ରାଜ୍ୟ

ଫୁଟବଲ ମ୍ୟାଚ୍‌ ବେଳେ ମୋବାଇଲ ଦେଖିବା ହେଲା କାଳ; ବଜ୍ରାଘାତରେ ତିନି ସାଙ୍ଗଙ୍କ ମୃତ୍ୟୁ, ୪ ଆହତ – Ibnodisha

[ad_1]

ରାଉରକେଲା : ଫୁଟବଲ ମ୍ୟାଚ୍‌ ବେଳେ ମୋବାଇଲ ଦେଖିବା ହେଲା କାଳ ହୋଇଛି। ବଜ୍ରାଘାତରେ ତିନି ଜଣଙ୍କ ମୃତ୍ୟୁ ହୋଇଛି। ମୃତ ତିନି ସାଙ୍ଗ ହେଲେ ସୁନୀଲ ଓରାମ ଓ ବିଶାଳ ବିଲୁଙ୍ଗ। ଅନ୍ୟ ଜଣେ ଯୁବକଙ୍କ ପରିଚୟ ମିଳି ପାରି ନାହିଁ।

ସୂଚନା ଅନୁସାରେ ଆଜି ଅପରାହ୍ନ ସାଢ଼େ ଚାରିଟାରେ ସୁନ୍ଦରଗଡ଼ ଜିଲ୍ଲା ବ୍ରାହ୍ମଣୀତରଙ୍ଗ ଥାନା ତୁମରନ ବିରୁଆଲ ଗାଁ ନିକଟ ଫୁଟବଲ ପଡ଼ିଆରେ ଫୁଟବଲ ମ୍ୟାଚ୍ ଚାଲିଥିଲା। ହଠାତ୍ ବର୍ଷା ହେବା ସହିତ ବିଜୁଳି ମାରିଥିଲା। ଫଳରେ ଦର୍ଶକ ଓ ଖେଳାଳିମାନେ ପଡ଼ିଆ ନିକଟରେ ଥିବା ଗଛତଳେ ଆଶ୍ରୟ ନେଇଥିଲେ। ଏହି ସମୟରେ ବଜ୍ରପାତ ହୋଇଥିଲା। ବଜ୍ରପାତ ସମୟରେ ସୁନୀଲ ଓରାମ ଓ ବିଶାଳ ବିଲୁଙ୍ଗଙ୍କ ସମେତ ୩ ଜଣ ମୋବାଇଲ ଦେଖୁଥିଲେ। ଫଳରେ ସେମାନେ ବଜ୍ରପାତର ଶିକାର ହୋଇଥିଲେ। ବଜ୍ରପାତରେ ଅନ୍ୟ ତିନି ଚାରି ଜଣ ପିଲା ମଧ୍ୟ ଆହତ ହୋଇଥିଲେ। ତେବେ ଅନ୍ୟ ଆହତମାନେ ସ୍ଥାନୀୟ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆ ଯାଇଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button