Uncategorized

ଘରେ ବସି ଇମ୍ୟୁନିଟି ବଢେଇବାର ସହଜ ଉପାୟ, ଆଜି ହିଁ ଆପଣାନ୍ତୁ

ବନ୍ଧୁଗଣ ଶରୀରରେ ଡିଫେନ୍ସ ସିଷ୍ଟମରେ ରୋଗ ସହିତ ଲଢ଼ିବା ପାଇଁ ଶକ୍ତି ପ୍ରଦାନ କରିଥାଏ। ଏହାକୁ ରୋଗ ପ୍ରତିରୋଧକ ଶକ୍ତି ବା ରୋଗ ପ୍ରତିରୋଧକ କ୍ଷମତା କୁହାଯାଏ। ଯାହାକୁ ଆମେ ଇଂରାଜୀରେ ଇମ୍ୟୁନିଟି ପାୱାର କହିଥାଉ। କିଛି ଲୋକଙ୍କୁ ରୋଗ ଖୁବ୍ ଶୀଘ୍ର ଧରି ଥାଏ। କାରଣ ସେମାନଙ୍କ ଶରୀରରେ ରୋଗ ସହିତ ଲଢ଼ିବାର କ୍ଷମତା ଦୁର୍ବଳ ରହିଥାଏ। ଯଦି ଆପଣଙ୍କ ସହିତ ଏପରି ହେଉଛି ତାହେଲେ କିଛି ସରଳ ଏବଂ ଘରୋଇ ଉପଚାର ଦ୍ଵାରା ଆପଣ ନିଜ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରି ପାରିବେ। ତେବେ ଆସନ୍ତୁ ଜାଣିବା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ସହାୟକ ହୋଇଥାଏ।

ବନ୍ଧୁଗଣ ଫଳରସ ଶରୀରର ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ। ପ୍ରଥମେ ଆପଣ ଏକ ଗ୍ଲାସରେ ୧୦ ମିଲି ଲେମୁରସ ନିଅନ୍ତୁ। ଏବେ ଏଥିରେ ୭୫ ମିଲି ସପୁରୀ ରସ ମିଶାନ୍ତୁ। ଶେଷରେ ଆପଣ ଏଥିରେ ୨୫ ମିଲି ଆମ୍ବ ରସ ମିଶାଇ ଦିଅନ୍ତୁ। ଏବେ ବନ୍ଧୁଗଣ ଆପଣ ଏହି ତିନୋଟି ସାମଗ୍ରୀକୁ ଭଲଭାବରେ ମିଶାଇ ଦିଅନ୍ତୁ। ଏହାକୁ ପ୍ରତ୍ୟେକଦିନ ଥରେ ପ୍ରାୟତଃ ୨୦ ଦିନ ପର୍ଯ୍ୟନ୍ତ ସେବନ କରନ୍ତୁ। ଏହାର ସେବନ ଦ୍ଵାରା ଆପଣଙ୍କ ଶରୀରରେ ଖୁବ୍ ଶୀଘ୍ର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।

ବନ୍ଧୁଗଣ ଏବେ ଜାଣିବା ଦ୍ୱିତୀୟ ଉପଚାର ବିଷୟରେ। ରୋଗ ପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟିର ପାୱାର ବଢେଇବା ପାଇଁ ଦହି ସବୁଠାରୁ ସହଜ ଏବଂ ସରଳରେ ଉପଲବ୍ଧ ଘରୋଇ ଉପଚାର ଅଟେ। ୧୦୦ ଗ୍ରାମ ତାଜା ଦହି ନିଅନ୍ତୁ ଯାହା ଖଟା ହୋଇ ନଥିବ। ଏବେ ଆପଣ ଏଥିରେ ଅଳ୍ପ ପାଣି ଏବଂ ଏକ ଚାମୋଚ ମହୁ ମିଶାଇ ଦିଅନ୍ତୁ। ଏହାକୁ ଭଲଭାବରେ ମିଶାଇ ଦିଅନ୍ତୁ। ଏହାକୁ ପ୍ରତ୍ୟେକଦିନ ଖାଦ୍ୟ ଖାଇଲା ବେଳେ ସେବନ କରିବା ଆବଶ୍ୟକ। ଏହାଦ୍ବାରା ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଧ୍ୟାନ ରଖନ୍ତୁ ଦହିକୁ ରାତିରେ, ଶୀତ ଦିନେ, ବର୍ଷା ଦିନେ ଖାଇବା କଥା ନୁହେଁ।

ବନ୍ଧୁଗଣ ଏବେ ଜାଣିବା ତୃତୀୟ ଉପଚାର ବିଷୟରେ। ଅଦା ଚାହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢେଇ ଥାଏ। ଏହାସହିତ ଏହା ଆପଣଙ୍କର ପାଚନତନ୍ତ୍ରକୁ ସୁସ୍ଥ ରଖିଥାଏ। ୧୦୦ ମିଲି ପାଣିରେ ଅଦାର ଛୋଟ ଛୋଟ ଗୁଣ୍ଡ ମିଶାଇ ଦିଅନ୍ତୁ। ଏଥିରେ ଆପଣ ଅଧା ଚାମୋଚ ଡାଲଚିନି ଗୁଣ୍ଡ ମିଶାଇ ଭଲଭାବରେ ଫୁଟାନ୍ତୁ। ଚାହା ଭଲଭାବରେ ଫୁଟି ଗଲା ପରେ ଆପଣ ଏହାକୁ ଏକ ପାତ୍ରରେ ଛାଣି ନିଅନ୍ତୁ। ଏବେ ଆପଣ ଏଥିରେ ଅଧା ଚାମୋଚରୁ କମ ଲେମ୍ବୁ ରସ ମିଶାଇ ଏହାକୁ ଭଲଭାବରେ ମିଶାଇ ଦିଅନ୍ତୁ। ଏହି ଚାହାକୁ ଦିନରେ ଥରେ ବା ଦୁଇଥର ଗୋଟେ ମାସ ପର୍ଯ୍ୟନ୍ତ ସେବନ କରନ୍ତୁ। ଏହାଦ୍ବାରା ଆପଣଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ଏବଂ ଖାଉଥିବା ଖାଦ୍ୟ ମଧ୍ୟ ସଠିକ ଭାବରେ ହଜମ ହୋଇଥାଏ। ବନ୍ଧୁଗଣ କୋରୋନା ମହାମାରୀ ଅଧିକ ମାତ୍ରାରେ ବ୍ୟାପୁଛି, ଏଥିପାଇଁ ଆପଣ ନିଜ ଶରୀର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବା ପାଇଁ ପ୍ରୟାସ କରନ୍ତୁ । ଏସବୁ ସଠିକ ମାତ୍ରାରେ କରିବେ ଯଦି ଆପଣଙ୍କ ଠାରେ କୌଣସି ରୋଗ ଅଛି ତେବେ ଏସବୁ ପ୍ରୟୋଗ କରିବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

 

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button