ରାଜ୍ୟ

୪ ହାଇୱେ ଲୁଟେରାଙ୍କୁ ଗିରଫ କଲା ପୋଲିସ – Ibnodisha

[ad_1]

ଭଦ୍ରକ : ୪ ହାଇୱେ ଲୁଟେରାଙ୍କୁ ଗିରଫ କଲା ପୋଲିସ । ବଡ଼ ଲୁଟ୍ ପାଇଁ ଯୋଜନା ବେଳେ ମାଡ଼ିବସିଲା ପୋଲିସ । ଭଦ୍ରକ ଗ୍ରାମାଞ୍ଚଳ ଥାନା ରାଣୀତାଲ ନିକଟରେ ଘଟିଛି ଏହି ଘଟଣା ଗତି କିଛି ଦିନଧରି ୫ରୁ ୬ ଜଣ ଲୁଟେରା ଏକ ଅଟୋରେ ଯୋଜନାବଦ୍ଧ ଭାବେ ରାତିର ସୁଯୋଗ ନେଇ ୧୬ ନମ୍ବର ଜାତୀୟ ରାଜପଥ ଓ ଏହାର ଆଖ ପଖ ଅଞ୍ଚଳରେ ଲୁଟ୍ କରି ଚାଲିଥିଲୋ କାହା ଠାରୁ ବାଇକ ତ କାହା ଠାରୁ ସୁନା ଅଳଙ୍କାର ଲୁଟୁ ଥିଲେ । ପୁଣି କେତେବେଳେ ଲୋକଙ୍କ ଘରେ ପଶି କଳାକନା ବୁଲାଉଥିଲ । ଗତକାଲି ଚରମ୍ପା ଅଂଚଳରୁ ଏକ ଲୁଟେରା ଯୋଜନା କରୁଥିବା ବେଳେ ଏହାକୁ କାୟମ କରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ।ଗିରଫ ଅଭିଯୁକ୍ତଙ୍କ ଠାରୁ ମାରଣାସ୍ତ୍ର, ମୋବାଇଲ, ଆଟୋ ଓ ପଲସର ବାଇକ ଜବତ କରିଛି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ବିଶାଣୀ ଖରିଦା ଅଞ୍ଚଳର ଜଗନ ପ୍ରସାଦ ନାୟକ । କୁନ୍ତଳା ଅଂଚଳର ଅଜୟ ସୋନା, ଧୂମା ବାସ୍କେ, ଏରେଇଁ ଅଂଚଳର ରାମ ଟୁଡୁଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟଜଣେ ପୋଲିସକୁ ଚକମା ଦେଇ ଖସି ପଳାଇବାରେ ସକ୍ଷମ ହୋଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button