ରାଜ୍ୟ

ଅସହାୟ ବୃଦ୍ଧଙ୍କୁ ଉଦ୍ଧାର କରିଲେ ବିଡ଼ିଓ, ଚାରିଆଡୁ ଛୁଟୁଛି ପ୍ରଶଂସା

ବରଙ୍ଗପୁର: ଜଣେ ଅସହାୟ ବୃଦ୍ଧଙ୍କୁ ଯୁବ ଗୋଷ୍ଠୀଙ୍କ ସହ ମିଶି ଉଦ୍ଧାର କରି ପ୍ରଶଂସିତ ହେଉଛନ୍ତି ନନ୍ଦାହାଣ୍ଡି ବ୍ଲକ ବିଡ଼ିଓ ଶ୍ରୀ କ୍ଷୀରୋଦ ଚନ୍ଦ୍ର ସାହୁ । ମାଳିଗୁଡାର ଏକ ମକା ବିଲରୁ ଜଣେ ଅସହାୟ ବୃଦ୍ଧଙ୍କୁ ଉଦ୍ଧାର କରି ପ୍ରଶଂସିତ ହେଇଛନ୍ତି ନନ୍ଦାହାଣ୍ଡି ବିଡ଼ିଓ ଏବଂ ଯୁବ ଗୋଷ୍ଠୀ । ବୀମାଳିଗୁଡା ଇନ୍ଦ୍ରାବତୀ ନଦୀ କୂଳରେ ଥିବା ମକା ବିଲରେ ଜଣେ ବୃଦ୍ଧ ଅସହାୟ ଅବସ୍ଥରେ ପଡିରହିଥିବାର ଦେଖିଥିଲେ ଗାଁର କିଛି ଯୁବକ ଏବଂ ଏ ନେଇ ସହାୟତା ପାଇଁ ନନ୍ଦାହାଣ୍ଡି ବିଡ଼ିଓ ଶ୍ରୀ କ୍ଷୀରୋଦ ଚନ୍ଦ୍ର ସାହୁଙ୍କୁ ଯୋଗାଯୋଗ କରିଥିଲେ ।

ଏହି ଖବର ପାଇଁ ବିଡ଼ିଓ ତୁରନ୍ତ ପହଞ୍ଚିଥିଲେ ଗାଁକୁ । ବିଡ଼ିଓ ପହଞ୍ଚିବା ପୂର୍ବରୁ ଗାଁର ଯୁବକମାନେ ଦୁଇଟି କାଠରେ ଷ୍ଟ୍ରଚେର ତିଆରି ବୃଦ୍ଧଙ୍କୁ ଉଦ୍ଧାର କରିବାର ପ୍ରୟାସ ଆରମ୍ଭ କରିସାରିଥିଲେ । ବିଡ଼ିଓ ପହଞ୍ଚି ଯୁବ ଗୋଷ୍ଠୀ ସହ ମିଶି ବୃଦ୍ଧଙ୍କୁ ଉଦ୍ଧାର କରିଥିଲେ । ବୃଦ୍ଧଙ୍କର ସ୍ୱାସ୍ଥ୍ୟବସ୍ଥା ଠିକ ନଥିବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଲୋକଙ୍କ ସମସ୍ୟାର ସମାଧାନ ଏବଂ ଅଞ୍ଚଳର ବିକାଶ କରିବା ମୋର ପ୍ରଥମ କର୍ତ୍ତବ୍ୟ । ତେଣୁ ଲୋକଙ୍କ ସମସ୍ୟା ସମାଧାନ କରିବାର ସମ୍ପୂର୍ଣ ଚେଷ୍ଟା କରିବି ବୋଲି ବିଡ଼ିଓ କ୍ଷୀରୋଦ ଚନ୍ଦ୍ର ସାହୁ କହିଛନ୍ତି ।

ବିଡ଼ିଓ ଏବଂ ଯୁବ ଗୋଷ୍ଠୀଙ୍କର ଏଭଳି ମହତ କାର୍ଯ୍ୟକୁ ଏବେ ସବୁ ମହଲରେ ପ୍ରଶଂସା କରାଯାଉଛି । ସେହିପରି ପୂର୍ବରୁ ନନ୍ଦାହାଣ୍ଡି ବ୍ଲକରେ ହଇଜା ବେଳେ ମଧ୍ୟ ବିଡିଓ ମହାନତା ଦେଖାଇ ନିଜେ ଅନେକ କାମ କରିଥିଲେ । ଲୋକଙ୍କୁ ସଚେତନ କରି ଡାକ୍ତରଖାନା ନେଇଥିଲେ । ତେବେ ବିଡ଼ିଓଙ୍କ ଏଭଳି ମହାନତା ଯୋଗୁଁ ନନ୍ଦାହାଣ୍ଡି ବ୍ଲକ ବାସୀଙ୍କ ମୁହଁରେ ଏବେ ଗୋଟିଏ କଥା ସାବାସ ବିଡ଼ିଓ ବାବୁ । ଆଜିର ଏ ସ୍ୱାର୍ଥପର ଦୁନିଆରେ ମଣିଷ ନିଜ କଥା ବୁଝିବାକୁ ବି ସମୟ ନାହିଁ ।

ଏଭଳି ପରିସ୍ଥିତିରେ ଏମିତି ନିସ୍ଵାର୍ଥପର ସେବାଭାବ ଖୁବ କମ ଦେଖିବାକୁ ମିଳିଥାଏ ଏବଂ ଏହି ପରି କାହାଣୀ ଆମକୁ ଅନେକ ପ୍ରେରଣା ମଧ୍ୟ ଯୋଗାଇଥାଏ । ଆଜିର ଯୁଗରେ ବି କିଛି ମଣିଷ ଏପରି ଅଛନ୍ତି ଯେଉଁମାନେ ଅସହାୟ ମଣିଷଙ୍କ ଦୁଃଖ ବୁଝନ୍ତି । ଯଥା ସମ୍ଭବ ସାହାଯ୍ୟ କରିବାକୁ ଚେଷ୍ଟା ବି କରନ୍ତି । ତେବେ ବିଡ଼ିଓଙ୍କ ଏଭଳି ମାନବିକତା ଖୁବ ପ୍ରଶଂସନୀୟ ।

Related Articles

Leave a Reply

Your email address will not be published. Required fields are marked *

Back to top button