ରାଜ୍ୟ

ନଗଡ଼ାରେ ଶିଶୁ ମୃତ୍ୟୁ ହାର ହ୍ରାସ ପାଇବ କେବେ? – Ibnodisha

[ad_1]

ଯାଜପୁର : ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ ର ନଗଡା ରେ ଶିଶୁ ମୃତ୍ୟୁ ହାର ହ୍ରାସ ପାଇବ କେବେ ତାହା ପ୍ରଶ୍ନ ବାଚୀ ରେ ରହି ଯାଇଛି ଜନ ସଚେତନତା ଅଭାଵ ଯୋଗୁ ସରକାର ଙ୍କ ବିଭିନ୍ନ ଯୋଜନା ପସର ପାଲିଟି ଯାଉଛି l ତାହା ପ୍ରଶାସନ ଓ ସ୍ୱlସ୍ଥ ଅଧିକାରୀ ମାନଙ୍କ ଚିନ୍ତା ର କାରଣ ପାଲିଟିଛି l ଯୁଆଙ୍ଗ ମାନଙ୍କ ଅନ୍ଧ ବିଶ୍ୱାସ କୁ ଜାବୁଡି ଧରି ଛନ୍ତି l ଚେର ମୂଳି କୁ ସଂସ୍କାର ବଶୀଭୂତ ହୋଇ ସ୍ୱlସ୍ଥ ଅଧିକାରୀ ମାନଙ୍କ ପରାମସ୍ୟ ଶୁଣୁ ନାହାନ୍ତି ଯେତେ ସଚେତନତା କଥା କହିଲେ ମଧ୍ୟ୍ୟ ଶୁଣିବାକୁ ନା ରାଜ l ଡାକ୍ତର ଖାନା କୁ ଯାଇ ସେଠାରୁ ଲୁଚି ପଳାଇ ଆସୁ ଛନ୍ତି ସରକାର ସେମାନଙ୍କ ପାଇଁ ସ୍ଵତନ୍ତ୍ର ଭାବ ରେ ଜନ କଲ୍ୟାଣ ଯୋଜନା କାରୁ ଛନ୍ତି l ପାହାଡ଼ ମୂଳକୁ ରାସ୍ତା ଘାଟ l ଆବାସ ଯୋଜନାରେ ରେ ଘର ନିର୍ମାଣ ପାନୀୟ ଜଳ ସ୍ୱlସ୍ଥ ଶିକ୍ଷା ପ୍ରଭୁତି ସୁବିଧା କରୁ ଛନ୍ତି ପଦାଧିକାରୀ ମାନେ ସେମାନଙ୍କ ବିକାଶ ପାଇଁ ମାସକୁ ମାସ ଉଚ୍ଚ ସ୍ତରୀୟ ସମୀକ୍ଷା କରୁ ଛନ୍ତି ତେବେ ସମସ୍ତ ଚେଷ୍ଟା ବିଫଳ ହେଉଛି ବାଲ୍ୟ ବିବାହ ପ୍ରର୍ଥl କୁ ଜାବୁଡି ଧରି ଛନ୍ତି l ଫଳରେ ରେ ଦୃର୍ବଳ ଶିଶୁ ଜନ୍ମ ନେଉଛନ୍ତି l ସ୍ୱlସ୍ଥ ପ୍ରତି ଯତ୍ନ ବାନହେଉ ନାହାନ୍ତି l ଯୋଜନା ଗୁଡିକ ଫଳ ପଦ ହେଉ ନାହିଁ ସରକାର ଙ୍କ ନିୟମ କେତେକ ସ୍ଥଳ ରେ ବାଧକ ସାଜୁଛି l

 ନଗଡ଼ାରେ ଏବେ ଶିଶୁମୃତ୍ୟୁଦେଖା ଯାଇଛି l ମୃତକ ଜଣକ ତଳନଗଡ଼ାର ଫୁଲମଣି ଓ ବିନୁ ପ୍ରଧାନଙ୍କ ପ୍ରଥମ ସନ୍ତାନ ଶକୁନ୍ତଳା(୪)। ଗତ ୨୩ ତାରିଖ‌ରେ ନଗଡ଼ାରେ ଶକୁନ୍ତଳାର ମୃତ୍ୟୁ ହୋଇଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଏହାକୁ ଯଥାସମ୍ଭବ ଚାପି ରଖିବାକୁ ପ୍ରୟ‌ାସ କରିଛନ୍ତି। ଆଜି ଶକୁନ୍ତଳାର ମାଆବାପା ସାଧାରଣରେ ମୁହଁ ଖୋଲି ପ୍ରଶାସନର ଦୁର୍ବଳତାକୁ ପଦାରେ ପକାଇ ଦେଇଛନ୍ତି। ମୃତ୍ୟୁର ୨ଦିନ ପୂର୍ବରୁ ଶକୁନ୍ତଳାକୁ ଜର ହୋଇଥିଲା। ବାପା ବିନୁ ପଡ଼ୋଶୀ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା କୃଷ୍ଣପୁରରେ ଓ ବିଧବା ଜେଜେମାଆ ସୀତା ବେଣାଗାଡ଼ିଆରେ ରହି ଧାନ କାଟୁଥିଲେ। ସେଦିନ ଝିଅ ଖାଇବା ପିଇବା ଛାଡ଼ିଦେଇଥିବା ଓ ମୁହଁ ଖୋଲି ଚାହୁଁନଥିବାରୁ ଫୁଲମଣି ଗାଁର ଜଣେ ଯୁବକ ସହାୟତାରେ ସ୍ବାମୀଙ୍କୁ ଡକାଇ ପଠାଇଥିଲେ। ବିନୁ ବାଇକ୍‌ରେ ଆସି ପହଞ୍ଚିଲା ବେଳକୁ ଝିଅର ପ୍ରାଣବାୟୁ ଉଡ଼ି ଯାଇଥିଲା। ପରଦିନ ବିଭାଗୀୟ କର୍ତ୍ତୃପକ୍ଷ ଓ ଡାକ୍ତରୀଦଳ ନଗଡ଼ା ପହଞ୍ଚି ଏହାର ତନାଘନା କରିଥିଲେ। ଜିଲ୍ଲା ମ୍ୟାଲେରିଆ ନିରାକରଣ ୟୁନିଟ୍‌ ପକ୍ଷରୁ ଭିବିଡି ସୁନିଲ କୁମାର ମହାନ୍ତ ସଦଳବଳ ନଗଡ଼ାରେ ପହଞ୍ଚି ପାରିପାର୍ଶ୍ବିକ ପରିସ୍ଥିତି ଅନୁଧ୍ୟାନ କରିବା ସହ ଶିଶୁମୃତ୍ୟୁର କାରଣ ସଂପର୍କରେ ଗ୍ରାମବାସୀଙ୍କ ଠାରୁ ତଥ୍ୟ ସଂଗ୍ରହ କରିଥିଲେ।

