ଦେଶ

ଆଇଆଇଟିରେ ପଢିଲେ, ଦାମୀ ଚାକିରି ବି କଲେ, ହେଲେ ସବୁ ଛାଡି ଏବେ ସାଜିଛନ୍ତି ସାଧୁ – Ibnodisha

[ad_1]

ନୂଆଦିଲ୍ଲୀ: ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଇଂଜିନିୟରିଂ ବା ଆଇଆଇଟିରେ ପାଠ ପଢିବା ପାଇଁ ପ୍ରତିବର୍ଷ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ସ୍ୱପ୍ନ ଦେଖନ୍ତି। ଆଇଆଇଟିରୁ ଅଧ୍ୟୟନ କରିବା ପରେ ଜଣେ ସହଜରେ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଚାକିରି ପ୍ୟାକେଜ୍ ପାଇଥାନ୍ତି | ଅନେକ ଛାତ୍ରଛାତ୍ରୀ ଆଇଆଇଟିରେ ଡିଗ୍ରୀ ସମାପ୍ତ କରିବା ପରେ ବିଦେଶ ଯାଆନ୍ତି | ପ୍ରତିବର୍ଷ ଲକ୍ଷ ଲକ୍ଷ ଯୁବକ ଜେଇଇ ପରୀକ୍ଷା ପାଇଁ ପ୍ରସ୍ତୁତ ହୁଅନ୍ତି | ଏଥିପାଇଁ ବହୁତ ପରିଶ୍ରମ କରନ୍ତି | ଜେଇଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ସେମାନେ ଆଇଆଇଟିରେ ଆଡମିଶନ ନିଅନ୍ତି | ୪ ବର୍ଷ ପାଇଁ ସେମିଷ୍ଟାର ପରୀକ୍ଷା ପରେ ଜଣେ ଇଞ୍ଜିନିୟର ହୁଅନ୍ତି | ତେବେ ଆଜି ଆମେ ଆପଣଙ୍କୁ ଏମିତି ତିନିଜଣଙ୍କ ବାବଦରେ କହିବୁ, ଯେଉଁମାନେ ଆଇଆଇଟିରୁ ସଫଳତାର ସହ ଉତ୍ତୀର୍ଣ୍ଣ ହେବା ପରେ ଚାକିରି ପଛରେ ନ ଗୋଡ଼ାଇ ଧର୍ମ ରାସ୍ତାରେ ପାଦ ଥାପିଛନ୍ତି |

ସନ୍ଦୀପ କୁମାର ଭଟ୍ଟ ଆଇଆଇଟି ଦିଲ୍ଲୀରୁ ଇଞ୍ଜିନିୟରିଂ ପାଠ ପଢ଼ିଥିବାବେଳେ ୨୦୦୨ରେ, ସେ ତାଙ୍କ ବ୍ୟାଚର ସ୍ୱର୍ଣ୍ଣପଦକ ବିଜେତା ହୋଇଥିଲେ | ୨୦୦୪ରେ ଏମଟେକ କରିବା ପରେ, ଲାରସେନ୍ ଆଣ୍ଡ ଟୁବ୍ରୋରେ ୩ ବର୍ଷ କାର୍ଯ୍ୟ କରିଥିଲେ | ତା’ପରେ ହଠାତ୍ ସେ ବିଳାସପୂର୍ଣ୍ଣ ଜୀବନ ସହ ଦାମୀ ଚାକିରି ଛାଡିଦେଇଥିଲେ। ମାତ୍ର ୨୮ ବର୍ଷ ବୟସରେ ସେ ଧର୍ମ ରାସ୍ତାରେ ପାଦ ଥାପିଥିବାବେଳେ ଏବେ ସେ ସ୍ୱାମୀ ସୁନ୍ଦର ଗୋପାଳଦାସ ବେଶ ପରିଚିତ |

ସଂକେତ ପାରେଖ ସ୍ବପ୍ନ ନଗର ମୁମ୍ବାଇ ବାସିନ୍ଦା | ସେ ଆଇଆଇଟି ବମ୍ବେରୁ ଇଞ୍ଜିନିୟରିଂ ଅଧ୍ୟୟନ କରିଛନ୍ତି। ରାସାୟନିକ ଇଞ୍ଜିନିୟରିଂରେ ଡିଗ୍ରୀ କରିବା ପରେ ସେ ଏକ ଆମେରିକାର ଏକ ବିଶ୍ୱବିଦ୍ୟାଳୟରୁ ଏମଟେକ କରିବାକୁ ପ୍ରସ୍ତୁତ ହେଉଥିଲେ। କିନ୍ତୁ ଏହାପୂର୍ବରୁ ସେ ଅଚାନକ ଜୈନ ଧର୍ମରେ ଦୀକ୍ଷିତ ହୋଇଥିଲେ | ଏହାପରେ ସେ ଇଂଜିନିୟରିଂ ରାସ୍ତା ଛାଡ଼ି ସନ୍ନ୍ୟାସ ନେଇଥିଲେ |

ସ୍ୱାମୀ ମୁକୁନ୍ଦାନନ୍ଦ ଆଇଆଇଟି ଦିଲ୍ଲୀରୁ ବି.ଟେକ୍ ଅଧ୍ୟୟନ କରିଛନ୍ତି। ତା’ପରେ ସେ ଆଇଆଇଏମ କୋଲକାତାରୁ ଏମବିଏ ଡିଗ୍ରୀ ହାସଲ କରିଥିଲେ। ଏହା ପରେ ସେ ଜଗଦଗୁରୁ ଶ୍ରୀ କ୍ରିପାଲୁଜୀ ମହାରାଜଙ୍କ ନିର୍ଦ୍ଦେଶରେ ବୈଦିକ ଗ୍ରନ୍ଥ ଅଧ୍ୟୟନ କରିଥିଲେ। ସେ ଜଣେ ଆଧ୍ୟାତ୍ମିକ ଗୁରୁ, ଲେଖକ ତଥା ବେଦ ଉପରେ ବିଶେଷଜ୍ଞ ଭାବରେ ପ୍ରସିଦ୍ଧ | ସେ ଲୋକଙ୍କୁ ‘ସାଇନ୍ସ ଅଫ୍ ମାଇଣ୍ଡ ମ୍ୟାନେଜମେଣ୍ଟ’ ବିଷୟରେ ବୁଝାନ୍ତି ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button