ରାଜ୍ୟ

ଭାଇରାଲ ଅଡ଼ିଓ ଏବଂ ରୁଚିକା ଆତ୍ମହତ୍ୟା ଘଟଣାର ତଦନ୍ତ ରିପୋର୍ଟ ତୁରନ୍ତ ସାର୍ବଜନୀନ କରନ୍ତୁ ରାଜ୍ୟ ସରକାର – Ibnodisha

[ad_1]

*ନଚେତ୍ ୨୪ ଘଂଟାରେ କମିଶନରେଟ୍ କାର୍ଯ୍ୟାଳୟ ସହ ଡିଜିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନକୁ ଓହ୍ଲାଇବ ରାଜ୍ୟ ଯୁବ କଂଗ୍ରେସ*

ଭୁବନେଶ୍ୱର : ଆଜି କଂଗ୍ରେସ ଭବନ ଠାରେ ରାଜ୍ୟ ଯୁବ କଂଗ୍ରେସ ତରଫରୁ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ତଥା ମିଡ଼ିଆ ସେଲ୍ ଅଧ୍ୟକ୍ଷ ସୁଦିପ୍ ସାମଲ ଏକ ସାମ୍ବାଦିକ ସମ୍ମିଳନୀରେ ବହୁଚର୍ଚ୍ଚିତ ରୁଚୀକା ମହାନ୍ତି ଆତ୍ମହତ୍ୟା ଘଟଣା ଏବଂ ଭାଇରାଲ ଅଡ଼ିଓ ସମ୍ବନ୍ଧରେ ରାଜ୍ୟ ସରକାର ଏବଂ ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ବିଗତ ଦିନରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏବଂ ଭୁବନେଶ୍ୱର ଡିସିପିଙ୍କୁ ଦେଖାକରି ମଧ୍ୟ ଯୁବ କଂଗ୍ରେସ ଏ ସମ୍ବନ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ ଜଣାଇଥିଲା । ଏହା ମଧ୍ୟରେ ବହୁଦିନ ବିତିଯାଇଥିଲେ ମଧ୍ୟ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆନଯିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଥିଲେ । ଭାଇରାଲ ଅଡ଼ିଓରେ ଯେଉଁ ସ୍ୱରଟି ଶୁଭୁଛି ତାହା ଭୁବନେଶ୍ୱରର ଜଣେ ବିଧାୟକ ବୋଲି ପୁନଃଦାବି କରିବା ସହ ଏହାର ତଦନ୍ତ ସଠିକ୍ ଭାବେ ହେଲେ ସତ୍ୟାସତ୍ୟ ଲୋକଲୋଚନକୁ ଆସିବ ବୋଲି ଦୋହରାଇଛନ୍ତି । ରୁଚୀକା ମହାନ୍ତିଙ୍କ ବିଦେଶ ପଠାଯାଇଥିବା ମୋବାଇଲଟି କେବେ ଆସିବ ଏବଂ ସେଥିରୁ କ’ଣ ତଥ୍ୟ ମିଳିଛି କାହିଁକି ପ୍ରଶାସନ ସାର୍ବଜନୀନ କରୁନି ସେ ନେଇ ପ୍ରଶ୍ନ ଉଠାଇଛନ୍ତି । ରାଜ୍ୟ ସରକାର ନାରୀକୁ ସମ୍ମାନ କଥା କହୁଥିବାବେଳେ ରୁଚୀକାର ପରିବାରକୁ କିଭଳି ସମ୍ମାନ ଏବଂ ନ୍ୟାୟ ଦିଆଗଲା ଏହା ଓଡ଼ିଶାବାସୀ ବିଚାର କରିବେ । ନବୀନ ବାବୁ ତାଙ୍କ ଶାସନ କାଳରେ ଯେଉଁମାନେ ଏଭଳି ଅପରାଧିକ କାଣ୍ଡରେ ଲିପ୍ତ ଅଛନ୍ତି ସେମାନଙ୍କୁ ଦଣ୍ଡ ଦେବା ପରିବର୍ତେ ପୁରସ୍କୃତ କରୁଛନ୍ତି । ଏହା କ’ଣ ବିଜୁବାବୁଙ୍କର ସ୍ୱପ୍ନ ଥିଲା? ବହୁ ଆଶାରଖି ଓଡ଼ିଶାର ପୁରପଲ୍ଲୀରୁ ଅଭିଭାବକମାନେ ପାଠ ପଢ଼ାଇବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଶାର ରାଜଧାନୀକୁ ପଠାଇଥାନ୍ତି । କିନ୍ତୁ ଦୁଃଖର ବିଷୟ ଶାସକ ଦଳର ଏଭଳି କିଛି ନେତାଙ୍କ ପାଇଁ ସେମାନେ ଏବେ ଅସୁରକ୍ଷିତ ମନେ କରୁଛନ୍ତି । ପୋଲିସ୍ ପ୍ରଶାସନ କଣ ପାଇଁ ଏବଂ କାହା ସ୍ୱାର୍ଥ ପାଇଁ ଏଭଳି ବ୍ୟକ୍ତିମାନଙ୍କୁ ସୁରକ୍ଷା ପ୍ରଦାନ କରିବା ସହ ଘଂଟ ଘୋଡାଉଛି ଏହା ପ୍ରଶ୍ନବାଚୀ ହେଉଛି । ଆଇନ୍ ତା ବାଟରେ ଯିବା କଥା କହୁଥିବା ନବୀନ ବାବୁ କିନ୍ତୁ ଆଇନ୍‌କୁ ତାଙ୍କ କଥାରେ ନେଉଛନ୍ତି ବୋଲି ସ୍ପଷ୍ଟ ଅନୁମେୟ ହେଉଛି । ଯୁବ କଂଗ୍ରେସ ତରଫରୁ ସରକାର ଏବଂ ପ୍ରଶାସନକୁ ଚେତାଇ ଦିଆଯାଇଛି ଯେ, ଆଗାମୀ ୨୪ ଘଂଟା ମଧ୍ୟରେ ଯଦି ରୁଚୀକା ମହାନ୍ତି ଆତ୍ମହତ୍ୟା ଘଟଣା ତା ସହିତ ଭାଇରାଲ ହେଇଥିବା ଅଡ଼ିଓରେ ଭୁବନେଶ୍ୱରର କେଉଁ ବିଧାୟକଙ୍କର ସଂପୃକ୍ତ ଅଛି ତାହା ଯଦି ସ୍ପଷ୍ଟ ନ କରାଯାଏ ଏବଂ ଏହାର ତଦନ୍ତ ରିପୋର୍ଟ ସାର୍ବଜନୀନ ନ କରାଯାଏ ତାହାଲେ ଯୁବ କଂଗ୍ରେସ ତରଫରୁ କମିସନରେଟ୍ କାର୍ଯ୍ୟାଳୟ ସହ ପୁଲିସ୍ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନକୁ ଓହ୍ଲାଇବା ସହ ଓଡ଼ିଶାର ପ୍ରତ୍ୟେକଟି ଗାଁ ଗାଁ ରେ ସରକାରଙ୍କର ନାରୀ ନିର୍ଯ୍ୟାତନା ନୀତିକୁ ଲୋକଙ୍କ ପାଖରେ ପହଂଚାଇ ନବୀନ ସରକାରର ଅସଲ ଚେହେରାର ଖୋଲାସା କରିବ ବୋଲି ଗଣମାଧ୍ୟମ ସମ୍ମୁଖରେ ଶ୍ରୀ ସାମଲ ପ୍ରକାଶ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଗୋପନ ମାର୍ଥା, ଭୁବନେଶ୍ୱର ଜିଲ୍ଲା ଯୁବ କଂଗ୍ରେସ ସଭାପତି ମହମ୍ମଦ ଗୁଲଫାମ୍‌, ସ୍ୱାଗତ କର, ବଳରାମ ନନ୍ଦ, ମହମ୍ମଦ ପରଭେଜ୍ ଉପସ୍ଥିତ ଥିଲେ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button