IBN ଓଡ଼ିଶା ବ୍ୟୁରୋ

ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦିଏ ଧନିଆ

ନିଆ ପତ୍ରରେ ଅନେକ ପ୍ରକାର ସ୍ବାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି। ବିଶେଷ ଭାବରେ ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ଏହାକୁ ବ୍ୟବହାର କରାଯାଏ ଏବଂ ତାହା ଖାଦ୍ୟର ସ୍ବାଦ ବଢ଼ାଇଦିଏ। ତେବେ ଏହାକୁ ନିୟମିତ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ଆହୁରି ସକ୍ରିୟ ହୋଇଥାଏ। କେବଳ ସେତିକି ନୁହେଁ, ରକ୍ତରେ ଶର୍କରା ପରିମାଣକୁ ସନ୍ତୁଳିତ ରଖିବାରେ ଏହା ଅନେକାଂଶରେ ସାହାଯ୍ୟ କରିଥାଏ।

ଧନିଆ ପତ୍ର ହୃତ୍‌ପିଣ୍ଡ (ହାର୍ଟ) ପାଇଁ ମଧ୍ୟ ଉପକାରୀ। ଅନ୍ୟପକ୍ଷରେ ଅନ୍ତଃନଳୀ ସମସ୍ୟା, ବାନ୍ତି, କୋଷ୍ଠ କାଠିନ୍ୟରୁ ଏହା କେତେକାଂଶରେ ଉପଶମ ଦେଇଥାଏ। ଏହା ମାନସିକ ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ ବୋଲି ଏକ ସଦ୍ୟତମ ଗବେଷଣାରୁ ଜଣାପଡ଼ିଛି। ଅନିଦ୍ରା, ଗଣ୍ଠି ଯନ୍ତ୍ରଣା ଓ ଫୁଲା ସମସ୍ୟାରୁ ଧନିଆ ପତ୍ର ଉପଶମ ଦେଇଥାଏ। ସକାଳୁ ଖାଲିପେଟରେ ଧନିଆରୁ ପ୍ରସ୍ତୁତ ସର୍ବତ ପିଇଲେ ତାହା ଶରୀର ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button