ରାଜ୍ୟ

ପାର୍ବଣ ପାଇଁ କଟକରେ ବିଭିନ୍ନ ଦୋକାନରେ ସିଏମସି ସ୍ୱାସ୍ଥ୍ୟ ବିଭାଗର ଚଢାଉ.

ଟକ: ଦଶହରା ପୂର୍ବରୁ ଲୋକଙ୍କ ସ୍ୱାସ୍ଥ୍ୟ ଓ ଉନ୍ନତ ମାନର ଖାଦ୍ୟ ଜିନିଷ ପାଇଁ ସିଏମସି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ଦେଖାଦେଇଛି । ଆକ୍ସନ ମୁଡରେ ରହିଛି ସିଏମସି ସ୍ୱାସ୍ଥ୍ୟ ବିଭାଗ । ଷ୍ଟ୍ରିଟ ଫୁଡ଼ ଉପରେ ଚଢାଉ କରାଯାଇଛି । ବୁଧବାର ସେପ୍ଟେମ୍ବର ୧୮ରେ କଟକ ଦୋଳମୁଣ୍ଡାଇ ଛକରେ ବିଭିନ୍ନ ରେସ୍ତୋରାଁ ଓ ରାସ୍ତାକଡ ଖାଦ୍ୟ ଷ୍ଟଲରେ ଯାଞ୍ଚ କରିଛନ୍ତି ସିଏମସି ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଏବଂ ଫୁଡ ସେଫଟୀ ଅଧିକାରୀ।

ଦୋଳମୁଣ୍ଡାଇ ନିକଟ ବିଭିନ୍ନ ରେସ୍ତୋରାଁ, ଫାଷ୍ଟ ଫୁଡ଼, ଜଳଖିଆ ଦୋକାନ, ଚାଟ୍, ମୋମୋ, ଗୁପଚୁପ୍, ମକ୍କା ଏବଂ ଦହିବରା ଦୋକାନରେ ସ୍ବାସ୍ଥ୍ୟ ବିଭାଗ ଟିମ୍ ଯାଞ୍ଚ କରିଛି। ପାର୍ବଣ ଆରମ୍ଭ ହେଉଥିବାରୁ ଅପମିଶ୍ରିତ ଖାଦ୍ୟ ବିକ୍ରିକୁ ରୋକିବାକୁ ଟିମ୍ ଏହି ଯାଞ୍ଚ କରିଛି। ଯାଞ୍ଚ ସମୟରେ କିଛି ଷ୍ଟଲରେ ଖାଦ୍ୟର ମାନ ଖରାପ, ରଙ୍ଗ ମିଶା ଖାଦ୍ୟ ଥିବା ଯୋଗୁଁ ସମ୍ପୃକ୍ତ ଦୋକାନୀକୁ ସ୍ୱାସ୍ଥ୍ୟ ବିଭାଗ ଟିମ ପକ୍ଷରୁ ଜୋରିମାନା ଆଦାୟ କରାଯାଇଛି। ଏହାସହ ଦୋକାନ ମାନଙ୍କର ଫୁଡ଼ ଲାଇସେନ୍ସ ଅଧିକାରୀଙ୍କ ଦ୍ଵାରା ଯାଞ୍ଚ କରାଯାଇଥିଲା। ଏହି ଚଢାଉ ପାର୍ବଣ ଶେଷ ପର୍ଯ୍ୟନ୍ତ ଜାରି ରହିବ ବୋଲି ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର କହିଛନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button