ରାଜ୍ୟ

ବନ୍ଧୁଙ୍କ ସହ ମିଶି ଘର ମାଲିକଙ୍କୁ ନିର୍ମମ ହତ୍ୟା – Ibnodisha

[ad_1]

ମୟୂରଭଞ୍ଜ : ନୀଳଗିରିରେ ଘଟିଛି ନିର୍ମମ ହତ୍ୟାକାଣ୍ଡ। ଅନୈତିକ ପ୍ରେମ ସମ୍ପର୍କ କାରଣରୁ ବନ୍ଧୁଙ୍କ ସହ ମିଶି ଘର ମାଲିକଙ୍କୁ ହତ୍ୟା । ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲାର ଶରତ ଥାନା ଅଧୀନ କଟୁରିଆ ଅଞ୍ଚଳର ଶ୍ରୀରାମ ସିଂ ଏପ୍ରିଲ ୨୫ରୁ ନିଖୋଜ ଥିଲେ। ଏନେଇ ସ୍ତ୍ରୀ ମାଳତି ହେମ୍ରମ ଶରତ ଥାନାରେ ଅଭିଯୋଗ କରିଥିଲେ। ନିଖୋଜ ଘଟଣାକୁ ପୁଲିସ୍‌ ଆଦୌ ହାଲୁକାରେ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଥିଲା। ପରେ ଘଟଣାରେ ବଡ଼ ସୁରାକ ପାଇଥିଲା ଶରତ ପୁଲିସ।ଶ୍ରୀରାମଙ୍କ ଘର ଭଡ଼ା ନେଇ ମୋବାଇଲ ଓ କମ୍ପ୍ୟୁଟର ଦୋକାନ କରିଥିବା ଭଡ଼ାଟିଆ ଜାମଦା ଅଞ୍ଚଳର ଅଶୋକ ସେଠୀ ଉପରେ ପୁଲିସ୍‌ ସନ୍ଦେହ ପ୍ରକଟ କରିଥିଲା। ଅଧିକ ତଦନ୍ତ କରାଯିବାରୁ ଅଶୋକ ହିଁ ଶ୍ରୀରାମଙ୍କୁ ମାରିବାକୁ ଯୋଜନା କରିଥିଲେ ବୋଲି ଜଣାପଡ଼ିଥିଲା। ଶ୍ରୀରାମଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ଅଶୋକ ତାଙ୍କ ଘର ଭଡ଼ା ନେଇ ଦୋକାନ କରିଥିବା ବେଳେ ସେହି ପାଖରେ ଜଣେ ମହିଳା ବି ଭଡ଼ାରେ ଦୋକାନ କରିଥିଲେ। ସମୟକ୍ରମରେ ଅଶୋକ ଓ ଉକ୍ତ ମହିଳାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଦୁଇ ଜଣଙ୍କ ମଧ୍ୟରେ ଥିବା ଅନୈତିକ ସମ୍ପର୍କ ବିଷୟରେ ଶ୍ରୀରାମ ଗୋଟିଏ ଦିନ ଜାଣି ଦେଇଥିଲେ। ସେ ଅଶୋକଙ୍କୁ ଏନେଇ ତାଗିଦ କରିଥିଲେ। ଏହା ଅଶୋକଙ୍କୁ ବେଶ ବାଧିଥିଲା। ଏଥିପାଇଁ ସେ ନିଜର ବନ୍ଧୁ ଅଶୋକ ମହାନ୍ତଙ୍କ ସହ ମିଶି ଶ୍ରୀରାମଙ୍କୁ ମାରି ଦେବାକୁ ଯୋଜନା କରିଥିଲେ। ଯୋଜନା ମୟୂରଭଞ୍ଜରେ କରାଯାଇଥିଲା। ସେମାନେ ଯୋଜନା ମୁତାବକ ଶ୍ରୀରାମଙ୍କୁ ୨୫ ତାରିଖରେ ଘରୁ ଡାକି ନେଇ ହତ୍ୟା କରିଥିଲେ। ଏହାପରେ ଉଦଳା ରାସ୍ତାର ଭାଲୁକାଶୁଣି ଜଙ୍ଗଲରେ ମୃତଦେହକୁ ଫିଙ୍ଗି ଦେଇଥିଲେ ବୋଲି ପୁଲିସ୍‌ କହିଛି। ଜଙ୍ଗଲରୁ ପୁଲିସ ଶ୍ରୀରାମଙ୍କ ଗଳିତ ଶବ ଉଦ୍ଧାର କରିଛି ଓ ସେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button