IBN ଓଡ଼ିଶା ବ୍ୟୁରୋ

ଦାଉଦ୍, ଲରେନ୍ସ ବିଷ୍ଣୋଇ ଟି-ଶାର୍ଟ ବିକି ଅଡ଼ୁଆରେ ଫ୍ଲିପକାର୍ଟ୍

କୁଖ୍ୟାତ ଅପରାଧୀଙ୍କୁ ହିରୋ ସଜାଉଛନ୍ତି ଅନଲାଇନ୍ ସପିଂ ଆପ୍। ଲରେନ୍ସ ବିଷ୍ଣୋଇ ଓ ଦାଉଦର ଫଟୋ ଥିବା ଟି-ଶାର୍ଟ ବିକ୍ରି କରି ଅଡ଼ୁଆରେ ଫ୍ଲିପକାର୍ଟ ସମେତ ଅନେକ ଇ-କମର୍ସ ପ୍ଲାଟଫର୍ମ। ଏହି ଟ୍ରେଣ୍ଡ ଯିବପିଢ଼ିଙ୍କୁ ପଥଭ୍ରଷ୍ଟ କରିବା ସହ ସମାଜ ପାଇଁ ବଡ଼ ବିପଦ ମଧ୍ୟ ଆଣିପାରେ। ଏନେଇ ଫ୍ଲିପକାର୍ଟ ଭଳି ଅନେକ ଇ-କମର୍ସ ୱେବସାଇଟ୍ ବିରୋଧରେ ମାମଲା ଦାୟର କରିଛି ମହାରାଷ୍ଟ୍ର ପୁଲିସର ସାଇବର ସେଲ୍।

ଫ୍ଲିପକାର୍ଟ, ଅଲି ଏକ୍ସପ୍ରେସ୍, ଟିଶପର ଏବଂ ଇଟସି ପରି ଇ-କମର୍ସ ୱେବସାଇଟରେ ଲରେନ୍ସ ବିଷ୍ଣୋଇ ଓ ଦାଉଦ ଇବ୍ରାହିମ ଫଟୋ ଥିବା ଟି-ଶାର୍ଟ ଏବଂ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି ପାଇଁ ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ଦେଖିବାକୁ ମିଳିଥିଲା। ମହାରାଷ୍ଟ୍ର ପୁଲିସର ସାଇବର ସେଲ୍ ଅଭିଯୋଗ କରିଛି ଯେ ଏହି ସମସ୍ତ ୱେବସାଇଟ୍ ଯୁବପିଢ଼ିଙ୍କ ସାମ୍ନାରେ ଏହି କୁଖ୍ୟାତ ଅପରାଧୀଙ୍କୁ ହିରୋ ସଜାଉଛନ୍ତି। ଏହାପରେ ଅଣ୍ଡରୱାର୍ଲଡ ଡନ୍ ଦାଉଦ ଇବ୍ରାହିମ ଓ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ସହ ଲିଙ୍କକୁ ନେଇ ଏହି ପ୍ଲାଟଫର୍ମ ଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଇ-କମର୍ସ ୱେବସାଇଟ୍ ଗୁଡ଼ିକୁ ସେମାନଙ୍କ ପ୍ଲାଟଫର୍ମରୁ ଏଭଳି ଆପତ୍ତିଜନକ ସାମଗ୍ରୀ ବିଜ୍ଞାପନ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ମହାରାଷ୍ଟ୍ର ସାଇବର ସେଲର ସ୍ପେଶାଲ ଇନ୍ସପେକ୍ଟର ଜେନେରାଲଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଏକ ବିବୃତ୍ତିରେ କୁହାଯାଇଛି ଯେ, ଏହି ଆପତ୍ତିଜନକ ସାମଗ୍ରୀଗୁଡିକ ବିକ୍ରି ତାଲିକାଭୁକ୍ତ କରିବା ପାଇଁ ଦାୟୀ ବିକ୍ରେତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏହା ସମାଜ ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିପାରେ। କାରଣ ସେମାନେ ଏକ ବିକୃତ ଭାବମୂର୍ତ୍ତିକୁ ପ୍ରୋତ୍ସାହିତ କରୁଛନ୍ତି। ଏହା ଯୁବପିଢ଼ିଙ୍କ ମାନସିକତା ଉପରେ ନକାରାତ୍ମକ ପ୍ରଭାବ ପକାଇବ। ମହାରାଷ୍ଟ୍ର ପୁଲିସର ସାଇବର ସେଲ୍ ଫ୍ଲିପକାର୍ଟ ଏବଂ ଅନ୍ୟ ଇ-କମର୍ସ ୱେବସାଇଟ୍ ଗୁଡ଼ିକ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ବିଭାଗ ଅଧିନରେ ମାମଲା ରୁଜୁ କରିଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button