IBN ଓଡ଼ିଶା ବ୍ୟୁରୋ

ଅନ୍ୟ ବ୍ୟକ୍ତିଙ୍କ ସହିତ ଖରାପ କରୁଥିବା ବ୍ୟକ୍ତି କେବେ ବି ଖୁସିରେ ରହି ପାରେ ନାହିଁ, ତାହାକୁ ଏହି ଭୁଲର ଦଣ୍ଡ ଅବଶ୍ୟ ମିଳିଥାଏ

ଯୁବକକୁ ଗୋଟେ ବହି ମିଳିଲା, ସେ ଯାହାବି ଲେଖୁଥିଲା ସତ ହେଇଯାଉଥିଲା, ହେଲେ ଯେତେବେଳେ ଲେଖିବାର ସମୟ ଆସିଲା ତାଦ୍ୱାରା ଏହି ଭୁଲ ହେଇଗଲା । ଆମ ସହିତ ଯେତେବେଳେ ବି ଖରାପ ହୋଇଥାଏ ତେବେ ଆମେ ଦୁଖୀ ହୋଇଥାଉ କି ଏହା କାହିଁକି ହେଲା ଏବଂ ସାମନାରେ ଥିବା ବ୍ୟକ୍ତି ଆମ ସହିତ କାହିଁକି ଖରାପ କରିଲା । ଆମକୁ ଜଣା ପଡେ ନାହିଁ କିନ୍ତୁ ଭୁଲ କରିଥିବା ବ୍ୟକ୍ତିକୁ ତାହାର ଭୁଲର ଦଣ୍ଡ ନିଶ୍ଚିତ ମିଳି ଯାଇଥାଏ । ଆପଣଙ୍କୁ ଏହି କଥାକୁ ଏକ କାହାଣୀ ରୂପରେ ବୁଝାଇ ଦେଉଛୁ ।

ଯମରାଜ ଯୁବକକୁ ଦେଲେ ପୁସ୍ତକ

ଥରେ ଯମରାଜ ଜଣେ ବ୍ୟକ୍ତିଙ୍କର ପ୍ରାଣ ନେବା ପାଇଁ ନିଜେ ପୃଥିବୀକୁ ଆସିଥିଲେ । ସେ ଭାବିଲେ କି ଏହାର ପ୍ରାଣ ନେବା ପାଇଁ ବର୍ତ୍ତମାନ ବହୁତ ସମୟ ଅଛି ତେବେ ଏହି ବ୍ୟକ୍ତିର କାହିଁକି ନା ଏକ ପରୀକ୍ଷା କରାଯାଉ । ଏହା ପରେ ସେ ସେହି ବ୍ୟକ୍ତିର ଘରକୁ ଗଲେ । ସେହି ବ୍ୟକ୍ତି ଜଣକ ଘରେ ଆସିଥିବା ଅତିଥିକୁ ସମ୍ମାନ ଦୃଷ୍ଟିରେ ପାଣି ଯାଚିଲେ । ଯମରାଜ ତାହାର ଅତିଥି ସେବାରେ ପ୍ରସନ୍ନ ହୋଇଗଲେ । ଏବଂ ସେ କହିଲେ କି ମୁଁ ଯମରାଜ ଅଟେ । ମୁଁ ତୁମର ପ୍ରାଣ ନେବାକୁ ଆସିଛି, କିନ୍ତୁ ତୁମେ ମୋତେ ପ୍ରସନ୍ନ କରି ଦେଇଛି ।

ଯମରାଜ ସେହି ବ୍ୟକ୍ତିକୁ କହିଲେ କି ମୁଁ ତୁମକୁ ଗୋଟିଏ ଅବସର ଦେବାକୁ ଚାହୁଁଛି । ଏହା ନିଅ ମୋ ବହି । ତୁମେ ଏହି ବହିରେ ଯାହା ବି ଲେଖିବ ତାହ ସବୁ ସତ ହୋଇଯିବ । ତୁମେ ଚାହିଁବ ତୁମେ ନିଜର ମୁର୍ତ୍ୟୁକୁ ବି ଟାଳି ପାରିବ । ଯାହା ଇଛା ତାହା ଲେଖି ପାରିବ । କିନ୍ତୁ ଧ୍ୟାନ ରଖିବ କି ତୁମ ପାଖରେ ବହୁତ କମ ସମୟ ଅଛି ।

