ରାଜ୍ୟ

କାମରେ ଆସୁନି ରାସ୍ତାପାର୍ଶ୍ଵ ଅବସ୍ଥାନ କେନ୍ଦ୍ର:  ଯାଉନାହାନ୍ତି ପର୍ଯ୍ୟଟକ, ଖର୍ଚ୍ଚ ହେଉଛି ଅର୍ଥ – Ibnodisha

[ad_1]

ରାଉରକେଲା: ଯାତ୍ରୀ ଓ ପର୍ଯ୍ୟଟକ ଆସୁନାହାନ୍ତି। ହେଲେ ପରିଚାଳନା ଓ ରକ୍ଷଣାବେକ୍ଷଣ ବାବଦରେ ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ ଟଙ୍କା। ବର୍ଷ ବର୍ଷ ଧରି ଚାଲିଥିବା ରାସ୍ତାପାର୍ଶ୍ବ ଅବସ୍ଥାନ କେନ୍ଦ୍ର କାହିଁକି ଯାତ୍ରୀ ଓ ପର୍ଯ୍ୟଟକମାନେ ଆସୁ ନାହାନ୍ତି, ସେ ଦିଗରେ ସରକାରଙ୍କ ପକ୍ଷରୁ ଥରୁଟିଏ ପଦକ୍ଷେପ ନିଆଯାଉ ନାହିଁ। ଏମିତି ସ୍ଥିତି ଉପୁଜିଛି ସୁନ୍ଦରଗଡ଼ ଜିଲ୍ଲାରେ। ଗୋଟିଏ ରହିଛି ଲାଠିକଟା-ବାରକୋଟ୍‌ ୧୪୩ ନଂ ଜାତୀୟ ରାଜପଥର ରାଜାମୁଣ୍ଡା ନିକଟ ବିରତୋଳାରେ। ଅନ୍ୟଟି ରହିଛି ୧୦ ନଂ ରାଜ୍ୟ ରାଜପଥ (କ)ର ବାରକୋଟ୍‌-ଦର୍ଦିଂ ରୋଡ ବଣାଇଁ ନିକଟ ଲଲେଇରେ। ଗତ ୨୦୧୬-୧୭ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା।

୨୦୧୮ ପ୍ରଥମ ମାସ ସୁଦ୍ଧା ଶେଷ ହୋଇଥିଲା। ଖର୍ଚ୍ଚ ହୋଇଛି ୬୨ ଲକ୍ଷରୁ ଅଧିକ। ଏଥିସହ ପାର୍କିଂ, ଶିଶୁ ଉଦ୍ୟାନ ଅନ୍ୟାନ୍ୟ ବିକାଶ ବାବଦରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ମୁମ୍ବାଇର ଘରୋଇ ସଂସ୍ଥାକୁ ରକ୍ଷଣାବେକ୍ଷଣ ଦାୟିତ୍ବ ଦିଆଯାଇଛି। ସଂସ୍ଥା ପକ୍ଷରୁ ପ୍ରତ୍ୟେକ କେନ୍ଦ୍ରର ରକ୍ଷଣାବେକ୍ଷଣ ପାଇଁ ୬ ଜଣ ଲେଖାଏଁ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ସରକାରଙ୍କ ପାଣ୍ଠିରୁ ପ୍ରତ୍ୟେକ କେନ୍ଦ୍ରରେ ରକ୍ଷଣାବେକ୍ଷଣ ବାବଦରେ ମାସକୁ ପ୍ରାୟ ୫୦ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି। ବିଡମ୍ବନା, ମାସକ ମଧ୍ୟରେ ଆସିଛନ୍ତି ମାତ୍ର ୯୦ରୁ ୧୦୦ ଜଣ । ଅର୍ଥାତ୍‌ ଦିନକୁ ମାତ୍ର ୩ ପର୍ଯ୍ୟଟକ ଓ ଯାତ୍ରୀ ଆସୁଛନ୍ତି। ଲଲେଇ କେନ୍ଦ୍ରରେ ଜଳପାନ ପାଇଁ ରୋଷେଇ ଘର ନିର୍ମାଣ ହୋଇଛି। ଆଜି ଯାଏଁ ଏସବୁ ବ୍ୟବସ୍ଥା କରାଯାଇ ନାହିଁ। କେବେ ବିଭାଗୀୟ ଅଧିକାରୀ କହି ପାରୁ ନାହାନ୍ତି। ବାସ୍ତବ ସ୍ଥିତିକିୁ ଦେଖିଲେ କେବଳ ଠିକା ସଂସ୍ଥାକୁ ପୋଷିବାକୁ ଏହି ଦୁଇଟି କେନ୍ଦ୍ର ନିର୍ମାଣ କରାଯାଇଥିଲା ବୋଲି ମନେ ହେଉଛି। ରାସ୍ତା ପାର୍ଶ୍ବରେ ନିର୍ମାଣ ଅବସ୍ଥାନ କେନ୍ଦ୍ର ପଥଚାରୀ, ପର୍ଯ୍ୟଟକଙ୍କୁ ଆଜି ଯାଏ ସୁବିଧା ଦେଇ ପାରୁନି। ତେବେ ଜିଲ୍ଲାର ନିର୍ମାଣ ‌ହୋଇଥିବା ଏହି ଦୁଇଟି କେନ୍ଦ୍ର କାହା ସ୍ବାର୍ଥ ବୋଲି ସାଧାରଣରେ ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ।