୨୦୧୭ ମସିହାରେ ଫୁଲମଣି ଓ ବିନୁ ବାଲ୍ୟ ବିବାହ କରିଥିଲେ। ଏହି ଜୁଆଙ୍ଗ ଦମ୍ପତି ଏଯାବତ୍ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ଥିବା ଅଭିଯୋଗ ହୁଏ। ବିନୁ ଦିନ ମଜୁରିଆ ଓ ଦାଦନ ଶ୍ରମିକ ଭାବେ କାମକରି ଚଳୁଥିବାରୁ ପରିବାରରେ ଖାଦ୍ୟ ସମସ୍ୟା ଓ ଅଭାନ ଅନଟନ ଲାଗିରହିଛି। ନିଜସ୍ବ ଉଦ୍ୟମରେ ସେ ଝାଟିମାଟିର ଏକ ବଖୁରିଆ ଘର ତିଆରିକରି ମୁଣ୍ଡ ଗୁଞ୍ଜିଛନ୍ତି। ସାନଝିଅ ବିମଳା(୭ ମାସ) ଦୁର୍ବଳ ଓ କୁପୋଷଣ ଶ୍ରେଣୀଭୁକ୍ତ ବୋଲି ଦେଖାଯାଏ। ଶକୁନ୍ତଳାର ମୃତ୍ୟୁ ପରେ ସାନଭଉଣୀ ବିମଳାର ସ୍ବାସ୍ଥ୍ୟାବସ୍ଥ‌ା ଗୁରୁତର ଜାଣି ସୁକିନ୍ଦା ପୁଷ୍ଟି ସାଧନ କେନ୍ଦ୍ର(ଏନ୍ଆର୍‌ସି) ଅଣାଯାଇଥିଲା। ସୁକିନ୍ଦାରେ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ନଥିବାରୁ ବିମଳାକୁ ସେଦିନ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଯାଇଥିଲା। ୨ ଦିନ ପରେ ପୁଣି ସୁକିନ୍ଦା ଏନ୍‌ଆର୍‌ସି ଅଣାଯାଇଥିଲା। ଏଠାରୁ ରୋଗଣା ଛୁଆକୁ ଧରି ଫୁଲମଣି ଓ ବିନୁ ରାତାରାତି ଏନ୍‌ଆର୍‌ସିରୁ ଛୁ ମାରିଥିଲେ ବୋଲି ବିଭାଗୀୟ କର୍ତ୍ତୃପକ୍ଷ ଅଭିଯୋଗ କରନ୍ତି। ସେଦିନରୁ ଦୁର୍ବଳା ବିମଳା ନିଜ ଘରେ ଅସ୍ବାସ୍ଥ୍ୟକର ପରିବେଶରେ ପଡ଼ି ରହିଥିବା ଦେଖିବାକୁ ମିଳିଛି। ଏ ସଂପର୍କରେ ଅଙ୍ଗନବାଡ଼ି ସୁପରଭାଇଜର ଶକୁନ୍ତଳା ସଏଙ୍କୁ ପଚାରିବାରେ ୨୩ ତାରିଖରେ ଶିଶୁମୃତ୍ୟୁ ପ୍ରସଙ୍ଗକୁ ସ୍ବୀକାର କରିଥିଲେ। ମୃତ ଶିଶୁର ଓଜନ ସ୍ବାଭାବିକ ଥିଲା ବୋଲି ଦର୍ଶାଇ ଏହି ଘଟଣାରେ ସେ ଚକିତ ଓ ଦୁଃଖିତ ବୋଲି କହନ୍ତି। ଭିବିଡି ଶ୍ରୀ ମହାନ୍ତଙ୍କୁ ଯୋଗାଯୋଗ କରିବାରେ ସେ ନଗଡ଼ା ଯାଇଥିବା ଓ ପାରିପାର୍ଶ୍ବିକ ସ୍ଥିତି ପରଖିଥିବା କହନ୍ତି। ସେମାନଙ୍କ ମନ ରୁ କୁସ୍କାର ଦୂର ନ ହେବା ଯାଏ ଶିଶୁ ମୃତ୍ୟୁ ହାର ହ୍ରାସ ପାଇବା ନେଇ l ଅଧିକାର ମାନଙ୍କ ମୁଣ୍ଡ ବ୍ୟଥା ର କାରଣ ସାଜିଛି l

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button