ରାଜ୍ୟ

୪୩ ଡିଗ୍ରୀ ଛୁଇଁଲା ରାଜ୍ୟର ୪ ସହରରେ ତାତି – Ibnodisha

[ad_1]

ଭବନେଶ୍ୱର : ରାଜ୍ୟର ୪ ସହରରେ ତାତି ଛୁଇଁଲା ୪୩ ଡିଗ୍ରୀ । ଶନିବାର ରାଜ୍ୟର ଅନୁଗୁଳ ସହରରେ ସର୍ବାଧିକ ୪୩.୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ତା ସହ ମାଲକାନଗିରିରେ ୪୩.୨ ଡିଗ୍ରୀ ତାପମାତ୍ର ରେକର୍ଡ କରାଯାଇଛି । ଏହାବାଦ୍ ବୌଦ୍ଧ ଆଉ ଟିଟିଲାଗଡର ତାପମାତ୍ରା ଆଜି ୪୩ ଡିଗ୍ରୀ ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପଟେ ଗତକାଲି ଅପେକ୍ଷା ଆଜି ଭୁବନେଶ୍ୱରର ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିଛି । ଆଜି ଭୁବନେଶ୍ୱର ତାପମାତ୍ରା ଗତକାଲି ଅପେକ୍ଷା କମି ୩୯.୬ ଡିଗ୍ରୀରେ ରହିଛି । ସେହିପରି କଟକ ସହର ତାପମାତ୍ରା ୪୦.୧ ଡିଗ୍ରୀ ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button