ରାଜ୍ୟ

ରାଜ୍ୟରେ ସ୍ଥାପନ ହେବ ୭ ନୂଆ ନର୍ସିଂ କଲେଜ: କେନ୍ଦ୍ର ଅନୁମତିକୁ ଅପେକ୍ଷା, ଖର୍ଚ୍ଚ ହେବ ୭୦ କୋଟି

ଭୁବନେଶ୍ୱର,୨୦/୧୦: ରାଜ୍ୟରେ ୭ ନୂଆ ନର୍ସିଂ କଲେଜ ସ୍ଥାପନ ହେବ । ହେଲେ ୫ ମାସରୁ ଊଦ୍ଧ୍ୱର୍ ସମୟ ହେଲାଣି କଲେଜ ସ୍ଥାପନ ବିଷୟ କେନ୍ଦ୍ର ସରକାରଙ୍କ ଅନୁମତି ଅପେକ୍ଷାରେ ରହିଛି । କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ମେଡିକାଲ କଲେଜ ପରିସରରେ ନର୍ସିଂ କଲେଜ ସ୍ଥାପନ ସମ୍ପର୍କିତ ଡ୍ରାଫ୍ଟ ରିପୋର୍ଟ ମାଗିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଡ୍ରାଫ୍ଟ ରିପୋର୍ଟ ଦାଖଲ ହୋଇ ସାରିଛି ।

କେନ୍ଦ୍ର ସରକାରଙ୍କ ପାଖରେ ଅଟକିଛି ଫାଇଲ୍ ।

ଯାଜପୁର, ବାଲେଶ୍ୱର, ବାରିପଦା, ବଲାଙ୍ଗିର, ପୁରୀ, କୋରାପୁଟ ଓ ତାଳଚେର ଆଦି ୭ ମେଡିକାଲ କଲେଜ ପରିସରରେ ନର୍ସିଂ କଲେଜ ଖୋଲିବା ପାଇଁ ଆପାତତଃ ସ୍ଥିର ହୋଇଛି । କେନ୍ଦ୍ର ସରକାର ପ୍ରତ୍ୟେକ କଲେଜ ପାଇଁ ୧୦ କୋଟି ଲେଖାଏଁ ୭୦ କୋଟି ଟଙ୍କା ବଜେଟ୍ରେ ମଞ୍ଜୁର କରିଛନ୍ତି । କେନ୍ଦ୍ର ସରକାର ୬୦% ଓ ରାଜ୍ୟ ସରକାର ୪୦% ଅର୍ଥ ପ୍ରଦାନ ପାଇଁ ସ୍ଥିର ହୋଇଛି । ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି । କେନ୍ଦ୍ର ସରକାରଙ୍କ ଅନୁମତି ମିଳିଲେ କାର୍ଯ୍ୟ ଆରମ୍ଭ ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button