ରାଜ୍ୟ

ଲୁଗା ଶୁଖାଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ସ୍ତ୍ରୀଙ୍କ ମୃତ୍ୟୁ, ବଞ୍ଚାଇବାକୁ ଯାଇ ଚାଲିଗଲା ସ୍ବାମୀଙ୍କ ଜୀବନ

କାମାକ୍ଷାନଗର ୨୦।୧୦: ଏମିତି ବି ଆସେ ମୃତ୍ୟୁ । ହାତ ଧରି ପରସ୍ପରକୁ ସାତ ଜନମ ପାଇଁ ସାଥି ହୋଇ ରହିବାକୁ ଶପଥ ନେଇଥିଲେ । ଆଉ ହାତ ଧରି ପରସ୍ପର ଆରପାରିକୁ ଚାଲିଗଲେ । ଏମିତି ମୃତ୍ୟୁ ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।

ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା ବାମ୍ ପଞ୍ଚାୟତ ଅନ୍ତର୍ଗତ ରଗଡାସାହିର ଦୁର୍ଯ୍ୟୋଧନ ମହାନ୍ତ ଏବଂ ସ୍ତ୍ରୀ ଭାରତୀ ମହାନ୍ତଙ୍କର ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଛି ।

ଉଭୟ ଦମ୍ପତ୍ତି ଛତିଶଗଡ଼ ରାଜ୍ୟ କୁର୍ବା ଜିଲ୍ଲା ଅନ୍ତର୍ଗତ କୁସମୁଣ୍ଡା ଗାଁରେ ରହୁଥିଲେ । ସେଠାରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ ଦୁର୍ଯ୍ୟୋଧନ। ଗତ କାଲି ଦିନ ୧୧ ଟା ସମୟରେ ସ୍ତ୍ରୀ ଭାରତୀ ଲୁଗା ଶୁଖାଇବା ପାଇଁ ଛାତ ଉପରକୁ ଯାଇଥିଲେ । ତେବେ ସେଠାରେ ଲୁଗା ଶୁଖାଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ । ଭାରତୀଙ୍କ ଚିତ୍କାର ଶୁଣି ସ୍ୱାମୀ ଦୁର୍ଯ୍ୟୋଧନ ତାଙ୍କୁ ବଞ୍ଚାଇବାକୁ ଆସି ସେ ମଧ୍ୟ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ । ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ସ୍ଥାନୀୟ ଲୋକମାନେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ଉଭୟ ଦମ୍ପତ୍ତିଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଉଭୟ ଦମ୍ପତ୍ତିଙ୍କର ୧୦ ବର୍ଷର ଶିଶୁ ପୁତ୍ର ରହିଛନ୍ତି । ଯିଏକି ଘଟଣା ସମୟରେ ବିଦ୍ୟାଳୟରେ ଥିଲେ। ଉଭୟ ଦମ୍ପତ୍ତିଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମରଶରୀର ବାମ ଗାଁରେ ପହଞ୍ଚିବା ପରେ ଡ୍ରାଇଭର ମହାସଂଘର ସଦସ୍ୟ ଏବଂ ଗ୍ରାମବାସୀ ମାନେ ଗାଁ ଶ୍ମଶାନରେ ଉଭୟ ଦମ୍ପତ୍ତିଙ୍କ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି । ତେବେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁକୁ ନେଇ ସମସ୍ତେ ସ୍ତବ୍ଧ ହୋଇ ଯାଇଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button