ଦେଶ

ୟୁପିର ବୋର୍ଡ ପରୀକ୍ଷା ଖାତାରେ ଲେଖିଲା ପ୍ରେମର କାହାଣୀ, କହିଲା ‘I Love You My Pooja…’ ଆଉ ତା ପରେ କିଛି ଖାତାରୁ ମିଳିଲା…

ଉତ୍ତର ପ୍ରଦେଶର ବୋର୍ଡ ପରୀକ୍ଷା ବର୍ତ୍ତମାନ ସମାପ୍ତ ହୋଇଯାଇଛି, ଏହା ପରେ ମୂଲ୍ୟାଙ୍କନର କାର୍ଯ୍ୟ ଆରମ୍ଭ ହୋଇ ଯାଇଛି । ଉତ୍ତର ଖାତା ଗୁଡିକର ମୂଲ୍ୟାଙ୍କନ ୟୁପି ବୋର୍ଡ ଦ୍ଵାରା ନିର୍ଧାରିତ ସ୍କୁଲରେ କରାଯାଉଛି । ଏହି ସମୟରେ କିଛି ଏହିଭଳି ଖାତା ସାମନାକୁ ଆସିଛି, ଯେଉଁଥିରେ ଛାତ୍ରମାନେ ଉତ୍ତର ଜାଗାରେ କବିତା ଏବଂ ଶାୟରୀ ଲେଖିଛନ୍ତି । ଏହା ପ୍ରଥମେ ଥର ନୁହେଁ, କି ଏହିଭଳି ଜିନିଷ ସାମନାକୁ ଆସୁଛି, ଉତ୍ତର ପ୍ରଦେଶରେ ବୋର୍ଡ ପରୀକ୍ଷାରେ ଏହିଭଳି ଖବର ଆସିବା ସାମାନ୍ୟ ଅଟେ ।

କହି ଦେଉଛୁ ଯେ ବର୍ତ୍ତମାନ ଉତ୍ତର ପ୍ରଦେଶର ବୋର୍ଡ ପରୀକ୍ଷାର ଖାତା ଚେକ କରାଯାଉଛି, ଯେଉଁଥିରେ ଭିନ୍ନ ଭିନ୍ନ ଜିନିଷ ସାମନାକୁ ଆସୁଛି । ପାସ କରିବା ପାଇଁ ଛାତ୍ରମାନେ ପ୍ରାର୍ଥନା କରୁଛନ୍ତି ।

ଖାତାରୁ ମିଳିଲା ୧୦୦ – ୨୦୦ ତାଙ୍କର ନୋଟ

ୟୁପି ବୋର୍ଡ ପରୀକ୍ଷା ଦେଉଥିବା ଛାତ୍ରମାନେ ଖାତାରେ ୧୦୦ ଏବଂ ୨୦୦ ଟଙ୍କା ନୋଟ ରଖି ତାଙ୍କୁ ପାସ କରି ଦେବା ପାଇଁ ଅପିଲ କରୁଛନ୍ତି । ଏହିଭଳି ବହୁତ ମାମଲା ଅଛି । ମୂଲ୍ୟାଙ୍କନ କରୁଥିବା ଅଧ୍ୟାପକ ମାନଙ୍କର କହିବା ଅଟେ କି ତାଙ୍କୁ ସବୁଦିନ କୌଣସି ନା କୌଣସି ଖାତାରେ ୧୦୦ ଏବଂ ୨୦୦ ଟଙ୍କାର ନୋଟ ମିଳିଥାଏ ଏବଂ ଲେଖା ହୋଇଥାଏ କି ଦୟାକରି ପାସ କରି ଦିଅନ୍ତୁ ଏବଂ ଏହା ଆପଣଙ୍କ ପାଇଁ ଅଟେ ।

ଖାତାରେ ଲେଖିଛନ୍ତି ପ୍ରେମ କାହାଣୀ

ବୋର୍ଡ ପରକ୍ଷାରେ କିଛି ପିଲାମାନେ କଷ୍ଟ କରି ନିଜର ଖାତାରେ ଉତ୍ତର ଲେଖିଥାନ୍ତି, ଅନ୍ୟ ପଟେ କିଛି ପିଲାମାନେ ପ୍ରଶ୍ନର ଉତ୍ତର ଜାଗାରେ ନିଜର ପ୍ରେମ କାହାଣୀ ଲେଖୁଛନ୍ତି । ଏହା ବ୍ୟତିତ କିଛି ଛାତ୍ରମାନେ ଅଧ୍ୟାପାକଙ୍କୁ ଇମୋଶନ ବ୍ଲୈକମେଲ ବି କରୁଛନ୍ତି । କେହି କେହି ନିଜର ବାପା ମା ନାହାନ୍ତି ବୋଲି ଲେଖୁଛନ୍ତି, ତ କେହି ନିଜେ ରୋଗରେ ପୀଡିତ ହେବାର ବାହାନା କରୁଛନ୍ତି, କିନ୍ତୁ ସମସ୍ତେ ଚେଷ୍ଟା କରୁଛନ୍ତି କି ବୋର୍ଡ ପରୀକ୍ଷାରେ ସେମାନେ କୌଣସି ପ୍ରକାରରେ ପାସ ହୋଇ ଯାଆନ୍ତୁ ।

ସାର ପାସ କରି ଦିଅନ୍ତୁ, ନ ହେଲେ ମଂଗେତର ବାହାଘର ଭାଙ୍ଗି ଦେବ

ଜଣେ ଅଧ୍ୟାପକ କହିଛନ୍ତି କି ବୋର୍ଡର ଖାତାରେ ଜଣେ ଝିଅ ଲେଖିଛନ୍ତି କି ସାର ପ୍ଳିଜ ପାସ କରି ଦିଅନ୍ତୁ, ନ ହେଲେ ମଂଗେତର ବାହାଘର ଭାଙ୍ଗି ଦେବ ଏବଂ ଏହା ପରେ ମୁଁ କେଉଁଠି ବି ମୁହଁ ଦେଖାଇ ପାରିବି ନାହିଁ । ଏହିଭଳି ଖାତା ଦେଖିବା ପରେ ଏହି କଥାର ଅନ୍ଦାଜ ଲଗାଯାଉଛି କି ଆମ ପରୀକ୍ଷା ବ୍ୟବସ୍ଥା କେଉଁ ସ୍ତରରେ ପହଞ୍ଚି ଯାଇଛି । ଏହି ପ୍ରକାରର କାର୍ଯ୍ୟ ପରେ ଶିକ୍ଷକ ଏବଂ ସରକାରଙ୍କୁ କୌଣସି ନା କୌଣସି ସଠିକ ପଦକ୍ଷେପ ଉଠାଇବା ଦରକାର ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button