେ ସାମାନ୍ୟ ଦରଜ ରହିଥାଏ । ଏହା ବ୍ୟତୀତ ଛାତିରେ ଜ୍ବଳନ ଏବଂ ପାଦ ବିନ୍ଧିବା ଭଳି ସମସ୍ୟା ଦେଖାଦେଲେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ ।

Dune: Part Two (2024)
Football: Free Live Streaming

୨. ସବୁ ସମୟରେ ଥକା ଲାଗିବା, ଶରୀରରେ ଜ୍ୱର ରହିବା ଏବଂ ଦୁର୍ବଳ ଲାଗୁଥିଲେ ଏହା ରକ୍ତ କର୍କଟର ଲକ୍ଷଣ ହୋଇପାରେ ।

୩. ସେହିଭଳି ଭାବରେ ମୁହଁରେ ଘା ହେବା, ମୁଣ୍ଡ ବ୍ୟଥା, ଚର୍ମ ସମସ୍ୟା ଏବଂ ନ୍ୟୁମୋନିଆ ଭଳି ଲକ୍ଷଣ ମଧ୍ୟ ବ୍ଲଡ଼ କ୍ୟାନ୍ସରର ଏକ ସଂକେତ ହୋଇପାରେ ।

୪. ମୁହଁ, ନାକ ଏବଂ ଶୌଚ ହେବା ସମୟରେ ଯଦି ଆପଣଙ୍କର ବ୍ଲିଡିଙ୍ଗ୍ ହେଉଛି ତେବେ ସାବଧାନ ହେବା ସହିତ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ ।

୫. ଅଚାନକ ଓଜନ କମିଯିବା ଏବଂ ଭୋକ ନ ଲାଗିବା ମଧ୍ୟ ବ୍ଲଡ଼ କ୍ୟାନ୍ସର ହେବାର ଏକ ମୁଖ୍ୟ ଲକ୍ଷଣ ଅଟେ । ଏହା ବ୍ୟତୀତ ବାରମ୍ବାର ସଂକ୍ରମଣର ଶିକାର ହେଉଥିଲେ ମଧ୍ୟ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button