IBN ଓଡ଼ିଶା ବ୍ୟୁରୋ

ନାର୍କୋ ଟେଷ୍ଟ ପାଇଁ ସିବିଆଇକୁ ମିଳିଲା ଅନୁମତି, କୋଲକାତା କାଣ୍ଡର ମୁଖ୍ୟ ଅଭିଯୁକ୍ତ ସଂଜୟ ରୟ

ଲିଗ୍ରାଫ ଟେଷ୍ଟ ବେଳେ ଭୂଆଁ ବୁଲାଇଥିବା ସଂଜୟ ରୟର ହେବ ନାର୍କୋ ଟେଷ୍ଟ । ନାର୍କୋ ଟେଷ୍ଟ ପାଇଁ ସିବିଆଇକୁ ମିଳିଲା ଅନୁମତି । କୋଲକାତା ଆରଜି କର ମେଡିକାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସଂଜୟ ରୟର ନାର୍କୋ ଟେଷ୍ଟ ପାଇଁ ସିଆଲଦା କୋର୍ଟରେ ଆବେଦନ କରିଥିଲା ସିବିଆଇ । କୋର୍ଟ ଅନୁମତି ଦେଇଛନ୍ତି ।

ଅଭୟାଙ୍କୁ ସେ କାହିଁକି ପିଛା କରୁଥିଲା ? ଏଥିରେ ଅନ୍ୟ କେହି ସଂପୃକ୍ତ ଅଛନ୍ତି କି ? ଦୁଷ୍କର୍ମ ଓ ହତ୍ୟା ଯୋଜନାବଦ୍ଧ ଥିଲା କି ? ନାର୍କୋ ଟେଷ୍ଟ ବେଳେ ଏସବୁର ଉତ୍ତର ଖୋଜିବ ସିବିଆଇ । ସଂଜୟ ରୟର କାହିଁକି ନାର୍କୋ ଟେଷ୍ଟ କରିବାକୁ ଚାହୁଁଛି ସିବିଆଇ, ତାର ଏହି ସବୁ କାରଣ ଦର୍ଶାଇଥିଲା କୋର୍ଟରେ । ପୂର୍ବରୁ ସଂଜୟ ରୟ ସମେତ ୯ ଜଣଙ୍କ ପଲିଗ୍ରାଫ ଟେଷ୍ଟ କରିଥିଲା ସିବିଆଇ ।

ଦୁଷ୍କର୍ମ ଓ ହତ୍ୟାର ପରଦିନ ସଂଜୟ ରୟକୁ ଗିରଫ କରିଥିଲା କୋଲକାତା ପୋଲିସ । ଅଗଷ୍ଟ ୯ ତାରିଖ ରାତି ୪ଟା ୩ ମିନିଟରେ ସଂଜୟ ରୟ ମେଡିକାଲର ସେହି ରୁମ ଭିତରକୁ ଯାଉଥିବା ଭିଜୁଆଲ ସିସିଟିଭିରେ କଏଦ ହୋଇଛି। କିଛି ଘଣ୍ଟା ପରେ ଟ୍ରେନି ଡାକ୍ତରଙ୍କ ମୃତଦେହ ରୁମ୍ ଭିତରୁ ଉଦ୍ଧାର ହୋଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button