ଗୋଟିଏ କେନ୍ଦ୍ରରେ ନୁହେଁ ଜିଲ୍ଲାର ରହିଥିବା ତିନିଟି କେନ୍ଦ୍ରରେ ସେହି ସମାନ ଅବସ୍ଥା। ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାର ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ ପାର୍ଶ୍ବରେ ନିର୍ମାଣ କରିଛନ୍ତି ରାସ୍ତା ପାର୍ଶ୍ବ ଅବସ୍ଥାନ କେନ୍ଦ୍ର ( ୱେ ସାଇଡ୍‌ ଏମିନିଟି ସେଣ୍ଟର)। ଗତ ୨୦୧୮ ଜୁଲାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌‌ଫରେନ୍ସିଂ ଜରିଆରେ ରାଜ୍ୟର ୩୪ରୁ ଅଧିକ ରାସ୍ତା ପାର୍ଶ୍ବ ଅବସ୍ଥାନ କେନ୍ଦ୍ରକୁ ଉଦ୍‌ଘାଟନ କରିଥିଲେ। ପୂର୍ତ୍ତ ବିଭାଗ ପକ୍ଷରୁ ଏସବୁ କେନ୍ଦ୍ର ନିର୍ମାଣ ବାବଦରେ ପ୍ରାୟ ୮୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ପ୍ରତ୍ୟେକ କେନ୍ଦ୍ରରେ ରହିଛି ଜଳପାନ, ଶୌଚାଳୟ, ପାର୍କିଂର ବ୍ୟବସ୍ଥା। ପିଲାଙ୍କ ମନୋରଞ୍ଜନ ପାଇଁ ଶିଶୁ ଉଦ୍ୟାନ। ରକ୍ଷଣାବେକ୍ଷଣ ଦାୟିତ୍ବ ଘରୋଇ ସଂସ୍ଥାକୁ ଦିଆଯାଇଛି। ଲକ୍ଷ୍ୟ ରହିଛି ରାସ୍ତାରେ ଯାଉଥିବା ପର୍ଯ୍ୟଟକ, ଯାତ୍ରୀ କିଛି ସମୟ ବିଶ୍ରାମ ନେବେ। ନିତ୍ୟକର୍ମ ସାରି ପୁଣି ନିଜ ଗନ୍ତବ୍ୟ ସ୍ଥାନକୁ ଫେରିଯିବେ। ଉଦ୍‌ଘାଟନକୁ ଇତି ମଧ୍ୟରେ ୫ ବିର୍ଷ ବିତିଯାଇଛି। କିନ୍ତୁ ଆଜି ଯାଏ ଅଧିକାଂଶ ଲୋକ ଏହି କେନ୍ଦ୍ର କାହିଁକି ସ୍ଥାପନା ଜାଣି ନାହାନ୍ତି। ସରକାରଙ୍କ ପାଣ୍ଠିରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ଏସବୁ ରାସ୍ତାପାର୍ଶ୍ବ ଅବସ୍ଥାନ କେନ୍ଦ୍ର ପ୍ରତି ସରକାର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button