ଦେଶ

ଜମ୍ମୁ-କାଶ୍ମୀରକୁ ୬,୪୦୦ କୋଟିର ନିର୍ବାଚନୀ ଉପହାର; ଏକାଧିକ ବିକାଶମୂଳକ ପ୍ରକଳ୍ପ ଉନ୍ମୋଚନ ସହ ବିରୋଧୀଙ୍କୁ ଟାର୍ଟେଟ୍ କଲେ ମୋଦୀ – Ibnodisha

[ad_1]

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନକୁ ନେଇ ଦେଶବ୍ୟାପୀ ଏବେ ରାଜନୈତିକ ଉଷ୍ମ ବାତାବରଣ ରହିଛି । ଏହାରି ମଧ୍ୟରେ ରାଜନୈତିକ ଦଳଗୁଡିକ ଏବେ ଭୋଟରମାନଙ୍କୁ ବିଭିନ୍ନ ନିର୍ବାଚନୀ ପ୍ରତିଶ୍ରୁତି ମାଧ୍ୟମରେ ନିଜ ଆଡକୁ ଆକୃଷ୍ଟ କରିବାରେ ଲାଗିପଡିଛନ୍ତି । ସେହିପରି ଶ।।ସକ ଦଳ ଭାବେ ବିଜେପି ଏସବୁ ରାଜନୈତିକ ଦଳ ତୁଳନାରେ ଅନେକ ପାଦ ଆଗୁଆ ରହିଛି । ବିଜେପିର ହାଇଭୋଲ୍‌ଟେଜ୍ ନେତା ତଥା ଦେଶର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଏବେ ଦେଶର ସମସ୍ତ ରାଜ୍ୟଗୁଡିକୁ ମାରାଥନ୍ ଗସ୍ତ କରୁଥିବା ବେଳେ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପ, ଯୋଜନା ସବୁ ଭେଟି ଦେଉଥିବା ଦେଖିବାକୁ ମିଳୁଛି । ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଏହି ନୀତି ଅନ୍ତର୍ଗତ ମୋଦୀ, ଆଜି ଜମ୍ମୁ-କାଶ୍ମୀର ଗସ୍ତ କରିବା ସହ ଏଠାରେ ପ୍ରାୟ ୬୪୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ୫୩ଟି ପ୍ରକଳ୍ପ ତଥା ଯୋଜନା ସବୁର ଶିଳାନ୍ୟାସ କରିଥିବା ଜାଣିବାକୁ ମିଳିଛି । ଏସବୁ ପ୍ରକଳ୍ପ ମଧ୍ୟରେ ୨ଟି ଏମ୍ସ ହସ୍ପିଟାଲ, ୨ଟି ବଡ଼ କ୍ୟାନସର ହସ୍ପିଟାଲ ସହ ଆଇଆଇଟି ଓ ଆଇଆଇଏମ୍ ଭଳି ବୈଷୟିକ ଶିକ୍ଷାନୁଷ୍ଠାନ ଭଳି ପ୍ରକଳ୍ପ ସାମିଲ ରହିଛି ।

