ରାଜ୍ୟ

ରୋଷେଇ ଘରୁ ଟେକିନେଇ ଦୁଷ୍କର୍ମ ଉଦ୍ୟମ: ଜେଲ୍‌ ହାଜତରେ ରାବଣ – Ibnodisha

[ad_1]

ବାଲିଅନ୍ତା: ଜଣେ ଗରିବ ମହିଳାଙ୍କୁ ରୋଷେଇ ଘରୁ ଟେକି ନେଇ ଦୁଷ୍କର୍ମ କରିବାକୁ ଉଦ୍ୟମ କରିବା ଅଭିଯୋଗରେ ଆଜି ବାଳକାଟି ଫାଣ୍ଡି ପୁଲିସ ଜଣେ ଯୁବକଙ୍କୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲା ସ୍ଥାନୀୟ ଅଲାରପୁର ଅଞ୍ଚଳର ଅଜୟ ଭଟ୍ଟ ଓରଫ୍ ରାବଣ(୨୪)। ଜାମିନ ଖାରଜ ହେବାରୁ ଅଭିଯୁକ୍ତ ରାବଣକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆଲୋଡନ ସୃଷ୍ଟି ହୋଇଛି। ଜଣେ ଗରିବ ମହିଳାଙ୍କ ଉପରେ ଏଭଳି ଅତ୍ୟାଚାର କରିଥିବା ରାବଣ ବିରୋଧରେ ପୁଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।

ସୂଚନାନୁସାରେ ଅଭିଯୋଗକାରିଣୀ ଜଣେ ଗରିବ ଦିନ ମଜୁରିଆ ବିବାହିତା ମହିଳା। ବହୁ ଦିନ ହେଲା ତାଙ୍କ ଉପରେ ଅଭିଯୁକ୍ତ ରାବଣର ଲୋଲୁପ ଦୃଷ୍ଟି ପଡ଼ିଥିଲା। ଅଧିଂକାଶ ସମୟରେ ସେ ତାଙ୍କୁ ବାଟରେ ଘାଟରେ ବିଭିନ୍ନ ପ୍ରଲୋଭନ ଦେଖାଇ ପ୍ରେମ ନିବଦେନ କରି ହଇରାଣ ହରକତ କରୁଥିଲା। ମହିଳାଙ୍କ ଅଭାବୀର ସୁଯୋଗ ନେଇ ରାବଣ ତାଙ୍କୁ ଫସାଇବାକୁ ଚାହୁଥିଲା। ମାତ୍ର ମହିଳାଜଣଙ୍କ ତା’ର ସବୁ ପ୍ରଲୋଭନକୁ ପ୍ରତ୍ୟାଖାନ କରିଆସୁଥିଲେ। ୧୭ ତାରିଖ ରାତିରେ ମହିଳାଜଣଙ୍କ ଘରର ବାଡ଼ିପଟେ ଥିବା ଚାଳିଆରେ ରୋଷେଇ କରୁଥିବା ବେଳେ ଅନ୍ଧାରରେ ଛପିଛପି ଯାଇ ରାବଣ ପ୍ରଥମେ ତାଙ୍କ ପାଟିକୁ ଚାପି ଧରିଥିଲା। ମହିଳାଜଣଙ୍କ ଛାଟିପିଟି ହେଉଥିଲେ ବି ରାବଣ ତାଙ୍କୁ ବାଡ଼ିପଟ ଅନ୍ଧାରିଆ ସ୍ଥାନକୁ ଉଠାଇନେବାକୁ ଉଦ୍ୟମ କରିଥିଲା। ବିକଳରେ ମହିଳା ରାବଣ ହାତକୁ କାମୁଡ଼ି ପକାଇଥିଲେ। ତଥାପି ଉନ୍ମାଦ ରାବଣ ତାଙ୍କୁ ଛାଡ଼ିନଥିଲା ଏବଂ ଘୋଷାରି ଘୋଷାରି ନେଇଯିବାକୁ ଉଦ୍ୟମ କରିଥିଲା।

ମାତ୍ର କାମୁଡ଼ି ଖାଇବା ପରେ ରାବଣର ହାତ ମହିଳାଙ୍କ ପାଟିରୁ ବାହାରି ଯିବାରୁ ତାଙ୍କ ଚିତ୍କାର ବାହାରକୁ ଶୁଭିଥିଲା। ପାଟି ଶୁଣି ମହିଳାଙ୍କ ଶ୍ବଶୁର ଠେଙ୍ଗା ଧରି ବାଡ଼ିପଟକୁ ଧାଇଁ ଯାଇଥିଲେ। ଏହାଦେଖି ରାବଣ ମହିଳାଙ୍କୁ ଛାଡ଼ି ଅନ୍ଧାରରେ ଦୌଡ଼ି ଫେରାର୍ ହୋଇଯାଇଥିଲା। ଏନେଇ ମହିଳା ବାଳକାଟି ଫାଣ୍ଡିରେ ଅଭିଯୋଗ କରିଥିଲେ ଏବଂ ସିଧାସଳଖ ରାବଣ ନାଁରେ ଏତଲା କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button