ଦେଶ

ଏସ୍‌ବିଆଇକୁ ସୁପ୍ରିମକୋର୍ଟଙ୍କ ତାଗିଦ;  ନମ୍ବର ସହ ନିର୍ବାଚନୀ ବଣ୍ଡର ସମସ୍ତ ତଥ୍ୟ ଦିଅ – Ibnodisha

[ad_1]

ନୂଆଦିଲ୍ଲୀ: ନିର୍ବାଚନୀ ବଣ୍ଡ ମାମଲାରେ ଷ୍ଟେଟବ୍ୟାଙ୍କକୁ ତାଗିଦ କଲେ ସୁପ୍ରିମକୋର୍ଟ । ବ୍ୟାଙ୍କକୁ ପୁଣି ନୋଟିସ ଜାରି କରିଛନ୍ତି ସର୍ବୋଚ୍ଚ ଅଦାଲତ । ବଣ୍ଡ୍‌ର ସମସ୍ତ ନମ୍ବର ଦେବାକୁ ଏସବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଆସନ୍ତା ସୋମବାର ସୁଦ୍ଧା ଉତ୍ତର ଦେବାକୁ କୁହାଯାଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ନିର୍ବଚନୀ ବଣ୍ଡ ସମ୍ପର୍କିତ ତଥ୍ୟ ନିର୍ବାଚନ ଆୟୋଗଙ୍କ ଅଫିସିଆଲ ୱେବ-ସାଇଟରେ ଗୁରୁବାର ସନ୍ଧ୍ୟାରେ ସାର୍ବଜନୀନ କରାଯାଇଥିଲା । କିନ୍ତୁ ଏସବିଆଇ ବଣ୍ଡର ସମ୍ପୂର୍ଣ୍ଣ ତଥ୍ୟା ଦେଇନଥିବାକୁ ଆଜି ସୁପ୍ରିମକୋର୍ଟ ତାହା ଆସନ୍ତା ୧୮ ତାରିଖ ସୁଦ୍ଧା ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏସବିଆଇ ନିର୍ବାଚନୀ ବଣ୍ଡ ନେଇ ସମ୍ପୂର୍ଣ୍ଣ ତଥ୍ୟ ଦେଇନଥିବା ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଥିଲା । ଯାହାର ଆଜି ଶୁଣାଣି କରିଥିଲେ ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ । ଶୁଣାଣି ସମୟରେ ଏସବିଆଇକୁ ତାଗିତ କରିଥିଲେ ସୁପ୍ରିମକୋର୍ଟ । ନିର୍ବାଚନୀ ବଣ୍ଡର ନମ୍ବର ଦେବାକୁ କହିଛନ୍ତି କୋର୍ଟ ।
ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଥିଲେ ଯେ, ନିର୍ବାଚନୀ ବଣ୍ଡର ସମସ୍ତ ବିବରଣୀ, କ୍ରୟ ତାରିଖ, ବଣ୍ଡ କ୍ରୟ କରିଥିବା କ୍ରେତାଙ୍କ ନାମ ଏବଂ ନାମ ସହିତ ଉପଲବ୍ଧ କରିବା ଆବଶ୍ୟକ । ଏସବିଆଇ ନିର୍ବାଚନୀ ବଣ୍ଡ ସଂଖ୍ୟା ତଥ୍ୟରେ ପ୍ରକାଶ କରିନାହିଁ । ଆସନ୍ତା ମାର୍ଚ୍ଚ ୧୮ ସୁଦ୍ଧା ଏହାର ଜବାବ ଦେବାକୁ ଏସବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ନିର୍ବଚନୀ ବଣ୍ଡ ସମ୍ପର୍କିତ ତଥ୍ୟ ନିର୍ବାଚନ ଆୟୋଗଙ୍କ ଅଫିସିଆଲ ସାଇଟରେ ସାର୍ବଜନୀନ କରାଯାଇଛି । ମାର୍ଚ୍ଚ ୧୨ ତାରିଖରେ ଏସବିଆଇ ତଥ୍ୟ ଦେବା ପରେ ଇସିଆଇ ସାଇଟରେ ଏହା ଅପଲୋଡ କରାଯାଇଥିଲା । ୭୬୩ ପୃଷ୍ଠାର ଦୁଇଟି ତାଲିକା ନିର୍ବାଚନ ଆୟୋଗ ୱେବସାଇଟରେ ପୋଷ୍ଟ କରାଯାଇଛି । ୩୩୭ ବିଶିଷ୍ଟ ପ୍ରଥମ ତାଲିକାରେ କେଉଁ ସଂସ୍ଥା ଓ ବ୍ୟକ୍ତିବିଶେଷ ନିର୍ବାଚନୀ ବଣ୍ଡ କିଣିଛନ୍ତି ସେମାନଙ୍କ ସମସ୍ତ ବିବରଣୀ ରହିଛି । ୪୨୬ ପୃଷ୍ଠାର ଦ୍ୱିତୀୟ ତାଲିକାରେ ରାଜନୈତିକ ଦଳଗୁଡିକ ଗ୍ରହଣ କରିଥିବା ବଣ୍ଡ ସମ୍ପର୍କିତ ବିବରଣୀ ରହିଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button