ରିପୋର୍ଟ ଅନୁସାରେ ମୋଦୀ ଆଜି ଜମ୍ମୁ କାଶ୍ମୀରର ବକ୍ସି ଷ୍ଟାଡିୟମ୍ ଠାରେ ଆୟୋଜିତ ‘ବିକାଶ ଭାରତ ବିକାଶ ଜମ୍ମୁ କାଶ୍ମୀର’ କାର୍ଯ୍ୟକ୍ରମରେ ଯୋଗଦେବା ସହ ମୋଦୀ ଏସବୁ ପ୍ରକଳ୍ପର ଉନ୍ମୋଚନ କରିଛନ୍ତି । ଏତଦ୍‌ବ୍ୟତୀତ ଏଠାରେ ଜନସମାବେଶକୁ ସମ୍ବୋଧିତ କରିବାକୁ ଯାଇ ମୋଦୀ କହିଛନ୍ତି ଯେ, ଭାରତର ସ୍ୱର୍ଗ କାଶ୍ମୀରକୁ ଆସିବାର ଅନୁଭୂତି ସ୍ୱତନ୍ତ୍ର । ତାଙ୍କ ସରକାର ଜମ୍ମୁ କାଶ୍ମୀରର ପୂର୍ଣ୍ଣାଙ୍ଗ ବିକାଶ ପାଇଁ ଉତ୍ସର୍ଗୀକୃତ ଭାବେ କାମ କରୁଛନ୍ତି । ଆଜି ଯେଉଁସବୁ ପ୍ରକଳ୍ପର ଉନ୍ମୋଚନ କରାଯାଉଛି ସେସବୁ ଜମ୍ମୁ କାଶ୍ମୀରରେ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିିବ । ବିକଶିତ ଭାରତ ପାଇଁ ତାଙ୍କ ସରକାର ଦେଖୁଥିବା ସ୍ୱପ୍ନ ପାଇଁ ଜମ୍ମୁ କାଶ୍ମୀରର ବିକାଶ କେତେ ଯେ ଗୁରୁତ୍ୱପୂର୍ଣ୍ଣ ତାହା ତାଙ୍କ ସରକାର ବେଶ ଭଲଭାବେ ହୃଦୟଙ୍ଗମ କରିପାରିଛି । ଏହି ନୂଆ ଜମ୍ମୁ କାଶ୍ମୀରର ଅପେକ୍ଷା ତାଙ୍କ ଦଳକୁ ଦୀର୍ଘ ବର୍ଷରୁ ରହିଥିଲା । ଆଗାମୀ ୫ ବର୍ଷ ମଧ୍ୟରେ ଜମ୍ମୁ-କାଶ୍ମୀର ଦ୍ରୁତଗତିରେ ବିକାଶ କରିବ ବେଲି ମୋଦୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ମୋଦୀ କହିଥିଲେ, ଆଗାମୀ ଦିନରେ ଏକ ନୂଆ ଜମ୍ମୁ କାଶ୍ମୀରକୁ ବିଶ୍ୱ ଦେଖିବ । ଏହି ଅବସରରେ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ସମ୍ପର୍କରେ ମଧ୍ୟ ମୋଦୀ କହିବାକୁ ଭୁଲିନଥିଲେ ।

ସୂଚନାଯୋଗ୍ୟ, ଜମ୍ମୁ-କାଶ୍ମୀରରୁ ଧାରା-୩୭୦ ଉଚ୍ଛେଦ ହେବା ପରେ ପ୍ରଥମ ଥର ପାଇଁ କାଶ୍ମୀର ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ମୋଦୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜମ୍ମୁ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ ଅନେକ ଗୁଣ ପର୍ଯ୍ୟନ୍ତ ବୃଦ୍ଧି କରିଦିଆଯାଇଥିଲା । ତେବେ ଏଠାରେ ଆୟୋଜିତ ଏକ ଜନସମାବେଶକୁ ସମ୍ବୋଧିତ କରିବା ଅବସରରେ ମୋଦୀ, ବିରୋଧୀ ଦଳଙ୍କ ଉପରେ ବର୍ଷିବା ମଧ୍ୟ ଦେଖିବାକୁ ମିଳିଛି । ମୋଦୀ କହିଥିଲେ, କଂଗ୍ରେସର ୭୦ବର୍ଷରୁ ଅଧିକ ବର୍ଷର ଶାସନ କାଳରେ ଜମ୍ମୁ କାଶ୍ମୀର ଉପେକ୍ଷିତ ହୋଇ ରହିଆସିଥିଲା । ଏଠାରେ ଆଇନ୍ କାନୁନ ବୋଲି କିଛି ନଥିଲା । ଭୂସ୍ୱର୍ଗ କାଶ୍ମୀରରେ କେବଳ ଆତଙ୍କବାଦଜନିତ ଭୟର ବାତାବରଣ ବିଚରଣ କରୁଥିଲା । କିନ୍ତୁ ଏବେ ସମୟ ବଦଳିଯାଇଛି । ଆତଙ୍କବାଦ ବଦଳରେ ଏବେ ଏଠାରେ ସ୍ନେହ, ଭଲପାଇବାର ପରିବେଶ ସୃଷ୍ଟି ହୋଇଛି । ଆଜିର କାଶ୍ମୀରୁ ସମଗ୍ର ଦେଶ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି । ଏହା ଭାରତର ବର୍ଗ, ସମ୍ମାନ ଓ ବିକଶିତ ଭାରତର ପ୍ରତୀକ । ଆସନ୍ତା ୨ ବର୍ଷ ମଧ୍ୟରେ ଜମ୍ମୁ-କାଶ୍ମୀରରେ ପର୍ଯ୍ୟଟନ ଶିଳ୍ପକୁ ବ୍ୟାପକ କରାଯିବ । ଜମ୍ମୁ କାଶ୍ମୀର ଯୁବଗୋଷ୍ଠୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବା ସହ ସେମାନଙ୍କୁ ଆତ୍ମନିର୍ଭରଶୀଳ କରାଯିବା ଦିଗରେ ତାଙ୍କ ସରକାର କାମ କରୁଛନ୍ତି ବୋଲି ମୋଦୀ କହିଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button