IBN ଓଡ଼ିଶା ବ୍ୟୁରୋ

ଗ୍ୟାସ, ପେଟରେ ଜ୍ଵଳନ(acidity), ବଦହଜମି ମୂଳରୁ ଶେଷ ହେବ, ମାଟି ଗୋଡି ହଜମ ହୋଇଯିବ

ବନ୍ଧୁଗଣ ପେଟରେ ଗ୍ଯାସ ହେବା, ଛାତିରେ ଜ୍ଵଳନ ବା ଏସିଡିଟି ହେବା କିଛି ଏମିତି ସମସ୍ଯା ଅଟେ ଯାହା ସାଧାରଣତଃ ଦେଖିବାକୁ ମିଳିଥାଏ । ଯଦି ଏମିତି କିଛି ସମସ୍ଯା ଆପଣଙ୍କୁ ହେଉଛି ଓ ଏହା ଆପେ ଆପେ ଠିକ ହୋଇଯାଉଛି ତେବେ ଏହା ଏକ ସାଧାରଣତଃ ଅଟେ । କିନ୍ତୁ କିଛି ଲୋକଙ୍କ ଠାରେ ଏହି ସମସ୍ଯା ବର୍ଷ ବର୍ଷ ଧରି ରହିଥାଏ ।

ଫଳରେ ସେମାନଙ୍କୁ ଅନେକ ସାରା ସମୟସର ସାମନା କରିବାକୁ ପଡିଥାଏ । ଆଜି ଆମେ ଆପଣଙ୍କୁ ଗ୍ଯାସ, ପେଟରେ ଜ୍ଵଳନ, ବଦହଜମି ମୂଳରୁ ଶେଷ ହେବା ପାଇଁ ଏକ ହୋମ ରେମେଡି ବିଷୟରେ କହିବାକୁ ଯାଉଛୁ । ଯେଉଁ ମାନଙ୍କର ଅଧିକ ଗ୍ଯାସ ସମସ୍ଯା ଅଛି ସେମାନଙ୍କୁ ମଟର ଅଧିକ ଖାଇବା ଉଚିତ ନୁହେଁ ।

ଯଦି ଆପଣଙ୍କୁ ସର୍ବଦା ଗ୍ଯାସ ହେଉଛି ତେବେ ବନ୍ଧାକୋବି, ଫୁଲକୋବି, ବ୍ରୋକାଲି, ବିରି ଡାଲି, ହରଡ ଡାଲି, ତେଲ ଜାତୀୟ ଖାଦ୍ଯ, ମିଠା ଆଦିର ସେବନ କରିବା ନୁହେଁ । ଏହି ରେମେଡି ତିଆରି କରିବା ପାଇଁ ଆପଣଙ୍କୁ ଆବଶ୍ୟକ ପଡିବ ମାତ୍ର 3ଟି ଜିନିଷ ର । ପ୍ରଥମେ ଅଦା, ଦ୍ଵିତୀୟ ରେ ଜୀରା ଓ ଶେଷରେ ଜୁଆଣୀ ।

ଏହି 3ଟି ଜିନିଷ ଆପଣଙ୍କ ପାଚନ କ୍ରିୟା ପାଇଁ ବହୁତ ବଢିଆ ଜିନିଷ ଅଟେ । ଏହା ବହୁତ ସହଜରେ ଆପଣଙ୍କୁ ରୋଷେଇ ଘରୁ ମିଳିଯିବ । ଏହି 3ଟି ଜିନିଷର ପ୍ରୟୋଗ କରି ଆମେ ଆପଣଙ୍କୁ ଏକ ଡ୍ରିଂକ ବନାଇବା ଶିଖାଇବୁ । ଯାହାର ରେଗୁଲାର ସେବନ କରିବେ ତେବେ ଆପଣଙ୍କୁ ଏହା ସଂପୂର୍ଣ୍ଣ ଗ୍ଯାସ ସମସ୍ୟାରୁ ରିହାତି ଦେବ ।

ଏହି ରେମେଡି ବନାଇବା ପାଇଁ ରାତିରେ ଏକ କପ ପାଣିରେ ଏକ ଚାମଚ ଜୁଆଣୀ ଓ ଜୀରା ଭେଦାଇ ଦିଅନ୍ତୁ । ରାତି ସାରା ଏହାକୁ ସେମିତି ଭିଜାଇ ରଖନ୍ତୁ । ତା ପର ଦିନ ସକାଳୁ ଆପଣ ଏହି ପାଣି କୁ ଭଲ ହେ ଫୁଟାନ୍ତୁ । ଏହା ଫୁଟିବା ଆରମ୍ଭ ହେବା ପରେ ଏଥିରେ ଏକ ଚାମଚ ଅଦା ଛେଚା ପକାନ୍ତୁ । ତା ପରେ ଆପଣ ଏହାକୁ 2ରୁ 3 ମିନିଟ ଯାଏଁ ଫୁଟାନ୍ତୁ ।

ଏହା ଭଲ ଭାବେ ଫୁଟିବା ପରେ ଆପଣ ଅନ୍ୟ ଏକ ପାତ୍ର କୁ ଛାଣି ଦିଅନ୍ତୁ । ଏହାକୁ ଆପଣ ସକାଳୁ ଜଳଖିଆ ଖାଇବା ପରେ ସେବନ କରନ୍ତୁ । ରାତିରେ ଖାଦ୍ଯ ଖାଇବା ପରେ ଏହାର ସେବନ କରନ୍ତୁ । ଦିନକୁ 2 ଥର ଏହାର ସେବନ କରିଲେ ଆପଣଙ୍କୁ ବହୁତ ଭଲ ରେଜଲ୍ଟ ଦେଖିବାକୁ ମିଳିବ ।

ଆପଣଙ୍କର ପଚନ କ୍ରିୟା ଇମ୍ପପୃଭ ହେବ, ଭୋକ ଠିକ ସେ ଲାଗିବ ,ପେଟରେ ଗ୍ଯାସ ହେବ ନାହି, ଏସିଦିତି ଭଳି ସମସ୍ଯା ସଂପୂର୍ଣ୍ଣ ଭାବେ ଠିକ ହୋଇଯିବ । ଏହି ଡ୍ରିଂକ ରୁ ଆପଣଙ୍କୁ କିଛି ବି ସାଇଡ ଇଫେକ୍ଟ ଦେଖିବାକୁ ମିଳିବ ନାହି । କାରଣ ଏହା ସଂପୂର୍ଣ୍ଣ ନ୍ଯାଚୁରାଲ ଅଟେ । 12 ମାସ ଭିତରୁ ଆପଣ କୌଣସି ବି ସମୟରେ ଏହାର ସେବନ କରି ପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button