IBN ଓଡ଼ିଶା ବ୍ୟୁରୋ

ବାରମ୍ବାର ହେଉଛି କି ୟୁରିନ ଇନଫେକ୍ସନ କିମ୍ବା ପରିଶ୍ରା ଜଳାପୋଡା; ଆପଣାନ୍ତୁ ଏହି ଘରୋଇ ଉପଚାର

ଆଜିକାଲି ଅସ୍ୱାସ୍ଥ୍ୟକର ଖାଦ୍ୟଶୈଳୀ କାରଣରୁ ଆମେ ଅନେକ ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଫଳରେ ଶରୀରରେ ଅନେକ ପ୍ରକାର ରୋଗ ସୃଷ୍ଟି ହୋଇଥାଏ । ତେବେ ଏହିସବୁ ରୋଗ ମଧ୍ୟରୁ ସଂକ୍ରମଣ ମଧ୍ୟ ହୋଇଛି ଏକ ରୋଗ ଯାହା ଅସ୍ୱାସ୍ଥ୍ୟକର ଖାଦ୍ୟ, ଖରାପ ପରିବେଶ ଆଦି କାରଣରୁ ହୋଇଥାଏ । ଏହି ସଂକ୍ରମଣ ଅନେକ ପ୍ରକାରର ହୋଇଥାଏ । ସେଥିମଧ୍ୟରୁ ଗୋଟିଏ ହେଉଛି ୟୁରିନାରୀ ଟ୍ରାକ୍ ଇନଫେକ୍ସନ । ଯାହାଫଳରେ ଏହା ଶରୀରରେ ଅନେକ ପ୍ରକାରର ସମସ୍ୟା ସୃଷ୍ଟି କରିଥାଏ ।

ତେବେ ଏହି ୟୁରିନାରୀ ଟ୍ରାକ୍ ଇନଫେକ୍ସନ ପୁରଷମାନଙ୍କ ଠାରୁ ମହିଳାମାନଙ୍କ କ୍ଷତ୍ରେରେ ଅଧିକ ମାତ୍ରାରେ ଦେଖାଦେଇଥାଏ । ଯାହାଫଳରେ ୟୁରିନ ରଙ୍ଗରେ ପରିବର୍ତ୍ତନ, ୟୁରିନାରୀ ଟ୍ରାକରେ ପୋଡାଜାଳା , ଜ୍ୱର ହେବା ଆଦି ସମସ୍ୟାମାନ ଦେଖାଦେଇଥାଏ । ଫଳରେ ଏହା ଶରୀରକୁ ଦୁର୍ବଳ କରିବା ସହ ସଂକ୍ରମିତ କରିଥାଏ । ତେବେ ଏହି ୟୁରିନ ଉନଫେକ୍ସନକୁ ଏଡାଇବା ପାଇଁ କିଛି ଘରୋଇ ଉପଚାର ମଧ୍ୟ ରହିଛି । ଯାହାକୁ ଆପଣାଇବା ଦ୍ୱାରା ୟୁରିନ ଇନଫେକ୍ସନ ଦୂର ହୋଇଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ଘରୋଇ ଉପଚାର ବିଷୟରେ…

European girls looking for men
Free profile brosing! Click here.

ବିଶେଷଜ୍ଞ କୁହନ୍ତି, “ମହିଳାଙ୍କ ଶରୀରରେ ମୂତ୍ର ମାର୍ଗ ବହୁତ ଛୋଟ ଅଟେ । ଏହା ଏକ ଟ୍ୟୁବ୍ ଯାହା ମାଧ୍ୟମରେ ପରିସ୍ରା ଶରୀରରୁ ବାହାରିଥାଏ । ମହିଳାମାନଙ୍କଠାରେ ମୂତ୍ରାଶୟ ସିଧାସଳଖ ବ୍ଲାଡରରୁ ଯୋନୀକୁ ଖୋଲିଥାଏ । ଏହି କ୍ଷେତ୍ରରେ, ସଂକ୍ରମିତ ଶୌଚାଳୟର ବ୍ୟବହାର କିମ୍ବା ସ୍ୱଚ୍ଛତା ଅଭାବରୁ ମହିଳାମାନେ UTI ସମାସ୍ୟାରେ ସମ୍ମୁଖିନ ହୁଅନ୍ତି । ସଂକ୍ରମଣ ସୃଷ୍ଟି କରୁଥିବା ଭୂତାଣୁ ସହଜରେ ବ୍ଲାଡରରେ ପହଞ୍ଚନ୍ତି । ଯଦି UTI ଠିକ୍ ସମୟରେ ଚିକିତ୍ସା କରା ନ ଯାଏ, ତେବେ ସଂକ୍ରମଣ ବ୍ଲାଡରରୁ କିଡନୀ ପର୍ଯ୍ୟନ୍ତ ବ୍ୟାପିପାରେ । ଏହା କିଡନୀକୁ ମଧ୍ୟ ପ୍ରଭାବିତ କରିଥାଏ ।

UTI ର ଲକ୍ଷଣ :-

UTI ଯୋଗୁଁ ବ୍ଲାଡର ସଂକ୍ରମିତ ହୁଏ । ଆହୁରି ମଧ୍ୟ, ଯେତେବେଳେ UTI ହୁଏ ସେତେବେଳେ ଏହି ଲକ୍ଷଣଗୁଡ଼ିକ ଦେଖାଯାଏ ।

