ରାଜ୍ୟ

ଡିପ୍ଲୋମା ଛାତ୍ରୀଙ୍କ ଆତ୍ମହତ୍ୟା ସନ୍ଦେହ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସ୍ଥିତ ଉମା ଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲରେ ଅଧ୍ୟୟନ କରୁଥିବା ଛାତ୍ରୀ ଶ୍ୱେତପଦ୍ମା ଦାସଙ୍କର ଅସ୍ବାଭାବିକ ମୃତ୍ୟୁ ଘଟିଛି। ସେ କବିସୂର୍ଯ୍ୟ ନଗର ଅଞ୍ଚଳର ସଂଯୁକ୍ତା ଦାସଙ୍କ ଝିଅ ବୋଲି ଜଣାପଡିଛି। ମୃତ ଛାତ୍ରୀ ଶ୍ୱେତପଦ୍ମା ଗତକାଲି ସନ୍ଧ୍ୟାରେ ହଠାତ ବାନ୍ତି କରି ନିସ୍ତେଜ ହୋଇଯିବାପରେ ତା’ର ରୁମ୍ ସାଙ୍ଗ ବଡ଼ ଡ଼ାକ୍ତରଖାନାକୁ ନେଇ ଥିଲେ।

କିନ୍ତୁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ମୃତ ଛାତ୍ରୀ ଙ୍କ ମାଁ ଠାରୁ ଅଭିଯୋଗ ଗ୍ରହଣ କରି ବିଭିନ୍ନ ଦିଗକୁ ଅନୁସନ୍ଧାନ କରି ତଦନ୍ତ ଆରମ୍ଭ କରିଛି। ଶୁଣିବାକୁ ମିଳୁଛି ଜଣେ ଅଣଛାତ୍ରର ମାନସିକ ନିର୍ଯ୍ୟାତନାରେ ଅତିଷ୍ଠ ହୋଇ ମୃତ ଛାତ୍ରୀ ଜଣକ କୌଣସି ବିଷାକ୍ତ ଖାଦ୍ୟ ଖାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button