ଅନ୍ୟର ଖରାପ ଚାହୁଁଥିବା ବ୍ୟକ୍ତି କେବେ ବି ଖୁସିରେ ରହେ ନାହିଁ

ଯୁବକ ବହୁତ ପ୍ରସନ୍ନ ଥିଲା ଏବଂ ପୁସ୍ତକ ହାତରେ ନେଇଗଲା । ପୁସ୍ତକ ଖୋଲି ଦେଖିଲା କି ତାହାର ବନ୍ଧୁ ବିଷୟରେ ଲେଖା ହୋଇଛି କି ତାହାକୁ ଖଜଣା ମିଳିବାର ଅଛି । ଯୁବକ ମନରେ ଈର୍ଷାର ଭାବନା ଆସିଲା ଏବଂ ସେ ଲେଖି ଦେଲା କି ତାହାର ବନ୍ଧୁ କୌଣସି ଖଜଣା ନ ମିଳୁ । ତାହା ପର ପେଜରେ ଲେଖା ହୋଇଥିଲା କି ପଡୋଶୀକୁ ଚାକିରି ମିଳିବ । ପୁଣି ଥରେ ଯୁବାକୁ ଈର୍ଷା ହେଲା ଏବଂ ସେ ଲେଖିଦେଲା ଆକି ସେ ଇଣ୍ଟରଭିୟୁରେ ଫେଲ ହୋଇଯାଉ ।

ଏହିଭଳି ସେ ଆଖପାଖ ଲୋକମାନଙ୍କ ବିଷୟରେ ଲେଖିବାକୁ ଲାଗିଲା । ଯେତେବେଳେ ତାହାର ପେଜ ଆସିଲା ଲେଖିବା ପାଇଁ ସେତେବେଳେ ତାହର ସମୟ ସମାପ୍ତ ହୋଇଗଲା ।

ଯମରାଜ ସେହି ଯୁବକ ଠାରୁ ପୁସ୍ତକ ନେଇ କହିଲେ କି ବର୍ତ୍ତମାନ ତୁମର ସମୟ ସମାପ୍ତ । ତୁମେ ମୋ ସହିତ ଚାଲ । ଯୁବକ ଜଣକ କାନ୍ଦିବାକୁ ଲାଗିଲା ଏବଂ କହିଲେ କି ମୋତେ ଆଉ ଅଳ୍ପ ସମୟ ଦେଇ ଦିଅନ୍ତୁ । ଯମରାଜ କହିଲେ କି ତୁମ ପାଖରେ ପର୍ଜାପ୍ତ ସମୟ ଥିଲା ତୁମେ ଚାହିଁଥିଲେ କିଛି ବି ବଦଳାଇ ପାରିଥାନ୍ତ, କିନ୍ତୁ ତୁମେ ଏମିତି କିଛି କରିଲ ନାହିଁ । ତୁମେ ଅନ୍ୟ ବ୍ୟକ୍ତିଙ୍କ ଉପରେ ଈର୍ଷା କରିଲ ଏବଂ ଯାହା ଫଳରେ ନିଜକୁ ବର୍ବାଦ କରି ବସିଲ ।

ଏଥିରୁ ଆମକୁ ଏହି ଶିକ୍ଷା ମିଳିଲା କି ଯେତେବେଳେ ତୁମକୁ ସମୟ ମିଳୁଛି ଅନ୍ୟର ଖରାପ କରିବା ପରିବର୍ତ୍ତେ ନିଜର ଭଲ କରିବ ପାଇଁ ଚିନ୍ତା କରିବା ଉଚିତ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button