ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ପାଇଁ ସୁପାରିଶ କଲେ ବିହାର ସରକାର

IBN ଓଡିଶା(ବ୍ୟୁରୋ):-ନୂଆଦିଲ୍ଲୀ : ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ତଦନ୍ତ ପାଇଁ ସୁପାରିଶ କରାଯାଇଛି। ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ସିବିଆଇ ତଦନ୍ତ ପାଇଁ କେନ୍ଦ୍ରକୁ ସୁପାରିଶ କରିଛନ୍ତି। ସୁଶାନ୍ତ ସିଂ ରାଜପୁତଙ୍କ ପିତା କେ.କେ ସିଂ ସିଏମ ନୀତୀଶ କୁମାରଙ୍କ ସହ କଥା ହୋଇ ସିବିଆଇ ତଦନ୍ତ ଦାବି କରିଥିଲେ। ଏହାପରେ ରାଜ୍ୟ ସରକାର ଏପରି ନିଷ୍ପତି ନେଇଛନ୍ତି।
ଘଟଣାକୁ ଆଉ 10 ଦିନ ପରେ ଦୁଇମାସ ପୁରିବ କିନ୍ତୁ ପୋଲିସ ହାତ ଏବେ ବି ଖାଲି ରହିଛି। ତଦନ୍ତକୁ ନେଇ କୌଣସି ଚୁଡାନ୍ତ ନିଷ୍ପତି ନେଇ ପାରିନାହିଁ ମୁମ୍ବାଇ ପୋଲିସ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଯେ ମୁଁ ସୁଶାନ୍ତ ସିଂ ରାଜପୁତଙ୍କ ପିତାଙ୍କ ସହ କଥା ହୋଇଛି। ସେ ସିବିଆଇ ତଦନ୍ତ ଦାବି କରିଥିଲେ। ସେମାନଙ୍କ ଦାବିକୁ ଆଧାର କରି ବିହାର ସରକାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି। ସମସ୍ତ କାଗଜପତ୍ର କାମ ଆଜି ସନ୍ଧ୍ୟା ସୁଦ୍ଧା କରାଯିବ।
ଅନ୍ୟପଟେ ସୁଶାନ୍ତ ସିଂ ରାଜପୁତଙ୍କ ପରିବାର ଆଡଭୋକେଟ୍ ବିକାଶ ସିଂ ଅଭିଯୋଗ କରିଛନ୍ତି ଯେ ମୁମ୍ବାଇ ପୋଲିସ ତଦନ୍ତରେ ସହଯୋଗ କରୁନାହିଁ ଏବଂ ତଦନ୍ତରେ ବାଧା ସୃଷ୍ଟି କରୁଛି। ବିକାଶ ସିଂ କହିଛନ୍ତି- ମୁମ୍ବାଇ ପୋଲିସ ତଦନ୍ତରେ ବାଧା ସୃଷ୍ଟି କରୁଛି। ପ୍ରଥମ ଥର ପାଇଁ ଅନୁସନ୍ଧାନକାରୀ ଅଧିକାରୀଙ୍କୁ କାମ କରିବାକୁ ଦିଆଯାଉ ନାହିଁ। ଏଭଳି ପରିସ୍ଥିତିରେ ଅଭିଯୁକ୍ତ ମାନେ ଖସି ଯିବେ। ତେବେ ଘଟଣାକୁ ଦୁଇ ମାସ ପୁରିବାକୁ ଥିଲା ବେଳେ ପୋଲିସ ହାତ ଖାଲି ରହିବା ସୁଶାନ୍ତ ଙ୍କ ପ୍ରଶଂସକ ଙ୍କୁ ନିରାଶ କରୁଛି।