ଖେଳ

ଆଇପିଏଲ୍ ପୂର୍ବରୁ ସୂର୍ଯ୍ୟକୁମାର ଫିଟ୍‌! – Ibnodisha

[ad_1]

ମୁମ୍ବାଇ: ଟିମ୍ ଇଣ୍ଡିଆର ମିଷ୍ଟର୍ ୩୬୦ ଡିଗ୍ରୀ ବ୍ୟାଟର୍ ସୂର୍ଯ୍ୟକୁମାର ଯାଦବ କ୍ରିକେଟ୍ ପଡ଼ିଆକୁ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ । ସ୍ପେ।।ର୍ଟ୍ସ ହାର୍ନିୟା ଇନ୍‌ଜୁରିରୁ ସେ ଏବେ ସୁସ୍ଥ ହୋଇଛନ୍ତି । ଜାନୁଆରୀରେ ସେ ଏହାର ସର୍ଜରୀ କରାଇଥିଲେ । ଏହା ପୂର୍ବରୁ ସାଉଥ୍ ଆଫ୍ରିକା ଗସ୍ତରେ ଫିଲ୍ଡିଂ କରୁଥିବା ବେଳେ ସେ ଆହତ ହୋଇଥିଲେ । ସୂର୍ଯ୍ୟା ସର୍ଜରୀ ଓ ରିହାବ୍ ପରେ ଏବେ ବିଲକୁଲ୍ ଫିଟ୍ ଅଛନ୍ତି ଏବଂ ଆଇପିଏଲ୍‌ରୁ ପଡ଼ିଆକୁ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଅଛନ୍ତି । ନିଜ ୱାର୍କଆଉଟ୍‌ର ଏକ ଭିଡିଓ ସୋସିଆଲ୍ ମିଡିଆରେ ପୋଷ୍ଟ୍‌କରି ସୂର୍ଯ୍ୟା ପ୍ରଶଂସକଙ୍କୁ ଏହି ସୂଚନା ଦେଇଛନ୍ତି । ସେ ଏହାର କ୍ୟାପ୍‌ସନ୍‌ରେ ଲେଖିଛନ୍ତି- ‘କାମ ଚାଲୁରହିଛି, ଖୁବ୍‌ଶୀଘ୍ର ଭେଟିବା’ ।

ତାଙ୍କର ଏହି ଫିଟ୍‌ନେସ୍ ଓ ୱାର୍କଆଉଟ୍ ଭିଡିଓକୁ ଦେଖି ଲାଗୁଛି ଏହି ବିସ୍ଫୋରକ ବ୍ୟାଟର୍ ଆଇପିଏଲ୍‌ର ପ୍ରାରମ୍ଭିକ ମ୍ୟାଚ୍ ଖେଳିବା ପାଇଁ ପ୍ରସ୍ତୁତ । ଆଇପିଏଲ୍ ୧୭ତମ ସଂସ୍କରଣ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ । ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ନୂଆ କ୍ୟାପ୍‌ଟେନ୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ମାର୍ଚ୍ଚ ୨୪ରୁ ଅଭିଯାନ ଆରମ୍ଭ କରିବ । ସୂଚନାଯୋଗ୍ୟ ଆହତ କାରଣରୁ ସୂର୍ଯ୍ୟକୁମାର ନିଜ ଘରୋଇ ଟିମ୍ ମୁମ୍ବାଇ ପକ୍ଷରୁ ରଣଜୀ ଟ୍ରଫି ଖେଳିପାରି ନଥିଲେ । ଏହା ବ୍ୟତୀତ ଜାନୁଆରୀରେ ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍‌ରୁ ମଧ୍ୟ ବାଦ୍ ପଡ଼ିଥିଲେ । ପୂର୍ବରୁ କେତେକ ରିପୋର୍ଟରେ କୁହାଯାଇଥିଲା ଯେ ଏହି ଆହତ ସମସ୍ୟାରୁ ସୁସ୍ଥ ହେବାକୁ ତାଙ୍କୁ କିଛି ସମୟ ଲାଗିପାରେ ଏବଂ ସେ ଆଇପିଏଲ୍‌ର ପ୍ରାରମ୍ଭିକ ମ୍ୟାଚ୍ ଖେଳିନପାରନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button