ଖଲିସ୍ତାନୀ ଆତଙ୍କବାଦୀ ସୁଖଦୁଲ ସିଂହ ନିହତ – Ibnodisha
[ad_1]
ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ସୁଖଦୁଲ ସିଂହ ଓରଫ ସୁଖ ଦୁନେକେ କାନାଡ଼ାରେ ଦୁଇ ଆତଙ୍କବାଦୀ ଗୋଷ୍ଠୀ ଲଢ଼େଇରେ ନିହତ ହୋଇଥିବା ଏକ ସୂତ୍ରରୁ ଜଣାପଡ଼ିଛି। ଦୁନେକେ କାନାଡ଼ାରେ ଚାଲିଥିବା ଭାରତ-ବିରୋଧୀ ଖଲିସ୍ତାନୀ ଆନ୍ଦୋଳନର ଅଂଶ। ଜେଲ୍ରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଗ୍ୟାଙ୍ଗ ତା’ର ହତ୍ୟା ପାଇଁ ନିଜକୁ ଦାୟୀ କରିଛି। ଦୁନେକେ ହେଉଛି ପଞ୍ଜାବ ମୋଗା ଅଞ୍ଚଳର ଜଣେ ‘କ୍ୟାଟେଗୋରି ଏ’ର ଗ୍ୟାଙ୍ଗଷ୍ଟର, ଯିଏ ୨୦୧୭ରେ ଏକ ନକଲି ପାସ୍ପୋର୍ଟ ସାହାଯ୍ୟରେ କାନାଡ଼ା ପଳାଇଥିଲା। ସେ ଗ୍ୟାଙ୍ଗଷ୍ଟର ତଥା ଖଲିସ୍ତାନୀ ଆତଙ୍କବାଦୀ ଅର୍ଶଦୀପ ଦଲେରର ଜଣେ ଘନିଷ୍ଠ ସହଯୋଗୀ ଥିଲା ଏବଂ ଆତଙ୍କବାଦ-ନିରୋଧୀ ଏଜେନ୍ସି ଏନ୍ଆଇଏ ଗତକାଲି ଜାରି କରିଥିବା ୪୩ ଜଣ ଗ୍ୟାଙ୍ଗଷ୍ଟରଙ୍କ ତାଲିକାରେ ତା’ର ନାମ ଥିଲା, ଯେଉଁମାନେ ଖଲିସ୍ତାନ ଓ କାନାଡ଼ା ସହ ସମ୍ପୃକ୍ତ।
ଗତ ଜୁନ ମାସରେ କାନାଡ଼ା ମାଟିରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାରର ହତ୍ୟା ଘଟଣାକୁ ନେଇ ଭାରତ ଓ କାନାଡ଼ା ମଧ୍ୟରେ କୂଟନୈତିକ ବିବାଦ ଚାଲିଥିବା ବେଳେ ସୁଖଦୁଲର ହତ୍ୟା ଘଟଣା ଘଟିଛି। ନିଜାର ହତ୍ୟା ଘଟଣାରେ ଭାରତୀୟ ଏଜେନ୍ସିର ସମ୍ପୃକ୍ତି ଅଛି ବୋଲି କାନାଖା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଅଭିଯୋଗ କରିଛନ୍ତି। ଟ୍ରୁଡୋଙ୍କ ଅଭିଯୋଗ ପରେ କାନାଡ଼ା ଜଣେ ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବା ପରେ ଭାରତ ମଧ୍ୟ କାନାଡ଼ାର ଜଣେ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛି। ଏଭଳି ଉତ୍ତେଜନା ଭିତରେ କାନାଡ଼ା ଯାତ୍ରା କରୁଥିବା ଭାରତୀୟମାନଙ୍କୁ କଡ଼ା ସତର୍କତା ଅବଲମ୍ବନ କରିବା ପାଇଁ ଭାରତ ପକ୍ଷରୁ ଉପଦେଶାବଳୀ ଜାରି କରାଯାଇଛି।
[ad_2]