ରାଜ୍ୟ
ବଢୁଛି କୁହୁଡି, କମୁଛି ଶୀତ – Ibnodisha
[ad_1]
ଭୁବନେଶ୍ୱର : ବାୟୁମଣ୍ଡଳରେ ଜଲୀୟ ବାଷ୍ପର ପରିମାଣ ଅଧିକ ରହୁଥିବାରୁ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଅନୁଭୂତ ହେଉଛି।ତେବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହୁଡ଼ି ସହ ଉତ୍ତର ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦିଆଯାଇଛି। କୁହୁଡିର ପରିମାଣ ବଢ଼ିବାରୁ ୫ମିଟର ଦୂରତା ପର୍ଯ୍ୟନ୍ତ ରାସ୍ତା ମଧ୍ୟ ଦୃଶ୍ୟମାନ ହେଉନାହିଁ। ଏହାସହିତ ଏହି କାରଣରୁ ବିଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣା ଘଟୁଛି। ଓଡ଼ିଶାର ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର ଏବଂ ମୟୂରଭଞ୍ଜରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସେହିଭଳି ୨ ତାରିଖରେ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର ଏବଂ କେନ୍ଦୁଝରରେ ବର୍ଷା ନେଇ ଆକଳନ କରାଯାଇଛି। ତେଣୁ ଏବେ ରାଜ୍ୟରେ ଧୀରେ ଧୀରେ ଶୀତର ଲହରୀ କମିବ ଏବଂ କୁହୁଡିର ପରିମାଣ ବଢିବ।
The post ବଢୁଛି କୁହୁଡି, କମୁଛି ଶୀତ appeared first on ONA KHABAR.
[ad_2]