ରାଜ୍ୟ

ଡାଟାଅପରେଟରଙ୍କୁ ର୍ଦୁବ୍ୟବହାର କରି ଯୁବକ ଅଟକ

ବାସୁଦେବପୁର: ସମବାୟ ସମିତି ଡାଟା ଅପରେଟରଙ୍କୁ ର୍ଦୁବ୍ୟବହାର ଅଭିଯୋଗରେ ଜଣେ ଯୁବକଙ୍କୁ ଅଟକ ରଖିଛି ପୁଲିସ। ଏମିତି ଘଟଣା ବାସୁଦେବପୁର ଥାନା ଅଧିନ ଏଡତାଳ ସମବାୟ ସମିତିରେ ଘଟିଛି ବୋଲି ଅଭିଯୋଗରୁ ଜଣାପଡିଛି। ଅଭିଯୋଗ ମୁତାବକ, ଦୁଇଦିନ ପୁର୍ବରୁ ବାବୁଲି ଜେନା ଓ ତାର ସହଯୋଗୀ ବିଦୟାଧର ମଲ୍ଲିକ ନାମକ ଦୁଇଜଣ ଯୁବକ ସମବାୟ ସମିତିରେ ପହଞ୍ଚି ଡାଟା ଅପରେଟରଙ୍କୁ ଗାଳିଗୁଲଜ କରିଥିଲେ।

ଯାହାକୁ ନେଇ ଡାଟା ଅପରେଟର ଗଗନବିହାରୀ ସାହୁ ନିକଟସ୍ଥ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଆଜି ବାସୁଦେବପୁର ପୁଲିସ ବାବୁଲିକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ତେବେ ଏହି ଘଟଣାକୁ ନେଇ ଆଜି ଏଡତାଳ ସମବାୟ ସମିତିରେ ବୋର୍ଡ ବୈଠକ ଆରମ୍ଭ ହୋଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button