ପରିସ୍ରା ଜଳିବା
ବାରମ୍ବାର ପରିସ୍ରା ଯିବା
ପରିସ୍ରାରେ ଗନ୍ଧ
ବାନ୍ତି
ପେଟ ଓ ତଳ ପିଠି ଯନ୍ତ୍ରଣା
ଜ୍ୱର
ଥଣ୍ଡା
ପରିସ୍ରା ରଙ୍ଗ ପରିବର୍ତ୍ତନ

ଏହି ଜିନିଷଗୁଡ଼ିକର ବିଶେଷ ଯତ୍ନ ନିଅନ୍ତୁ :-

ଯଦି ଆପଣ ସେହି ମହିଳାମାନଙ୍କ ମଧ୍ୟରୁ ଜଣେ, ଯେଉଁମାନେ UTI ସମସ୍ୟା ଦ୍ୱାରା ବାରମ୍ବାର ଅସୁବିଧାରେ ପଡ଼ନ୍ତି, ତେବେ ଆପଣ ଏହି ଜିନିଷଗୁଡିକରୁ ଦୂରେଇ ରହିବା ଉଚିତ୍ –

ଦୀର୍ଘ ସମୟ ପର୍ଯ୍ୟନ୍ତ ପରିସ୍ରା ଅଟକାଇବା
କମ୍ ପାଣି ପିଇବା
କୋଷ୍ଠକାଠିନ୍ୟ
ଖରାପ ବ୍ୟକ୍ତିଗତ ସ୍ୱଚ୍ଛତା
ଟାଇଟ୍ ପୋଷାକ ପିନ୍ଧିବା

UTI ରୋକିବା ପାଇଁ ସରଳ ଟିପ୍ସ :

ରସୁଣ ଖାଆନ୍ତୁ :-

ରସୁଣର 1 ପାଖୋଡାକୁ ଖାଲି ପେଟରେ ଖାଆନ୍ତୁ । ଏହା UTI ସହିତ ଲଢେ ଓ କିଡନୀ ସ୍ୱାସ୍ଥ୍ୟରେ ଉନ୍ନତି ଆଣେ । ସତେଜ ରସୁଣ ରସରେ ଇ.କୋଲି ବ୍ୟାକ୍ଟେରିଆର ଅଭିବୃଦ୍ଧି ହ୍ରାସ କରିବାର କ୍ଷମତା ଅଛି, ଯାହା UTI ରୁ ରକ୍ଷା କରେ । ଏହା ବ୍ୟତୀତ ରସୁଣରେ ଆଲିସିନ୍, ଆଣ୍ଟିମାଇକ୍ରୋବାୟଲ୍ ଓ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି, ଯାହା UTI ର ସମସ୍ୟାକୁ ହ୍ରାସ କରିଥାଏ ।

ଆମଲା ଖାଅନ୍ତୁ :-

ଖାଲି ପେଟରେ ଗୋଟିଏ ଛୋଟ ଆମଲା ଖାଆନ୍ତୁ । ଆମଲାରେ ଭିଟାମିନ୍-ସି ଭରପୂର ଓ ଏହା ଭୂତାଣୁ ବୃଦ୍ଧିରେ ରୋକିଥାଏ । ଏହା ଶରୀରରେ ଥିବା ସମସ୍ତ ବିଷାକ୍ତ ଉପାଦାନକୁ ଦୂର କରିଥାଏ । ଏହା ପେଟ ଓ କିଡନୀକୁ ସଫା କରିଥାଏ ଏବଂ ପରିସ୍ରା ସଂକ୍ରମଣର କୌଣସି ଅସୁବିଧା ହୋଇନଥାଏ ।

ନଡ଼ିଆ ପାଣି :-

ବାର୍ଲି ପାଣି ଇତ୍ୟାଦି ତରଳ ପଦାର୍ଥ ପିଅନ୍ତୁ । ନଡିଆ ପାଣି ଆଣ୍ଟି-ବ୍ୟାକ୍ଟେରିଆଲ୍ ଅଟେ, ଯାହା ବ୍ଲାଡରର ଭୂତାଣୁ ସଫା କରିବାରେ ସହାୟକ ହୋଇଥାଏ । ନଡ଼ିଆ ପାଣି ପିଇବା ଦ୍ୱାରା ଶରୀରରେ ଜଳର ଅଭାବ ହୋଇ ନଥାଏ ଓ ପରିସ୍ରା ସଂକ୍ରମଣକୁ ମଧ୍ୟ ରୋକାଯାଇଥାଏ ।

କ୍ରେନବେରୀ ଜୁସ୍ :-

ସ୍ୱାସ୍ଥ୍ୟବିଶେଷଜ୍ଞମାନଙ୍କ ମତରେ କ୍ରେନବେରୀ ଜୁସ୍ UTI ଅର୍ଥାତ ୟୁରିନାରୀ ଟ୍ରାକ ଇନଫେକ୍ସନ ପାଇଁ ବହୁତ ଲାଭଦାୟକ ହୋଇଥାଏ । କାରଣ ଏଥିରେ ପଲିଫେନୋଲ ସହିତ ପ୍ରଚୁର ପରିମାଣର ଆଣ୍ଟିଅକ୍ସିଡାଣ୍ଟ ରହିଥାଏ । ଫଳରେ ଏହା ସଂକ୍ରମଣକୁ ରୋକିବା ସହ କ୍ଷତସ୍ଥାନକୁ ମଧ୍ୟ ଜଲଦି ଭଲ କରିବାରେ ସାହାଯ୍ୟ କରିଥାଏ । ତେଣୁ UTI ସମୟରେ ପ୍ରଚୁର ପରିମାଣର କ୍ରେନବେରୀ ଜୁସ୍ ସେବନ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button